Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ
ଶନିମଙ୍ଗଳ ସହଯୋଗରୁ ସ୍ବାସ୍ଥ୍ୟ ଭଲ ଥିଲେ ମଧ୍ୟ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ। ଆର୍ଥିକ କ୍ଷେତ୍ରରେ ଯେମିତି ଖର୍ଚ୍ଚ କରିବେ ସେମିତି ମଧ୍ୟ ପାଇବେ। ଅ-ନାମାକ୍ଷର ବ୍ୟକ୍ତିମାନେ ନିଜ ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ନୀଚରାଶିରେ ବୃହସ୍ପତି ପାରିବାରିକ ଶାନ୍ତିକୁ ନଷ୍ଟ କରିପାରନ୍ତି।
ବୃଷ
ବୃଷ
ବିଳାସକାରକ ଗ୍ରହ ପ୍ରଭାବରେ ଖୁସୀ ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ। ଶନିଙ୍କ ପ୍ରଭାବଜନିତ କାମଟି ଅତିଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିପାରେ। ଏଜେନ୍ସିପରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝମେଲା ଆସିପାରେ।
ମିଥୁନ
ମିଥୁନ
ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଆପଣଙ୍କ ସୁନ୍ଦର ବ୍ୟବହାର ଯୋଗୁଁ ବହୁଜନ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ମଜଭୁତ ରହିବା ସହ ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ। ରାହୁଙ୍କ କୁପ୍ରଭାବରୁ ପକେଟମାର୍‌ ଦ୍ୱାରା ଟଙ୍କା,ଦରକାରୀ କାଗଜପତ୍ର, ଜିନିଷ ହଜି ଯିବାର ଆଶଙ୍କା ରହିଛି। ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ।
କର୍କଟ
କର୍କଟ
ଏକାଧିକ ଗ୍ରହ ରାଶି ଓ ରାଶ୍ୟାଧିପତିଙ୍କୁ ଦେଖୁଥିବାରୁ ଆରୋଗ୍ୟଲାଭ, ପାରିବାରିକ, ପ୍ରଶାସନ, ଯାନବାହନ,ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା ହେତୁ ମନୋବଳ ବୃଦ୍ଧି ପାଇବ। କିନ୍ତୁ ସାମାଜିକ ସ୍ତରରେ ସାଧାରଣ କଥାରେ ବନ୍ଧୁ ମୁହଁ ଫଣଫଣ କରିପାରନ୍ତି।
ସି˚ହ
ସି˚ହ
ଅନୁକୂଳ ଗ୍ରହସ୍ଥିତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟୀ ମାନେ,ବିଶେଷଭାବେ ପରିବହନ,ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା
ବଢିପାରେ। ନୂତନ କାର୍ଯ୍ୟାରମ୍ଭ, ବ୍ୟବସାୟାଦିରୁ ଖୁସୀ ରହିବେ।
କନ୍ୟା
ରବି ଓ ଶୁକ୍ରଙ୍କ ଶୁଭ ସଂସ୍ଥିତିରୁ ଯେଉଁ କାମରେ ହାତଦେଲେ ମଧ୍ୟ ସଫଳତା ପାଇପାରିବେ। ସବୁ ସମୟରେ କଥା କଥାକେ ସାହାଯ୍ୟର ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ପାଖକୁ ଆସି ନ ପାରେ। ଅସୁସ୍ଥ ପାରିବେଶିକ କାରଣରୁ ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢିପାରେ।
ତୁଳା
ତୁଳା
ବିଭିନ୍ନ ଯୋଜନାର ଯେଉଁ କାମ ହାତକୁ ନେବେ ସେହି ଦିଗରେ ଶନିଙ୍କ ପ୍ରଭାବରେ ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବେ ରହିବ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଅଟକିବ ନାହିଁ। ଆଜି ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।
ବିଛା
ବିଛା
ଉପଚୟ ସ୍ଥାନରେ ଏକାଧିକଗ୍ରହଜନିତ ବିଗତ ଦିନର ସ୍ମୃତି ରୋମନ୍ଥନ କରି ମାନସିକ ସ୍ତରରେ ବିଚଳିତ ବୋଧ କରିବେ। ପୁତ୍ର,କନ୍ୟାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ମଧ୍ୟ ରହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ସମ୍ପର୍କୀୟ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ।
ଧନୁ
ଧନୁ
ରବିଙ୍କ ପ୍ରଭାବରେ ଆଜି ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ସଜାଗ ରହି କାମକଲେ ଉପକୃତ ହେବେ। ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ଗ୍ୟାଷ୍ଟିକଜନିତ ରୋଗରେ କଷ୍ଟ ପାଇବେ ା ଅବହେଳାରୁ କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବେ।
ମକର
ମକର
ଶୁକ୍ରଙ୍କ ଶୁଭପ୍ରଭାବରୁ ମନ ଖୁସୀ ରହିବ, ମନୋରଞ୍ଜନର ମଉକା ପାଇବେ ଏବଂ ପ୍ରିୟଜନଙ୍କ ସାନ୍ନିଧ୍ୟ ମଧ୍ୟ ମିଳିପାରେ। ଦିନଟି ସବୁ ଦିଗରୁ ଭଲରେ ଯିବ, କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିବାର ସୁଯୋଗ ହାତପାହାନ୍ତାକୁ ଆସିବ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ବହୁତ ତକଲିପି ସହିବାକୁ ପଡିବ।
କୁମ୍ଭ
କୁମ୍ଭ
କର୍ମାଧିପ ଉଚ୍ଚଭାବରେ ରହିଥିବାରୁ ହାତକୁ ନେଇ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ଜିଦ୍‌ରେ ଅଟଳ ରହି କାର୍ଯ୍ୟ ସାଧନ କରିବେ। ଈର୍ଷାପରାୟଣ ବନ୍ଧୁଙ୍କ ଅପପ୍ରଚାର ଓ ମିଥ୍ୟା ଅଭିଯୋଗ ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ମାନସିକ ଚାପ ତଥା ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।
ମୀନମୀନ
ବୁଧଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ଥିରତା ରକ୍ଷା କରିବାରେ ଅସମର୍ଥ ହୋଇପଡିବେ। ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ କିଛି ଲାଭ ହେବନି। କିନ୍ତୁ ଉତ୍ତରଭାଦ୍ର ନକ୍ଷତ୍ରର ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ପ୍ରତିଷ୍ଠା ଓ ପ୍ରଶଂସା ଅକ୍ଷୁଣ୍ଣ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri