Posted inଖେଳ

ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍‌ ଚାମ୍ପିୟନ୍‌

ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂକୁ ହରାଇ କଟକର ଜୁଭେନାଇଲ୍‌ ସ୍ପୋର୍ଟିଂ ଚାମ୍ପିୟନ ହୋଇଛି। ଜୁଭେନାଇଲ୍‌ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୪ ଉଇକେଟ୍‌ ହରାଇ ୧୬୬ରନ୍‌ କରିଥିଲା। ଜବାବରେ କ୍ରାଉନ୍‌ ସ୍ପୋର୍ଟିଂ ୧୫୨ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଜୁଭେନାଇଲ୍‌ ସ୍ପୋର୍ଟିଂ ଲଗାତର ୩ୟ ଥର ପାଇଁ ଚାମ୍ପିୟନ ହୋଇ ଟାଇଟଲ ଜିତିବାରେ ହ୍ୟାଟ୍ରିକ କରିଛି। ଆନିଲ କୁମାର ପରିଡା ମ୍ୟାନ୍‌ ଅଫ୍‌ ମ୍ୟାଚ ଓ ସୁବ୍ରତ କୁମାର ସାମଲ ମ୍ୟାନ୍‌ ଅଫ୍‌ ସିରିଜ୍‌ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା,ସମ୍ମାନିତ ଅତିଥି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ ନାୟକ, ନଈଗୁଆଁ ସରପଞ୍ଚ ମାନସ ସାହୁ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଡେରୁଣିଆଁ କ୍ଲବ୍‌ ପକ୍ଷରୁ ଚାମ୍ପିୟନ ଜୁଭେନାଇଲ୍‌ ସ୍ପୋର୍ଟିଂକୁ ଟ୍ରଫି ସହ ୨୦ହଜାର ଏବଂ ରର୍ନସ୍‌ଅପ୍‌ କ୍ରାଉନ୍‌ ସ୍ପୋର୍ଟିଂକୁ ୧୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚକୁ ସତ୍ୟବ୍ରତ ମିଶ୍ର ଓ ଓଡିଶା କ୍ରିକେଟ୍‌ ଆସୋସିଏଶନ ପ୍ୟାନେଲ ଅମ୍ପାୟର ନିର୍ମଳ ମିଶ୍ର ପରିଚାଳନା କରିଥିଲେ। ଦୀର୍ଘ ୩୦ବର୍ଷ ଧରି ଗ୍ରାମାଞ୍ଚଳରେ ଏଭଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବାକୁ ନେଇ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଂଶସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri