Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ଆତ୍ମୀୟସ୍ବଜନ ଓ ହିତାକାଂକ୍ଷୀଙ୍କ ଆଦର, ଗୌରବରୁ ଆତ୍ମତୃପ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଆକସ୍ମିକ ସୁଯୋଗ ଆପଣା ଛାଏଁ ଆସିବ, ଅବଶ୍ୟ ତାହାର ସଦୁପଯୋଗ କରି ପାରିଲେ ଉପକୃତ । କିନ୍ତୁ ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
ମିଥୁନ
ମିଥୁନ
ରବି ଓ ବୁଧ ନିଜ ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ। ଶୁକ୍ରଙ୍କ ଶୁଭ ସଂସ୍ଥାନରୁ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ । ଏହାସାଙ୍ଗକୁ ଆଇନ, ଅଦାଲତ, ଇଲେକ୍‌ଟ୍ରୋନିକ୍ସ, ମେଡିକାଲ୍‌ ସାଇନ୍ସ, ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବନାହିଁ।
କର୍କଟ
କର୍କଟ
ଶୁକ୍ରଙ୍କ ଶୁଭଦୃଷ୍ଟିରେ ସାମାଜିକ ସମ୍ମାନ, ପାରିବାରିକ ଶାନ୍ତି, ବିଳାସବ୍ୟସନ, ଯାନବାହନାଦି ପ୍ରାପ୍ତି ହୋଇପାରେ। ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ ତଥା ସଭା ସମିତିରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥାଭାବ ପାରିବାରିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଅହେତୁକ ଭୟ ଓ ଆଶଙ୍କାଜନିତ କୌଣସି କାର୍ଯ୍ୟ କରିବାରେ ଦ୍ୱନ୍ଦ୍ୱଯୁକ୍ତ ହେବେ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡ଼ିବ।
କନ୍ୟା
ବନ୍ଧୁ ଓ ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଏବଂ ଅପପ୍ରଚାର ମାନସିକ ସ୍ଥିତିକୁ ଅସ୍ଥିର କରିପାରେ। ଶୁକ୍ର ପ୍ରଭାବରୁ ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ସ୍ଥଗିତ କାର୍ଯ୍ୟ ଓ ମାନସିକ ସ୍ଥିତିରେ ଆଶାର ଝଲକ ପରିଲକ୍ଷିତ ହେବ। ପରିସ୍ଥିତି ଯାହାହେଉନା କାହିଁକି, ଆପଣ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସୀ ମନରେ କାମ କରିବାରେ ଆଜି କୌଣସି ଅସୁବିଧା । ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, କଚେରି ମାମଲା ତଥା ସାମାଜିକସ୍ତରରେ ସମ୍ମାନ ଲାଭର ଯୋଗ ରହିଛି। ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି।
ବିଛା
ବିଛା
ଭାଗ୍ୟସ୍ଥାନକୁ ଭାଗ୍ୟାଧିପତିଙ୍କ ସହ ଶନିଙ୍କ ଦୃଷ୍ଟି ଯୋଗୁ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ବନ୍ଧୁମାନଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।
ଧନୁ
ଧନୁ
ଆର୍ଥିକ ଅଭିବୃଦ୍ଧି ସହ ଆପଣଙ୍କ ସୁନ୍ଦର ବିଚାରଧାରା ବନ୍ଧୁଗହଣରେ ପ୍ରଶଂସିତ ହେବା ସହ ଜନାଦୃତ ହେବ। କୋଣଭାବସ୍ଥ ଶୁକ୍ର ଯୋଗୁ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତି, ବିବାଦୀୟ କ୍ଷେତ୍ର ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ବ୍ୟବସାୟରେ ଭଲ କାରବାର ହେବ।
ମକର
ମକର
ଶ୍ରବଣା ନକ୍ଷତ୍ର ସକାଶେ ଚନ୍ଦ୍ର ଓ ଶନିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ଥଣ୍ଡା ରୋଗରେ ପୀଡ଼ିତ କରାଇପାରେ। ବିଭିନ୍ନ ବିଷୟ ଚିନ୍ତାକରି ମାନସିକ ସ୍ଥିତି ସନ୍ତୁଳିତ ମଧ୍ୟ ରହିବ ନାହିଁ। ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହେବା ଅସମ୍ଭବ ହୋଇପଡିବ। ଧନିଷ୍ଠା ବନ୍ଧୁମାନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
କୁମ୍ଭ
କୁମ୍ଭ
ରବି ଧନସ୍ଥାନସ୍ଥ ଯୋଗୁ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଅର୍ଥଲାଭ ଓ ସମସ୍ୟା ସମାଧାନ ହୋଇଯିବ। ରାଜନୈତିକ ସ୍ଥିତିରେ ଉନ୍ନତ ଫଳ ପାଇବେ। ସ୍ବଗୃହାଭିମୁଖୀ ଶୁକ୍ର ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। କିନ୍ତୁ ଈର୍ଷାପରାୟଣ କିମ୍ବା ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ
ଆଜି ଉଚ୍ଚ ଆଶା ସଫଳ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପାଇବେ ଏବଂ ନୂତନ ବନ୍ଧୁସମ୍ପର୍କ ସ୍ଥାପନ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ ଓ ସଭାସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଏବଂ ଗୌରବାର୍ଜନ ନିଶ୍ଚିତ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ପାରିବାରିକ ପରିସ୍ଥିତି ବିଗିଡ଼ିଯାଇଥିବାରୁ ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଯାତ୍ରା, ସମ୍ପର୍କ ସ୍ଥାପନ, ପରିବହନ,…

ରାଶିଫଳ: ସୋମବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ ଓ ଆଶା ଆଶଙ୍କା ମଧ୍ୟରେ ଗତିକରିବାକୁ ପଡିପାରେ। ବନ୍ଧୁଙ୍କ ସହ ସହାନୁଭୂତିମୂଳକ ଆଲୋଚନା ମାଧ୍ୟମରେ ପରିବାରରେ ଶାନ୍ତି…

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri