Posted inଖେଳ

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ କରିଥିଲେ ହେଁ  ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଜିତାଇପାରି ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୪ ଉଇକେଟ ବିନିମୟରେ ହାସଲ କରିନେଇଛି। ଦଳକୁ ଜିତାଇବାରେ ଉଇକେଟକିପର ରିଷଭ ପନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୩୬ ବଲ୍‌ରେ ୬ ଚୌକା ଓ ୪ ଛକା ସହ ୭୮ ରନ କରି ଅପରାଜିତ ରହିଥିଲେ। ଅନ୍ୟ ସଫଳ ବ୍ୟାଟ୍ସମ୍ୟାନ ଭାବେ  ଶିଖର ଧାଓ୍ବନ ୫୪ ଓ ପୃଥ୍ବୀ ୪୨ ରନ କରିଥିଲେ। ପୃଥ୍ବୀ ଓ ଧାଓ୍ବନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟେ ପ୍ରଥମ ଉଇକେଟରେ ୭୨ରନ ଯୋଗ କରିଥିଲେ। ଧାଓ୍ବନ ୨୭ ବଲ୍‌ ସାମ୍‌ନା କରି ୮ଚୌକା ଓ ୨ଛକା ମାରିଥିଲେ। ସେ ଶ୍ରେୟାସ ଗୋପାଳଙ୍କ ବଲ୍‌ରେ ସଞ୍ଜୁ ସାମସନଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଯାଇଥିଲେ। ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଅଧିନାୟକ ଶ୍ରେୟାସ ଆୟାର ମାତ୍ର ୪ରନ କରିପାରିଥିଲେ। ପୃଥ୍ବୀ ଆଉଟ ହେବା ପୂର୍ବରୁ ସେ ଓ ପନ୍ତଙ୍କ ସହ ତୃତୀୟ ଉଇକେଟରେ ୮୪ରନ ଯୋଗ କରିଥିଲେ। ଏହି ବିଜୟ ଦ୍ୱାରା ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚରେ ୭ ବିଜୟ ସହ ମୋଟ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇପାରିଛି।  ଅନ୍ୟପକ୍ଷରେ ରାଜସ୍ଥାନର ୧୦ଟି ମ୍ୟାଚରେ ଏହାଥିଲା ୭ମ ପରାଜୟ।

ହାରି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ  ୧୯୧ ରନ କରିଥିଲା। ଦଳର ଇନିଂସ ଗଢିବାରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଓପନର ଅଜିଙ୍କ୍ୟ ରାହାନେ। ସେ ୬୩ ବଲ୍‌ରେ ୧୧ଚୌକା ଓ ୩ ଛକା ସହାୟତାରେ ୧୦୫ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ରାହାନେ ଏବଂ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିତୀୟ ଉଇକେଟ ଯୋଡ଼ିରେ ମହତ୍ୱପୂର୍ଣ୍ଣ  ୧୩୦ରନ ଯୋଗ କରିଥିଲେ।  ସ୍ମିଥ ୩୨ ବଲ୍‌ରେ ୮ଚୌକା ସହ ୫୦ ରନ କରିଥିଲେ। ସେ ଅକ୍ଷର ପଟେଲଙ୍କ ବଲ୍‌ରେ କ୍ରିସ୍‌ ମୋରିସଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଷ୍ଟୁଆର୍ଟ ବିନ୍ନି ୧୯ ରନ କରିବାରେ ସମର୍ଥ ହୋଇଥିବାବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିବା ଉଇକେଟକିପର ସଞ୍ଜୁ ସାମସନ ବିନା କୌଣସି ରନରେ କାଗିସୋ ରାବାଡାଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ୮ରନ କରିଥିବା ବେନ୍‌ ଷ୍ଟୋକ୍ସ ମୋରିସଙ୍କ ବଲ୍‌ରେ ଶ୍ରେୟାସ ଆୟାରଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଥିଲେ। ଆଷ୍ଟନ ଟର୍ନର ବିନା କୌଣସି ରନ୍‌ରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଶେରଫାନେ ରଥରଫୋର୍ଡଙ୍କ ଦ୍ୱାରା କ୍ୟାଚ ଆଉଟହୋଇ ପ୍ୟାଭିଲିୟନ ଫେରିଥିଲେ। ବିନ୍ନି ଓ ରିୟାନ ପରାଗ (୪)ଙ୍କୁ ରାବାଡା କ୍ଲିନ୍‌ ବୋଲ୍‌ଡ କରିଦେଇଥିଲେ। ଫଳରେ ଦଳର ସ୍କୋର  ୨୦୦ ଭିତରେ ସୀମିତ ହୋଇଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚ ପାଇଁ କେବଳ ଜଣେ ମାତ୍ର ଖେଳାଳି ପରିବର୍ତ୍ତନ କରିଥିଲା। ସନ୍ଦୀପ ଲାମିଚାନେଙ୍କ ସ୍ଥାନରେ ମୋରିସଙ୍କୁ ଖେଳାଇଥିଲା। ରାଜସ୍ଥାନ ରୟାଲ୍ସ କିନ୍ତୁ ଏହାର ଦଳ ଅପରିବର୍ତ୍ତିତ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?