ଦୁବାଇ, ୧୩ା୯ (ପି.ଟି.):ଅଷ୍ଟ୍ରେଲିଆର ଟାହଲିଆ ମ୍ୟାକ୍ଗ୍ରା ଓ ଜିମ୍ବାଓ୍ବେର ସିକନ୍ଦର ରାଜା ଅଗଷ୍ଟ ମାସ ପାଇଁ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଭାରତର ଜେମିମା ରୋଡ୍ରିଗୁଏଜ୍ ଏହି ପୁରସ୍କାର ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ ଅଷ୍ଟ୍ରେଲିଆ ଦଳର ଦୁଇ ଖେଳାଳି ବେଥ୍ ମୁନି ଓ ଟାହଲିଆ ମ୍ୟାକ୍ଗ୍ରାଙ୍କ ସହ ରୋଡ୍ରିଗୁଏଜ୍ଙ୍କ ନାମ ମହିଳା ବିଭାଗ ପୁରସ୍କାର ପାଇଁ ସୁପାରିସ ହୋଇଥିଲା। ତେବେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ଦେଶକୁ ସ୍ବର୍ଣ୍ଣ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମ୍ୟାକ୍ଗ୍ରା ଏହି ପୁରସ୍କାର ଜିତିପାରିଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆର ଏଲିସା ହିଲି ଏପ୍ରିଲ୍ରେ ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଥିଲେ। ଅଗଷ୍ଟ ମାସରେ ମ୍ୟାକ୍ଗ୍ରା ୫୭ ଆଭରେଜ୍ରେ ୧୧୪ ରନ୍ ସଂଗ୍ରହ କରିଛନ୍ତି। ୧୩.୪୦ ହାରରେ ସେ ୫ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଦଳରେ ଅନେକ ଷ୍ଟାର ଖେଳାଳି ଅଛନ୍ତି। ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ମ୍ୟାକ୍ଗ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍ରେ ସେ ୭୮ ରନ୍ କରି ଅପରାଜିତ ରହିଥିବା ବେଳେ ୩ ଉଇକେଟ ଅକ୍ତିଆର କରିଥିଲେ। ଏହି ମାସରେ ମ୍ୟାକ୍ଗ୍ରା ଆହୁରି ମଧ୍ୟ ଆଇସିସି ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ୍ ଅଲ୍ରାଉଣ୍ଡର ତାଲିକାରେ କ୍ୟାରିୟର ଶ୍ରେଷ୍ଠ ୧୨ତମ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ଜିମ୍ବାଓ୍ବେର ପ୍ରଥମ ପୁରୁଷ ଖେଳାଳି ଭାବେ ରାଜା ଏକ ଅନ୍ତର୍ଜାତୀୟ ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଛନ୍ତି। ପୁରୁଷ କ୍ରିକେଟରେ ଆକ୍ସନରେ ପରିପୂର୍ଣ୍ଣ ଏହି ମାସରେ ୩୬ ବର୍ଷୀୟ ରାଜା ନ୍ୟୁଜିଲାଣ୍ଡ ଅଲ୍ରାଉଣ୍ଡର ମିଚେଲ ସାଣ୍ଟନର ଓ ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପଛରେ ପକାଇ ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ଲାଭ କରିଥିଲେ।
ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ
ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…
ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…
ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…
ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…
ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…
ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ
ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…
ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ
କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…
ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…
ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…
ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…
ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…
ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…
Archives

