Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ
ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଆଜି ଆକସ୍ମିକ ଭାବରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ।
ବୃଷ
ବୃଷ
ବ୍ୟୟାଧିପ ମଙ୍ଗଳ ଆପଣଙ୍କୁ ଯାନବାହନ କ୍ରୟ, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇପାରେ। ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେକରି କାମ କରିଚାଲିଲେ କେତେକାଂଶରେ ଉପକୃତ ହୋଇପାରନ୍ତି। କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ଓ ସମସ୍ୟା ସମାଧାନ ହୋଇଯିବ।
ମିଥୁନ
ମିଥୁନ
ବଳବାନ୍‌ ବୁଧ ଆପଣଙ୍କୁ ବୌଦ୍ଧିକତା ପ୍ରଦାନ କରି ଶିକ୍ଷା,ପରୀକ୍ଷା, ଉଚ୍ଚପଦାଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ। କିନ୍ତୁ ମୃଗଶିରା ନକ୍ଷତ୍ର କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି। ପଡ଼ୋଶୀମାନେ ଭିନ୍ନ ପ୍ରକାରର କଟୁମନ୍ତବ୍ୟ ପ୍ରଦାନ କରିବାର ସୂଚନା ରହିଛି।
କର୍କଟ
କର୍କଟ
ଦ୍ୱିତୀୟ ଭାବରେ ରବି ଓ ମଙ୍ଗଳ ଆପଣଙ୍କ ବ୍ୟବହାରକୁ କଠୋର କରିଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି। ଏଣେ ସନ୍ତାନଙ୍କ ବୈବାହିକ ସମସ୍ୟା କିମ୍ବା ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିଯାଇପାରେ । ଦୀର୍ଘଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ପାଇବା ପାଇଁ ବ୍ୟାକୁଳତା ବଢ଼ିପାରେ ।
ସି˚ହ
ସି˚ହ
ଦୈହିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିଥିଲେ ମଧ୍ୟ ଅଷ୍ଟମସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟିକରିବ। ଅବ୍ୟ ବ୍ୟୟାଧିପ ଅଷ୍ଟମଭାବରେ ବିପରୀତ ରାଜଯୋଗ ସୃଷ୍ଟି କରି ସମସ୍ୟାର ଅନ୍ତରାଳେ କାର୍ଯ୍ୟସିଦ୍ଧି ପ୍ରଦାନ କରିବ। ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ। ମାତ୍ର ଭୁଲ୍‌ ବୁଝାମଣାରୁ ପାରିବାରିିକ ଶାନ୍ତି ବ୍ୟାହତ ହୋଇପାରେ।
କନ୍ୟା
ଚତୁର୍ଥକେନ୍ଦ୍ରସ୍ଥ ଶନିଙ୍କ ପ୍ରଭାବରୁ କେତେକ ଅନିଚ୍ଛାକୃତ କାରଣବଶତଃ ପରିସ୍ଥିତି ବିଗିଡ଼ିଯାଇ ପାରେ। ବାରମ୍ବାର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇଯିବ। ପାରିବାରିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ। ନିଜର ଅବହେଳା ହେତୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ।
ତୁଳା
ତୁଳା
ଚନ୍ଦ୍ରଙ୍କ ପ୍ରତି ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କୁ ବିଳାସବ୍ୟସନ ଦିଗକୁ ଆକର୍ଷିତ କରିପାରେ। ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜି ପାରନ୍ତି। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସଭାସମିତିରେ ଯୁକ୍ତି ଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରି ମନରେ ବିଭିନ୍ନ ପ୍ରକାରର ଚିନ୍ତା ସୃଷ୍ଟି ହେବ। ଅବଶ୍ୟ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବାରେ ନିକଟ ସମ୍ପର୍କୀୟ ମାନଙ୍କ ଅବଦାନକୁ ଭୁଲି ପାରିବେ ନାହିଁ। ନିଜ ଖର୍ଚ୍ଚରେ ମୂଲ୍ୟବାନ କ୍ରୟ କରିବାରେ ଖୁସି ହେବେ। ରାଜନୈତିକ ସ୍ତରରେ ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।
ଧନୁ
ଧନୁ
ପରିବାରରେ ପାରସ୍ପରିକ ସାହାଯ୍ୟ, ସହଯୋଗ ଓ ସଦିଚ୍ଛା ଲାଭ କରି ଖୁସି ରହିବେ। ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ନିଶ୍ଚିତ ସଫଳତା ହାସଲ କରିବେ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ମଧ୍ୟ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ। ବିଭିନ୍ନ ଅସୁବିଧାରେ ବୁଡ଼ି ରହିଥିବା ସମୟରେ ନିଜ ଲୋକମାନେ ଦାଉ ସାଧିବେ। ସହକର୍ମୀମାନଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାକି ନିଜ ପାଇଁ କ୍ଷତିର କାରଣ ହୋଇପାରେ। ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
ମୀନମୀନ
ସାମାଜିକ ସ୍ତରରେ ଜନହିତକର କାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ। ଆନୁଷ୍ଠାନକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବା ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri