Posted inRasifala

ରାଶିଫଳ: ମଙ୍ଗଳବାର , ନଭେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ଭାଇ, ବନ୍ଧୁ, ସମ୍ପର୍କୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ଆଜି ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‍ ହେବନାହିଁ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ସ୍ଥିର କରିଥିବା ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। ସତର୍କତା ଅଭାବରୁ ବନ୍ଧୁଙ୍କ ସହ ଭୁଲ୍‍ ବୁଝାମଣା ଘଟିପାରେ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମିଳନ ପରିପ୍ରେକ୍ଷୀରେ ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମିଥୁନ
ମିଥୁନ
ଆଜି ଆର୍ଦ୍ରା ନକ୍ଷତ୍ର ସକାଶେ ପାରିବାରିକ ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ବହୁ ଦିନରୁ ଚେଷ୍ଟା କରି ମଧ୍ୟ ପାଇ ନ ଥିବା ପ୍ରାପ୍ୟଧନ ଆଜି ସନ୍ଧ୍ୟାରେ ପାଇବେ। ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ବନ୍ଧୁଙ୍କ ସାହାଯ୍ୟରୁ ଦିନଟି ଭଲରେ ଅତିବାହିତ ହେବ। ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସାକରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ,କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅଶ୍ଳେଷା ନକ୍ଷତ୍ର କଚେରି ମାମଲା ଏବଂ ଜମିଜମା ସମ୍ପର୍କିତ ବିବାଦୀୟ ଘଟଣାରେ ବିଜୟୀ ହେବେ।
ସି˚ହ
ସି˚ହ
ଅଷ୍ଟମାଧିପ ଗୁରୁଙ୍କ କୁପ୍ରଭାବରେ ପାରିବାରିକ ସମସ୍ୟା ବିଷୟରେ ଚିନ୍ତାକରି ମନ ଭଲ ରହିବ ନାହିଁ। ପରିବହନ, ବାଣିଜ୍ୟରେ ମାନମନାନ୍ତର ଦେଖା ଦେଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହି,ଯାହାକି ନିଜ ପାଇଁ କ୍ଷତିର କାରଣ ହେବ। ଅବଶ୍ୟ ପୂର୍ବ ପ୍ରସ୍ତୁତିକ୍ରମେ ବନ୍ଧୁମିଳନ ଓ ଦୂରଯାତ୍ରା କରିପାରନ୍ତି।
କନ୍ୟା
ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାମ ସମସ୍ୟା ବିଜଡ଼ିତ ସାଙ୍ଗକୁ ବହୁ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ୍ୱ ଲାଗିପାରେ। ଯାତ୍ରା, ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବିଶେଷ ପରିମାଣରେ ବୃଦ୍ଧି ପାଇପାରେ।
ତୁଳା
ତୁଳା
ଆଜି ଦିନଟିରେ ସ୍ବାତୀ ନକ୍ଷତ୍ର ସକାଶେ ବନ୍ଧୁମାନଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ବ୍ୟୟ ଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଖୁସୀ ରହିବେ। ସାଙ୍ଗସାଥୀଙ୍କ ସହ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତରଜନିତ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ।
ବିଛା
ବିଛା
କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବାରୁ ଓ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଜ୍ୟେଷ୍ଠା ନକ୍ଷତ୍ର ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ଦୀର୍ଘଦିନରୁ ପଡ଼ିରହିଥିବା କାମଟିରେ ଅଗ୍ରଗତି ଘଟିବ।
ଧନୁ
ଧନୁ
ମୂଳା ନକ୍ଷତ୍ର ଦିନତମାମ ବନ୍ଧୁଙ୍କ ମେଳରେ ରହିବା ସୁଯୋଗ ଲାଭକରି ଖୁସି ହେବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ବାଣିଜ୍ୟ ପାଇଁ ଦିନଟି ବହୁତ ଭଲ। ପଡ଼ୋଶୀଙ୍କଠାରୁ ହଠାତ୍‍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ରାଜନୀତି, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧିପାଇବ।
ମକର
ମକର
ଶ୍ରବଣା ନକ୍ଷତ୍ର ସକାଶେ ଗ୍ରହମାନଙ୍କ ଅନୁକୂଳ ପ୍ରଭାବ ହେତୁ କାର୍ଯ୍ୟସିଦ୍ଧି ସାଙ୍ଗକୁ ଅର୍ଥ ଓ ସୁନାମ ପାଇବେ। କିନ୍ତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ପାରିବାରିିକ ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ରହଛି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇଯିବାରୁ ମନ ମଧ୍ୟ ହାଲୁକା ରହିବ। ସକାଳୁଆ ଯାତ୍ରାରେ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ଆଜି ଶତଭିଷା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଭୁଲ୍‍ ବୁଝାମଣା ସୃଷ୍ଟି ଆଶଙ୍କାକୁ ଏଡ଼ିହେବ ନାହିଁ। ଜମିଜମା, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ବାଦବିବାଦରେ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ। ଯାତ୍ରା ସମୟରେ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟହୋଇପାରେ।
ମୀନମୀନ
ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା,ନୂତନ କର୍ମାରମ୍ଭ ସକାଶେ ପ୍ରୀତିଦାୟକ ରହିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ନତୁବା ଅନୁତାପ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ନଭେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ତୃତୀୟ ସପ୍ତମାଧିପ ସଂଯୋଗ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସାଙ୍ଗକୁ ଆନୁଷ୍ଠାନିକ କାମରେ ଯୋଗଦେଇ ପାରନ୍ତି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ…

ରାଶିଫଳ: ରବିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଦୁର୍ଲଭ ଚନ୍ଦ୍ରମଙ୍ଗଳ ଯୋଗରୁ ମନ ଯେମିତି, ଉଚ୍ଚ କାମ ମଧ୍ୟ ସେମିତି ସରସ, ସୁନ୍ଦର ରହିବ। ବନ୍ଧୁଙ୍କ ଅନୁରୋଧରେ ନୂଆ ସ୍ଥାନକୁ ବୁଲିଯିବାର ସୁଯୋଗ…

ରାଶିଫଳ: ଶନିବାର, ଅକ୍ଟୋବେର ୩୧ ତାରିଖ – Daily Horoscope

ମେଷ ସମସ୍ତ ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହିଁ। ବହୁତ ଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?