Posted inRasifala

ରାଶିଫଳ: ଗୁରୁବାର, ଜାନୁଆରି ୯ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଶୁକ୍ର ଯୋଗୁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତ ରହିବ । ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତ ହେତୁ ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ ।
ବୃଷ
ବୃଷ
ମିତ୍ର ଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତର ନ ହେଲେ ମଧ୍ୟ ତଜ୍ଜନିତ ଟେନ୍‌ସନ ଲାଗି ରହିବ । ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା,ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ, ଯାନବାହନ ପ୍ରଭୃତି ବିକ୍ରି କରିପାରନ୍ତି। ଶିଳ୍ପ ଓ ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ଆଂଶିକ ସଫଳତା ମିଳିବ ।
ମିଥୁନ
ମିଥୁନ
ବୁଧ ସମେତ ଏକାଧିକ ସପ୍ତମସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ଭରସା କଲେ ପରିଶେଷରେ ମୁଣ୍ଡରେ ହାତଦେଇ ବସିବାକୁ ପଡିପାରେ । ଆବଶ୍ୟକତା ସମୟରେ ବାକି ରହିଥିବା ଅର୍ଥ ପାଇବା ସକାଶେ ଚେଷ୍ଟା କରି ମଧ୍ୟ ସଫଳ ହେବା କଷ୍ଟକର ହେବ । ପୁରାତନ ଜିନିଷର ମରାମତି କିମ୍ବା ନିର୍ମାଣାଧୀନ କାମରେ ପରିସ୍ଥିତି ବଦଳି ଯିବାର ସୂଚନା ରହିଛି ।
କର୍କଟ
କର୍କଟ
ଦୁଃସ୍ଥାନରେ ରାଶ୍ୟାଧିପ ରାହୁ ଯୁକ୍ତ ହେତୁ ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ଜଣେ ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଯାତ୍ରା ସମୟରେ, ଯାନବାହନ ଚାଳନାରେ, ଆନୁଷ୍ଠାନିକ କାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ । ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି , ବାସ୍ତବରେ ସେପରି କିଛି ହେବନି ।
ସି˚ହ
ସି˚ହ
ସ୍ବଗୃହୀ ମଙ୍ଗଳ ଯୋଗୁ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ । ଅଂଶୀଦାରଙ୍କ ସହ ଯୋଗରେ ରପ୍ତାନି, ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନରେ ସମସ୍ୟାର ପରିସମାପ୍ତି ଘଟିବ । ସରକାରୀ ସୂତ୍ରରୁ କିମ୍ବା ଘରୋଇ ସମ୍ପର୍କୀୟମାନଙ୍କ ନିକଟରୁ ଚଢାସୁଧରେ ଧାରକରଜ କରିପାରନ୍ତି।
କନ୍ୟା
ଦିନଟିରେ ବୁଧ ପୂର୍ବାଷାଢା ନକ୍ଷେତ୍ର ରହିଥିବାରୁ ପାରିବାରିକ, ଆର୍ଥିକ ଓ ବ୍ୟବସାୟିକ ଦିଗ ପାଇଁ ବିଶେଷ ଅନୁକୂଳ ରହିବ । କଳା, ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍‌ , ସଂଗଠନ ପ୍ରଶାସନ, ପ୍ରକାଶନ, ଗଣଯୋଗାଯୋଗ ତଥା ଆଇନ ଅଦାଲତରେ ସଫଳତା ପାଇପାରିବେ । ନିଜର ଅବହେଳା କାରଣରୁ କୌଣସି ମୂଲ୍ୟବାନ୍‌ ସୁଯୋଗ ହରାଇପାରନ୍ତି।
ତୁଳା
ତୁଳା
ନିଜଗୃହରୁ ଶନି ଦ୍ୱାଦଶସ୍ଥ ଯୋଗୁ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ । ହୋଟେଲ, ଶିଳ୍ପ, ଲୌହ, ବିଦ୍ୟୁତ, ସମ୍ବନ୍ଧିତ ବାଣିଜ୍ୟ, ବ୍ୟବସାୟରେ ଆଶାଜନକ ସୁଫଳ ପାଇବେ । ଆଜିର ଅର୍ଥ ସଂକଟ ଦୂରୀଭୂତ ହେବାରେ ଭଲ ସମ୍ପର୍କ ରହିଥିବା ସହକର୍ମୀଟି ସାହାଯ୍ୟ କରିବେ । ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କାମରେ ସମ୍ମାନ ଓ ପଦମର୍ଯ୍ୟାଦା ପାଇବାର ସମ୍ଭାବନା ମଧ୍ୟ ରହିଛି । କଳା, ସାହିତ୍ୟ,ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଆର୍ଥିକ ଅଭିବୃଦ୍ଧି ସକାଶେ ବିଭିନ୍ନ ପ୍ର୍ରକାରର ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହୋଇପାରନ୍ତି।
ଧନୁ
ଧନୁ
ରାଶିରେ ବହୁତ ଗ୍ରହ ଅବସ୍ଥାନ କରି ପରିବାରରେ ସମସ୍ୟା ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ । ଅର୍ଥ ସମ୍ପର୍କୀୟ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡିବେ । କଳା, ସାହିତ୍ୟ, କ୍ରୀଡା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଲାଗିରହିବ।
ମକର
ମକର
ଧନସ୍ଥାନରେ କର୍ମାଧିପ ଧନଲାଭ କରାଇବା ଚେଷ୍ଟା କରୁଥିବା କାମଗୁଡିକ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । କ୍ରୟ ବିକ୍ରୟ ପରିପ୍ରେକ୍ଷୀରେ ଗୃହୋପଯୋଗୀ ଜମିଜମା ସଂକ୍ରାନ୍ତୀୟ କଥାବାର୍ତ୍ତାରେ ଅଗ୍ରଗତି ଘଟିବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
କୁମ୍ଭ
କୁମ୍ଭ
ଶୁଭଗ୍ରହ ପ୍ରଭାବରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆଗଧାଡିର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବରେ ଗ୍ରହଣୀୟ ହେବେ । ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ବିଶେଷ ଅସୁବିଧା ହୋଇ ନ ପାରେ । ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ମାଲିମକଦ୍ଦମା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ ।
ମୀନମୀନ
ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଗୃହ, ଯାନବାହନ, ଜମିଜମା, ଲୋକସମ୍ପର୍କ, ଲେଖାପଢା,ଗବେଷଣା, ଅନୁସନ୍ଧାନ କାମରେ ଅଗ୍ରଗତି ଅବଶ୍ୟମ୍ଭାବୀ । ଶିଳ୍ପ,ବ୍ୟବସାୟ, କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri