Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଆଜି ଆକସ୍ମିକ ଭାବରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ।
ବୃଷ
ବୃଷ
ବ୍ୟୟାଧିପ ମଙ୍ଗଳ ଆପଣଙ୍କୁ ଯାନବାହନ କ୍ରୟ, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇପାରେ। ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେକରି କାମ କରିଚାଲିଲେ କେତେକାଂଶରେ ଉପକୃତ ହୋଇପାରନ୍ତି। କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ଓ ସମସ୍ୟା ସମାଧାନ ହୋଇଯିବ।
ମିଥୁନ
ମିଥୁନ
ବଳବାନ୍‌ ବୁଧ ଆପଣଙ୍କୁ ବୌଦ୍ଧିକତା ପ୍ରଦାନ କରି ଶିକ୍ଷା,ପରୀକ୍ଷା, ଉଚ୍ଚପଦାଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ। କିନ୍ତୁ ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି। ପଡ଼ୋଶୀମାନେ ଭିନ୍ନ ପ୍ରକାରର କଟୁମନ୍ତବ୍ୟ ପ୍ରଦାନ କରିବାର ସୂଚନା ରହିଛି।
କର୍କଟ
କର୍କଟ
ଦ୍ୱିତୀୟ ଭାବରେ ରବି ଓ ମଙ୍ଗଳ ଆପଣଙ୍କ ବ୍ୟବହାରକୁ କଠୋର କରିଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି। ଏଣେ ସନ୍ତାନଙ୍କ ବୈବାହିକ ସମସ୍ୟା କିମ୍ବା ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିଯାଇପାରେ । ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ପାଇବା ପାଇଁ ବ୍ୟାକୁଳତା ବଢ଼ିପାରେ ।
ସି˚ହ
ସି˚ହ
ଦୈହିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟିକରିବ। ଅବ୍ୟ ବ୍ୟୟାଧିପ ଅଷ୍ଟମଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ସମସ୍ୟାର ଅନ୍ତରାଳେ କାର୍ଯ୍ୟସିଦ୍ଧି ପ୍ରଦାନ କରିବ। ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ। ମାତ୍ର ଭୁଲ୍‌ ବୁଝାମଣାରୁ ପାରିବାରିିକ ଶାନ୍ତି ବ୍ୟାହତ ହୋଇପାରେ।
କନ୍ୟା
ଚତୁର୍ଥକେନ୍ଦ୍ରସ୍ଥ ଶନିଙ୍କ ପ୍ରଭାବରୁ କେତେକ ଅନିଚ୍ଛାକୃତ କାରଣବଶତଃ ପରିସ୍ଥିତି ବିଗିଡ଼ିଯାଇ ପାରେ। ବାରମ୍ବାର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇଯିବ। ପାରିବାରିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ। ନିଜର ଅବହେଳା ହେତୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ।
ତୁଳା
ତୁଳା
ଚନ୍ଦ୍ରଙ୍କ ପ୍ରତି ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କୁ ବିଳାସବ୍ୟସନ ଦିଗକୁ ଆକର୍ଷିତ କରିପାରେ। ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜି ପାରନ୍ତି। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସଭାସମିତିରେ ଯୁକ୍ତି ଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରି ମନରେ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି ହେବ। ଅବଶ୍ୟ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ନିକଟ ସମ୍ପର୍କୀୟ ମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ। ନିଜ ଖର୍ଚ୍ଚରେ ମୂଲ୍ୟବାନ କ୍ରୟ କରିବାରେ ଖୁସି ହେବେ। ରାଜନୈତିକ ସ୍ତରରେ ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।
ଧନୁ
ଧନୁ
ପରିବାରରେ ପାରସ୍ପରିକ ସାହାଯ୍ୟ, ସହଯୋଗ ଓ ସଦିଚ୍ଛା ଲାଭ କରି ଖୁସି ରହିବେ। ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିବେ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ବିଭିନ୍ନ ଅସୁବିଧାରେ ବୁଡ଼ି ରହିଥିବା ସମୟରେ ନିଜ ଲୋକମାନେ ଦାଉ ସାଧିବେ। ସହକର୍ମୀମାନଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାକି ନିଜ ପାଇଁ କ୍ଷତିର କାରଣ ହୋଇପାରେ। ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
ମୀନମୀନ
ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ। ଆନୁଷ୍ଠାନକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri