Posted inଖେଳ

ରାଜ୍ୟର ଗୌରବ ପ୍ରମୋଦ

ଭୁବନେଶ୍ୱର,୧୮।୮(ସ୍ପୋଟର୍‌ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ ଲାଗି ପୂର୍ବରୁ ଏକାଧିକ ଖେଳାଳି ଅର୍ଜୁନ ପୁରସ୍କାର ପାଇଛନ୍ତି। ତେବେ ପାରା ଆଥଲେଟ ହିସାବରେ ଏହି ସମ୍ମାନ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହେବା ରାଜ୍ୟ ଲାଗି ସ୍ବତନ୍ତ୍ରତା ଆଣିଦେଇଛି। ଜାତୀୟସ୍ତରର ପ୍ରମୋଦଙ୍କ ସମେତ ୧୯ଜଣ ଆଥଲେଟ ଅର୍ଜୁନ ପୁରସ୍କାର ପାଇବା ଲାଗି ସେ ମନୋନୀତ ହୋଇଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବେଶ୍‌ ସଫଳ ତଥା ଅସାଧାରଣ ପ୍ରଦର୍ଶନ କରି ପ୍ରମୋଦ ଗତ କିଛି ବର୍ଷ ହେବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀର୍ଘଦିନର ସଂଘର୍ଷ, ପ୍ରଶିକ୍ଷଣ ଓ ଅଭ୍ୟାସ ବଳରେ ସେ ଜାତୀୟ ପାରା ବ୍ୟାଡମିଣ୍ଟନରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରମୋଦଙ୍କ ସମେତ ରାଜ୍ୟ ଏପର୍ଯ୍ୟନ୍ତ ମୋଟ ୮ଜଣ ଖେଳାଳି ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି। ରାଜ୍ୟର ଅର୍ଜୁନ ପୁରସ୍କାର ବିଜେତାମାନେ ହେଲେ ମିନତି ମହାପାତ୍ର (ସାଇକ୍ଲିଂ, ୧୯୭୮-୭୯), ବିଜୟ କୁମାର ଶତପଥୀ (ଓ୍ବେଟଲିଫ୍ଟିଙ୍ଗ୍‌, ୧୯୮୧), ରଚିତା ପଣ୍ଡା (ଆଥଲେଟିକ୍ସ, ୧୯୯୮), ଦିଲୀପ ତିର୍କୀ (ହକି, ୨୦୦୧), ଜ୍ୟୋତି ସୁନୀତା କୁଲୁ (ହକି,୨୦୦୬), ଇଗ୍ନେଶ ତିର୍କୀ (ହକି, ୨୦୦୯) ଓ କେ. ରବିକୁମାର (ଓ୍ବେଟଲିଫ୍ଟିଙ୍ଗ, ୨୦୧୧)।
ବରଗଡ଼ ଜିଲାରେ ଜନ୍ମଗ୍ରହଣ କରିଥିବା ପ୍ରମୋଦଙ୍କ ବାମଗୋଡ ୪ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇଥିଲା। କୈଳାସ ଭଗତ ଓ କୁସୁମ ଦେବୀଙ୍କ ୩ ପୁଅ ଏବଂ ୩ ଝିଅ ମଧ୍ୟରୁ ପ୍ରମୋଦ ହେଉଛନ୍ତ ମଝିଆ। ପିଲାଟିବେଳୁ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସାଙ୍ଗମାନଙ୍କ ସହ ସେ ବ୍ୟାଡମିଣ୍ଟନ ଖେଳଥିଲେ ଓ ନିୟମିତ ଭାବେ ଅଭ୍ୟାସ କରୁଥିଲେ। ଏଥିପାଇଁ ଅବଶ୍ୟ ସେ ବାପାଙ୍କଠାରୁ ମାଡ଼ ଗାଳି ଖାଇଛନ୍ତି। ଆଜି ବାପା ଥିଲେ ଖୁସି ହୋଇଥାନ୍ତେ ବୋଲି ପ୍ରମୋଦ କହିଛନ୍ତି। କ୍ରୀଡ଼ା ପାଇଁ ମୋତେ ସରକାରୀ ଚାକିରି ମିଳିଛି। ଏହା ମୋର ଓ ବାପାଙ୍କର ସ୍ବପ୍ନ ପୂରଣ କରିଛି। ତେବେ ବାପାଙ୍କ ଦେହାନ୍ତ ସମୟରେ ପାଖରେ ନ ଥିଲି। ୩ ଦିନ ପରେ ଘରେ ପହଞ୍ଚିଥିଲି। ସେତେବେଳେ ବେଙ୍ଗାଲୁରୁରେ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଖେଳୁଥିଲି।
ମାତ୍ର ୧୦ ବର୍ଷ ବୟସରେ ସେ ରାଜ୍ୟସ୍ତରୀୟ ଆଉଟ୍‌ଡୋର ଟୁର୍ନାମେଣ୍ଟ ଖେଳିବା ଆରମ୍ଭ କରିଥିଲେ। ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସାଧାରଣ ପିଲାଙ୍କ ପରି ଖେଳି ସମସ୍ତଙ୍କୁ ଚକିତ କରିଥିଲେ। ୨୦୦୫ରେ ସେ ଆଉଟ୍‌ଡୋର ଟୁର୍ନାମେଣ୍ଟ ଖେଳିବା ପାଇଁ ବୁର୍ଲା ଯାଇଥିଲେ। ସେଠାରେ ସେ ରାଜ୍ୟର ପ୍ରତିଷ୍ଠିତ ଖେଳାଳି କମଲ ଦାସଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ। କମଲ ତାଙ୍କୁ ପାରା ବ୍ୟାଡମିଣ୍ଟନ ଖେଳିବା ଜାରି ରଖିବା ପାଇଁ ଓ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କ ସହ ସାକ୍ଷାତ କରିବା ଲାଗି ପରାମର୍ଶ ଦେଇଥିଲେ। ଶିବ ପ୍ରସାଦଙ୍କୁ ପ୍ରମୋଦ ଅନୁଗୋଳରେ ଦେଖା କରିଥିଲେ ଓ ତାଙ୍କ ଘରେ ରହି ଅଭ୍ୟାସ କରୁଥିଲେ।
୨୦୦୬ ଫେବୃୟାରୀରେ ଦ୍ୱିତୀୟ ଅଲ୍‌ ଇଣ୍ଡିଆ ପାରା ବ୍ୟାଡମିଣ୍ଟନ ସୁପର ସିକ୍ସ ଟୁର୍ନାମେଣ୍ଟ ଅନୁଗୋଳରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ସେ ଅଜୁର୍ନ ପୁରସ୍କାର ବିଜେତା ରମେଶ ଟିକାରାମଙ୍କୁ ହରାଇ ସାରା ଭାରତୀୟ ପାରା ବ୍ୟାଡମିଣ୍ଟନ ଦଳକୁ ଚକିତ କରିଥିଲେ। ଏହା ପରଠାରୁ ସେ ପଛକୁ ଫେରି ଚାହିଁ ନ ଥିଲେ। ପ୍ରମୋଦ ଏପର୍ଯ୍ୟନ୍ତ ଜାତୀୟସ୍ତର ପ୍ରତିଯୋଗିତାରେ ୩୦ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍‌ ପଦପ ଜିତିଛନ୍ତି। ସେହିପରି ସେ ଅନ୍ତର୍ଜାତୀୟସ୍ତରରେ ୧୯ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଚଳିତ ୨୦୧୯ ବର୍ଷରେ ସେ ୮ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ଆଗକୁ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୦ ଅଲିମ୍ପିକ୍ସ ରହିଛି। ଏହି ଦୁଇ ମେଗା ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ପଦକ ହାସଲ କରିବେ ବୋଲି ପ୍ରମୋଦ ଆଶା ପ୍ରକାଶ କରିଛନ୍ତି। ଗତ ଏପ୍ରିଲ ୨ରୁ ୭ ତାରିଖ ମଧ୍ୟରେ ଦୁବାଇରେ ଅନୁଷ୍ଠିତ ଫାଜା ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ସେ ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ସେ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ସେ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୧୮ ମେ’ରେ ଅନୁଷ୍ଠିତ ଚତୁର୍ଥ ତୁର୍କିସ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସେ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ୍‌ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଥିଲେ।
ବିଏ ପାସ୍‌ କରିଥିବା ପ୍ରମୋଦ ଇଏସ୍‌ଆଇସିରେ ଚାକିରି କରୁଛନ୍ତି। ଜଣେ କୋଚ୍‌ ହିସାବରେ ମଧ୍ୟ ପ୍ରମୋଦଙ୍କ ଭଲ ଅଭିଜ୍ଞତା ରହିଛି। ପରେ ୨୦୦୯ରେ ଘରୋଇ ବିକାଶ ସ୍କୁଲ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୩ରେ ନାଗପୁରଠାରେ କୋଚିଂରେ ପ୍ରଶିକ୍ଷଣ ନେଇଥିଲେ। ୨୦୧୫ରେ ସମ୍ବଲପୁରରେ ମଧ୍ୟ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କ ଛାତ୍ରୀଛାତ୍ରମାନେ ରାଜ୍ୟ ଓ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri