Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୯ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ବୃଷ
ବୃଷ
ମିତ୍ର ଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତର ନ ହେଲେ ମଧ୍ୟ ତଜ୍ଜନିତ ଟେନ୍‌ସନ ଲାଗି ରହିବ । ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା,ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି। ଶିଳ୍ପ ଓ ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ଆଂଶିକ ସଫଳତା ମିଳିବ ।
ମିଥୁନ
ମିଥୁନ
ବୁଧ ସମେତ ଏକାଧିକ ସପ୍ତମସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ଭରସା କଲେ ପରିଶେଷରେ ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ । ଆବଶ୍ୟକତା ସମୟରେ ବାକି ରହିଥିବା ଅର୍ଥ ପାଇବା ସକାଶେ ଚେଷ୍ଟା କରି ମଧ୍ୟ ସଫଳ ହେବା କଷ୍ଟକର ହେବ । ପୁରାତନ ଜିନିଷର ମରାମତି କିମ୍ବା ନିର୍ମାଣାଧୀନ କାମରେ ପରିସ୍ଥିତି ବଦଳି ଯିବାର ସୂଚନା ରହିଛି ।
କର୍କଟ
କର୍କଟ
ଦୁଃସ୍ଥାନରେ ରାଶ୍ୟାଧିପ ରାହୁ ଯୁକ୍ତ ହେତୁ ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ଜଣେ ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଆନୁଷ୍ଠାନିକ କାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି , ବାସ୍ତବରେ ସେପରି କିଛି ହେବନି ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ଯୋଗୁ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ । ଅଂଶୀଦାରଙ୍କ ସହ ଯୋଗରେ ରପ୍ତାନି, ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନରେ ସମସ୍ୟାର ପରିସମାପ୍ତି ଘଟିବ । ସରକାରୀ ସୂତ୍ରରୁ କିମ୍ବା ଘରୋଇ ସମ୍ପର୍କୀୟମାନଙ୍କ ନିକଟରୁ ଚଢାସୁଧରେ ଧାରକରଜ କରିପାରନ୍ତି।
କନ୍ୟା
ଦିନଟିରେ ବୁଧ ପୂର୍ବାଷାଢା ନକ୍ଷେତ୍ର ରହିଥିବାରୁ ପାରିବାରିକ, ଆର୍ଥିକ ଓ ବ୍ୟବସାୟିକ ଦିଗ ପାଇଁ ବିଶେଷ ଅନୁକୂଳ ରହିବ । କଳା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌ , ସଂଗଠନ ପ୍ରଶାସନ, ପ୍ରକାଶନ, ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇପାରିବେ । ନିଜର ଅବହେଳା କାରଣରୁ କୌଣସି ମୂଲ୍ୟବାନ୍‌ ସୁଯୋଗ ହରାଇପାରନ୍ତି।
ତୁଳା
ତୁଳା
ନିଜଗୃହରୁ ଶନି ଦ୍ୱାଦଶସ୍ଥ ଯୋଗୁ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ । ହୋଟେଲ, ଶିଳ୍ପ, ଲୌହ, ବିଦ୍ୟୁତ, ସମ୍ବନ୍ଧିତ ବାଣିଜ୍ୟ, ବ୍ୟବସାୟରେ ଆଶାଜନକ ସୁଫଳ ପାଇବେ । ଆଜିର ଅର୍ଥ ସଂକଟ ଦୂରୀଭୂତ ହେବାରେ ଭଲ ସମ୍ପର୍କ ରହିଥିବା ସହକର୍ମୀଟି ସାହାଯ୍ୟ କରିବେ । ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କାମରେ ସମ୍ମାନ ଓ ପଦମର୍ଯ୍ୟାଦା ପାଇବାର ସମ୍ଭାବନା ମଧ୍ୟ ରହିଛି । କଳା, ସାହିତ୍ୟ,ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ପ୍ର୍ରକାରର ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହୋଇପାରନ୍ତି।
ଧନୁ
ଧନୁ
ରାଶିରେ ବହୁତ ଗ୍ରହ ଅବସ୍ଥାନ କରି ପରିବାରରେ ସମସ୍ୟା ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ । ଅର୍ଥ ସମ୍ପର୍କୀୟ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡିବେ । କଳା, ସାହିତ୍ୟ, କ୍ରୀଡା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଲାଗିରହିବ।
ମକର
ମକର
ଧନସ୍ଥାନରେ କର୍ମାଧିପ ଧନଲାଭ କରାଇବା ଚେଷ୍ଟା କରୁଥିବା କାମଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । କ୍ରୟ ବିକ୍ରୟ ପରିପ୍ରେକ୍ଷୀରେ ଗୃହୋପଯୋଗୀ ଜମିଜମା ସଂକ୍ରାନ୍ତୀୟ କଥାବାର୍ତ୍ତାରେ ଅଗ୍ରଗତି ଘଟିବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
କୁମ୍ଭ
କୁମ୍ଭ
ଶୁଭଗ୍ରହ ପ୍ରଭାବରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆଗଧାଡିର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବରେ ଗ୍ରହଣୀୟ ହେବେ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ବିଶେଷ ଅସୁବିଧା ହୋଇ ନ ପାରେ । ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ମାଲିମକଦ୍ଦମା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ ।
ମୀନମୀନ
ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଗୃହ, ଯାନବାହନ, ଜମିଜମା, ଲୋକସମ୍ପର୍କ, ଲେଖାପଢା,ଗବେଷଣା, ଅନୁସନ୍ଧାନ କାମରେ ଅଗ୍ରଗତି ଅବଶ୍ୟମ୍ଭାବୀ । ଶିଳ୍ପ,ବ୍ୟବସାୟ, କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri