Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ
ହସ୍ତା ନକ୍ଷତ୍ରରେ ଚନ୍ଦ୍ର ଥିବାରୁ କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ମଧ୍ୟ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ। ଆବଶ୍ୟକତା ଉପଲବ୍ଧିକରି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସହକର୍ମୀଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି।
ବୃଷ
ବୃଷ
ଧନିଷ୍ଠା ନକ୍ଷତ୍ରସ୍ଥ ଶୁକ୍ର ଯୋଗୁ କୌଣସି ଘଟଣାକୁ କେନ୍ଦ୍ରକରି ସକାଳୁ ମନଟା ବିଗିଡ଼ିଯାଇପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସାଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରିଆସିବ। ପର ବୋଲରେ ପଡ଼ି ନୀଚ ସଂସର୍ଗରୁ ଦୂରେଇରହିବା ଭଲ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରିବ ନାହିଁ।
ମିଥୁନ
ମିଥୁନ
ଅନୁରାଧା ନକ୍ଷତ୍ରସ୍ଥ ବାଣୀକାରକ ବୁଧ ପ୍ରଭାବରେ ଆଜିର କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ ବ୍ୟବହାର ଦ୍ୱାରା କାମ ହାସଲ କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାରକରଜ କରିବେ। ସାମାଜିକ ସ୍ତରରେ ମଉଳିଯାଇଥିବା ଆଶା ପୁଣି କଅଁଳିଉଠିବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତାକଲେ ଅପମାନିତ ହେବା ଆଶଙ୍କା ରହିଛି।
କର୍କଟ
କର୍କଟ
ଚନ୍ଦ୍ର କବନ୍ଧଗ୍ରହ ଯୁକ୍ତଜନିତ ମନ ଭଲ ନ ଥିବାରୁ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ପୁରୁଣା ସମସ୍ୟାଗୁଡିକ ତୁଟିଯାଇଥଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ବନ୍ଧୁ ମାନଙ୍କ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧି ପାଇବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷକରିପାରିବେନି।
ସି˚ହ
ସି˚ହ
ପୁଷ୍ୟା ନକ୍ଷତ୍ରସ୍ଥ ମଙ୍ଗଳ ହେତୁ ଆଲୋଚନାର ଶେଷଭାଗରେ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇନେବେ। ଅଫିସରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। ପରିବାରର ଆବଶ୍ୟକତା ଅନୁଯାୟୀ କରଜ କରିବେ। ଯେଉଁ ପରିସ୍ଥିତି ହେଉ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
କନ୍ୟା
ଚନ୍ଦ୍ର ସହ ବୁଧଙ୍କ ସଂଯୋଗଜନିତ କର୍ମକ୍ଷେତ୍ରରେ ବନ୍ଧୁ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଆଲୋଚନା ସମୟରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଦୀର୍ଘଦିନ ହେଲା ଖୋଜୁଥିବା ଜିନିଷ ଆଜି ଅପରାହ୍ନେ ହଠାତ୍‍ ପାଇଯିବେ।
ତୁଳା
ତୁଳା
ବୃହସ୍ପତିଙ୍କ ଦୃଷ୍ଟିରେ ବୁଧ ଥିବାରୁ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। କର୍ମକ୍ଷେତ୍ରରେ ଈର୍ଷାଳୁ ସହକର୍ମୀଙ୍କ ଦ୍ୱାରା ଗୁଜବ ମନକୁ ଆତଙ୍କିତ କରିପାରେ। ଆଜିର ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାକୁ ସୁଧାରିନେବାରେ ପଡ଼ୋଶୀ ସହାୟତା କରିବେ।
ବିଛା
ବିଛା
ଅଧିକାଂଶ ସମୟରେ ଟେନ୍‍ସନ ମଧ୍ୟରେ ଚଳିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବା ଠିକ୍‍ ହେବ ନାହିଁ। ଗୃହସୀମା, କିମ୍ବା ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ଭାଗ୍ୟସ୍ଥାନରେ ରାଶ୍ୟାଧିପତି ଥିବାରୁ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳାଷିତ ଫଳ ପାଇବେ ଏବଂ ଆମୋଦର ମଉକା ଜୁଟିବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ। ପ୍ରଶାସନ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହେବ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ଅଯଥା ସନ୍ଦେହକଲେ ନିଜେ ହିଁ କ୍ଷତିରେ ପଡ଼ିବେ। ମୂଲ୍ୟବାନ୍‍ ଜିନିଷଟି ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ରାହୁଙ୍କ ପ୍ରଭାବରୁ ସାଧାରଣ ଘଟଣାକୁ ବୃହତ୍‍ ଆକାରରେ ଚିନ୍ତାକରିବେ।
କୁମ୍ଭ
କୁମ୍ଭ
ଆପଣଙ୍କ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବା ଯୋଗୁ କାମ ମଧ୍ୟ ସୁବିଧାରେ ସମ୍ପନ୍ନ ହୋଇଯିବ। ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଭୁଲ୍‍ ବୁଝାମଣା କାରଣରୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ।
ମୀନମୀନ

ସାମାନ୍ୟ ବଚସାକୁ କେନ୍ଦ୍ରକରି ଆଜି ସକାଳୁ ପାରିବାରିକ ଶାନ୍ତି ବ୍ୟାହତହେବ। ଆନୁଷ୍ଠାନିକ ସ୍ତରରେ ସବୁ ସମସ୍ୟା ଓ ଆଲୋଚନା ଜାଣି ମଧ୍ୟ ନୀରବତା ଅବଲମ୍ବନ କରିବେ। ଅଫିସ୍‍ରେ କୌଣସି ବ୍ୟତିକ୍ରମ ଅବଲୋକନକରି ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶନି ଦୃଷ୍ଟ ବୁଧ ହେତୁ ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri