Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ମଧ୍ୟ କିଛି କରିପାରିବେ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କ ଭଲ ରହିବ। ପ୍ରତୀକ୍ଷିତ ସ୍ଥାନରୁ ଶୁଭଖବର ପାଇ ଉଲ୍ଲସିତ ହେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବା ଆଶଙ୍କା ରହିଛି। ଯେତେ ପ୍ରକାରର ଚେଷ୍ଟାକଲେ ମଧ୍ୟ ଏହି ସମୟରେ ସରକାରୀ ସ୍ତରରେ ହାରିଗୁହାରି କିଏ ବୁଝିବେ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ର ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ହଠାତ୍‌ ଏକ ଭିନ୍ନ ପରିସ୍ଥିତିରେ କଥା କହୁ ନ ଥିବା ବନ୍ଧୁଟି ପାଖେଇ ଆସିପାରେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ଆହ୍ବାନ ଆସିବା ସମ୍ଭାବନା ରହିଛି। ସାମାନ୍ୟ ବିଳମ୍ବରେ ଅଭିଳଷିତ ଅର୍ଥ ପାଇବେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ମନ ଭଲ ନ ଥିବା କାରଣରୁ ସାମାନ୍ୟ କଥାରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ବିବ୍ରତବୋଧ କରିପାରନ୍ତି। ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବାରୁ ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ମଘା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସକାଶେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିବ। କେତେକ ସ୍ଥଳେ ଗୁରୁଜନଙ୍କ ସାନ୍ତ୍ୱନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପୁରାତନ ରୋଗର ପୀଡ଼ା ଆପଣଙ୍କ ଦୃଢ଼ତାକୁ କେତେକାଂଶରେ କ୍ଷୁଣ୍ଣ କରିପାରେ।
କନ୍ୟା
ଚିତ୍ରା ନକ୍ଷତ୍ର ସକାଶେ ଅନ୍ୟମାନଙ୍କ ଦୃଷ୍ଟିକୋଣର ଭିନ୍ନତା ଓ ଅସଂଗତ ବିଚାରଧାରା ଆପଣଙ୍କ ପାଇଁ ଅହିତକର ହୋଇପାରେ। କାର୍ଯ୍ୟକ୍ରମର ଗୁରୁତ୍ୱ ଦୃଷ୍ଟିରୁ କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଅନୁଭବ କରିବାକୁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଘରେ ବନ୍ଧୁମିଳନ ଜନିତ ଆମୋଦ ପ୍ରମୋଦର ଆସର ଘଟିପାରେ।
ତୁଳା
ତୁଳା
ବିଶାଖା ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ। ଆଜିର ଯାତ୍ରାରେ ସଫଳତା ପାଇବା ସହ ଆବଶ୍ୟକତା ଅପୂରଣ ରହିବନାହିଁ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପରିବାର, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭର ପ୍ରସ୍ତୁତିପର୍ବକୁ ପୂର୍ଣ୍ଣାଙ୍ଗ କରିପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲାଭଳି କଥା କହି ପରିସ୍ଥିତିକୁ ସୁଧାରିନେବେ। ଅନ୍ୟ ମାନଙ୍କ ସାହାଯ୍ୟ ଲାଭକରି ଆଜି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିପାରିବା ଆଶା ରହିଛି। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ କଳହର ସାମ୍‌ନା କରିବାକୁ ପଡ଼ିବ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ସାଧନା ଦିଗକୁ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି
ବାହାର କରିବାରେ ସମର୍ଥ ହେବେ। ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତି ତଥା ପ୍ରଶାସନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଶ୍ରବଣା ନକ୍ଷତ୍ର ଦିନର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସହ ସମସ୍ୟା ସମାଧାନ କରିପାରିବେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ମଧ୍ୟସ୍ଥଙ୍କୁ ଅନୁନୟ ବିନୟ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଅସୁବିଧା ନ ହେଲେ ମଧ୍ୟ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାଜନିତ ଆଶଙ୍କା କରି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ତ୍ୱେ କେତେକ କାମ କରିବାକୁ ବାଧ୍ୟହେବେ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯାଇପାରେ।
ମୀନମୀନ
ରେବତୀ ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ ଯୋଗ ରହିଛି। ସାମୟିକ ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନୋରଞ୍ଜନ ଉପଭୋଗ୍ୟ ନ ହୋଇପାରେ। କର୍ମକ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିବେ ଓ ଅସଂଗତି ଦୂରକରିବାର ପ୍ରଯତ୍ନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?