Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗ ଆପଣଙ୍କୁ କର୍ମଦକ୍ଷତା, ଉଚ୍ଚ ସମ୍ମାନ, ବନ୍ଧୁଗହଣରେ ପ୍ରଶଂସିତ କରାଇବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ, ଯାନବାହନ ଲାଭ ସହ ଆଇନ ଅଦାଲତରେ ବିଜୟୀ ହେବେ। ଶିଳ୍ପ, ପରିବହନ, ବ୍ୟବସାୟ, ନିର୍ମାଣ, ବିବାଦୀୟ ଘଟଣା ଓ ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ଶନି କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ଆତ୍ମୀୟସ୍ବଜନ ଓ ହିତାକାଂକ୍ଷୀଙ୍କ ଆଦର, ଗୌରବରୁ ଆତ୍ମତୃପ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଆକସ୍ମିକ ସୁଯୋଗ ଆପଣା ଛାଏଁ ଆସିବ, ଅବଶ୍ୟ ତାହାର ସଦୁପଯୋଗ କରି ପାରିଲେ ଉପକୃତ । କିନ୍ତୁ ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
ମିଥୁନ
ମିଥୁନ
ରବି ଓ ବୁଧ ନିଜ ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ। ଶୁକ୍ରଙ୍କ ଶୁଭ ସଂସ୍ଥାନରୁ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ । ଏହାସାଙ୍ଗକୁ ଆଇନ, ଅଦାଲତ, ଇଲେକ୍‌ଟ୍ରୋନିକ୍ସ, ମେଡିକାଲ୍‌ ସାଇନ୍ସ, ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବନାହିଁ।
କର୍କଟ
କର୍କଟ
ଶୁକ୍ରଙ୍କ ଶୁଭଦୃଷ୍ଟିରେ ସାମାଜିକ ସମ୍ମାନ, ପାରିବାରିକ ଶାନ୍ତି, ବିଳାସବ୍ୟସନ, ଯାନବାହନାଦି ପ୍ରାପ୍ତି ହୋଇପାରେ। ଭାଇ, ବନ୍ଧୁ, ସହକର୍ମୀ, ଅଂଶୀଦାର ବ୍ୟବସାୟୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଆନୁଷ୍ଠାନିକ କାମ ତଥା ସଭା ସମିତିରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥାଭାବ ପାରିବାରିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଅହେତୁକ ଭୟ ଓ ଆଶଙ୍କାଜନିତ କୌଣସି କାର୍ଯ୍ୟ କରିବାରେ ଦ୍ୱନ୍ଦ୍ୱଯୁକ୍ତ ହେବେ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡ଼ିବ।
କନ୍ୟା
ବନ୍ଧୁ ଓ ସମ୍ପର୍କୀୟଙ୍କ ବେଖାତିର ମନୋଭାବ ଏବଂ ଅପପ୍ରଚାର ମାନସିକ ସ୍ଥିତିକୁ ଅସ୍ଥିର କରିପାରେ। ଶୁକ୍ର ପ୍ରଭାବରୁ ଅପୂରଣୀୟ ଆଶା ଓ ଅର୍ଥର ଅଭାବ ହେତୁ ସ୍ଥଗିତ କାର୍ଯ୍ୟ ଓ ମାନସିକ ସ୍ଥିତିରେ ଆଶାର ଝଲକ ପରିଲକ୍ଷିତ ହେବ। ପରିସ୍ଥିତି ଯାହାହେଉନା କାହିଁକି, ଆପଣ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସୀ ମନରେ କାମ କରିବାରେ ଆଜି କୌଣସି ଅସୁବିଧା । ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, କଚେରି ମାମଲା ତଥା ସାମାଜିକସ୍ତରରେ ସମ୍ମାନ ଲାଭର ଯୋଗ ରହିଛି। ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି।
ବିଛା
ବିଛା
ଭାଗ୍ୟସ୍ଥାନକୁ ଭାଗ୍ୟାଧିପତିଙ୍କ ସହ ଶନିଙ୍କ ଦୃଷ୍ଟି ଯୋଗୁ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ। ବନ୍ଧୁମାନଙ୍କ ସାହାଯ୍ୟରୁ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ।
ଧନୁ
ଧନୁ
ଆର୍ଥିକ ଅଭିବୃଦ୍ଧି ସହ ଆପଣଙ୍କ ସୁନ୍ଦର ବିଚାରଧାରା ବନ୍ଧୁଗହଣରେ ପ୍ରଶଂସିତ ହେବା ସହ ଜନାଦୃତ ହେବ। କୋଣଭାବସ୍ଥ ଶୁକ୍ର ଯୋଗୁ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତି, ବିବାଦୀୟ କ୍ଷେତ୍ର ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ବ୍ୟବସାୟରେ ଭଲ କାରବାର ହେବ।
ମକର
ମକର
ଶ୍ରବଣା ନକ୍ଷତ୍ର ସକାଶେ ଚନ୍ଦ୍ର ଓ ଶନିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ଥଣ୍ଡା ରୋଗରେ ପୀଡ଼ିତ କରାଇପାରେ। ବିଭିନ୍ନ ବିଷୟ ଚିନ୍ତାକରି ମାନସିକ ସ୍ଥିତି ସନ୍ତୁଳିତ ମଧ୍ୟ ରହିବ ନାହିଁ। ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହେବା ଅସମ୍ଭବ ହୋଇପଡିବ। ଧନିଷ୍ଠା ବନ୍ଧୁମାନଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିବେ।
କୁମ୍ଭ
କୁମ୍ଭ
ରବି ଧନସ୍ଥାନସ୍ଥ ଯୋଗୁ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଅର୍ଥଲାଭ ଓ ସମସ୍ୟା ସମାଧାନ ହୋଇଯିବ। ରାଜନୈତିକ ସ୍ଥିତିରେ ଉନ୍ନତ ଫଳ ପାଇବେ। ସ୍ବଗୃହାଭିମୁଖୀ ଶୁକ୍ର ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। କିନ୍ତୁ ଈର୍ଷାପରାୟଣ କିମ୍ବା ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି।
ମୀନମୀନ
ଆଜି ଉଚ୍ଚ ଆଶା ସଫଳ ହେବ। ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପାଇବେ ଏବଂ ନୂତନ ବନ୍ଧୁସମ୍ପର୍କ ସ୍ଥାପନ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ ଓ ସଭାସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଏବଂ ଗୌରବାର୍ଜନ ନିଶ୍ଚିତ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri