Posted inଭଦ୍ରକ

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦ୍‌ଘାଟିତ: ‘ସଂସ୍କୃତି, ଲୋକନୃତ୍ୟକୁ ଉଜ୍ଜୀବିତ କରେ ଉତ୍ସବ’

ଭଦ୍ରକ ଅଫିସ,୧୪।୯- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭଦ୍ରକ ଜିଲା ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାର ଟାଉନ ହଲ୍‌ ପରିସରରେ ରାଜ୍ୟସ୍ତରୀୟ ଦୁଇଦିନିଆ ମେଘ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଭଦ୍ରକର ସାହିତ୍ୟ, ସଂସ୍କୃତି ଓ ଲୋକନୃତ୍ୟ ଉଚ୍ଚକୋଟୀର କହି ସେ ପ୍ରଶଂସା କରିଥିଲେ। ଏହିଭଳି ଉତ୍ସବ ଜିଲା ଓ ରାଜ୍ୟର ସଂସ୍କୃତି ଏବଂ ଲୋକନୃତ୍ୟକୁ ଉଜ୍ଜୀବିତ କରିଥାଏ ବୋଲି ସେ ବକ୍ତବ୍ୟ ରଖିଥିଲେ।
ମୁଖ୍ୟଅତିଥି ଭାବେ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡା. ରାମକୃଷ୍ଣ ସାହୁ, ଜିଲାପାଳ ଜ୍ଞାନରଞ୍ଜନ ଦାସ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ପୂର୍ବତନ ଜିଲାପରିଷଦ ସଭାପତି ଜଗନ୍ନାଥ ସ୍ବାଇଁ ଏବଂ ବିଶିଷ୍ଟ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଜିଲାର ମହନୀୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଭାରତୀ ନୃତ୍ୟମନ୍ଦିର ଗୁରୁ ଭରତ ଚନ୍ଦ୍ର ଗିରି ଓ ସାଥୀ ଓଡ଼ିଶୀ ନୃତ୍ୟ, ଗୁରୁ ଧିରଜ କୁମାର ମହାପାତ୍ର ଓଡ଼ିଶୀ ସଙ୍ଗୀତ ଏବଂ ଭଦ୍ରକ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଲୋକନୃତ୍ୟ ଚଇତି ଘୋଡ଼ା ପରିବେଷଣ ହୋଇଥିଲା। ଉପସ୍ଥାପିକା ଭାବେ ଅଧ୍ୟାପିକା ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ, ଜିଲା ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri