ରାଜ୍ୟ ନୋଡାଲ ଅଧିକାରୀଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଅଜୟ କୁମାର ବାଇ ଶୁକ୍ରବାର ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ବିଡିଓ ହଳଧର ଶବର ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସଂଯୋଜିକା ରିନା ପାଢ଼ୀ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଚିନ୍ମୟୀ କୁମାରୀ ସାହୁ, ଓଭରସିୟର ଶ୍ୟାମ ସୁନ୍ଦର ପଟ୍ଟନାୟକ, ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ପାଣି ପ୍ରମୁଖ ମଞ୍ଚାସୀନ ଥିଲେ। ନୋଡାଲ ଅଧିକାରୀ ବ୍ଲକ ଅଧୀନ ୨୫ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଆନୁକୂଲ୍ୟରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ରିପୋର୍ଟ ସମ୍ପର୍କିତ ତଥ୍ୟର ଟିକିନିଖି ଯାଞ୍ଚ କରିଥିଲେ। ସମୁଦାୟ କେତେ କର୍ମ ଦିବସ ସୃଷ୍ଟି କରାଯାଇଛି ସେ ନେଇ ଅନୁଧ୍ୟାନ କରିଥିଲେ। କର୍ମ ଦିବସ ସୃଷ୍ଟି କରିବାରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ସେ ଉପସ୍ଥିତ କ୍ଷେତ୍ର କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମପଞ୍ଚାୟତ ବୈଷୟିକ ସହାୟକ, କନିଷ୍ଠ ଯନ୍ତ୍ରୀ, ପ୍ରକଳ୍ପ ବୈଷୟିକ ସହାୟକ, ଗ୍ରାମ ରୋଜଗାର ସେବକଙ୍କ ସମେତ ବନବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ପରେ ସେ ସହଦେବ ଟିକରପଡା ଗ୍ରାମରେ ପହଞ୍ଚତ୍ ପ୍ରାୟ ୩୦ ଏକର ଜମିରେ ୩୨ ଚାଷୀ ୨୦୧୮-୧୯ ଆର୍ଥିକ ବର୍ଷରେ କରିଥିବା ଆମ୍ବ ଚାଷ କ୍ଷେତ ବୁଲି ଦେଖିଥିଲେ। ଚାଷୀଙ୍କୁ ମାଗଣାରେ ୩ ହଜାର ଉନ୍ନତ କିସମର ଆମ୍ବଚାରା, ସାର ଓ ଔଷଧ ପ୍ରଦାନ କରାଯାଇଥିବା ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ରାଜ୍ୟ ନୋଡାଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ କଇଠଡ଼ା ଗ୍ରାମରେ କରାଯାଇଥିବା ଆଦର୍ଶ ମୋ ଗୁହାଳ ଘର ଦେଖିବା ପରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

କାଶ୍ମୀର ଓ ଉତ୍ତରାଖଣ୍ଡକୁ ପଛରେ ପକାଇଲେ ଓଡ଼ିଆ ପୁଅ ଶିବପ୍ରସାଦ, ଓଡ଼ିଶା ପାଇଁ ଆଣିଲେ ସୁନାମ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲlଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲଡ଼ ମେଡାଲ ଜିତି…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?