Posted inଜାତୀୟ

ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍‌ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ

ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟକୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ଆପରାଧିକ ପୃଷ୍ଠଭୂମି ଥିବା ଦାଗୀ ନେତାଙ୍କୁ କାହିଁକି ପ୍ରାର୍ଥୀ କରାଯାଉଛି ଦଳ ତା’ର ମଧ୍ୟ କାରଣ ଦର୍ଶାଇବେ। ଖାଲି ବିଜୟ ସମ୍ଭାବନାକୁ ଦେଖି ଟିକେଟ ଦେଲେ ଚଳିବ ନାହିଁ। ବରଂ ସମ୍ପୃକ୍ତ ପ୍ରାର୍ଥୀଙ୍କ ଆପରାଧିକ ମାମଲା ସହ ଯୋଗ୍ୟତା ଓ ମେରିଟ ସମ୍ପର୍କରେ ବି ଓ୍ବେବ୍‌ସାଇଟ୍‌ରେ ସାର୍ବଜନୀନ କରିବା ପାଇଁ ଜଷ୍ଟିସ୍‌ ରୋହିନ୍‌ଟନ ଫଲି ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରାଯାଇଥିଲା। ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲା ସମ୍ପର୍କରେ ପ୍ରାର୍ଥୀମାନେ ତଥ୍ୟ ସାର୍ବଜନୀନ କରିବେ ବୋଲି ୨୦୧୮ ସେପ୍ଟେମ୍ବରରେ ଏକ ୫ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ରାୟର ଅନୁପାଳନ ହେଉ ନ ଥିବା ଏବଂ ଅଧିକ ସଂସ୍କାର ଆବଶ୍ୟକ ଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ଅବମାନନା ପିଟିଶନ ହୋଇଥିଲା। ଆଇନଜୀବୀ ତଥା ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଅନ୍ୟ କେତେଜଣ ଆବେଦନକାରୀଙ୍କ ପିଟିଶନର ବିଚାର କରି ଖଣ୍ଡପୀଠ ଗୁରୁବାର ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସମସ୍ତ ଦଳ ନିଜ ନିଜ ବିଷୟରେ ସବିଶେଷ ତଥ୍ୟ ଫେସ୍‌ବୁକ୍‌ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାର୍ବଜନୀନ କରିବେ। ଏହାସହ ଗୋଟିଏ ଲେଖାଏ ଆଞ୍ଚଳିକ ଓ ଜାତୀୟ ଖବରକାଗଜରେ ମଧ୍ୟ ବିବରଣୀ ପ୍ରକାଶ କରିବାକୁ ପଡ଼ିବ। ଆପରାଧିକ ମାମଲା ଚାଲିଥିବା ନେତାଙ୍କୁ ଟିକେଟ ଦେବାର ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଦଳଗୁଡ଼ିକ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବେ। ଦଳ ଏହି ନିର୍ଦ୍ଦେଶକୁ ଅବଜ୍ଞା କଲେ ଇସି ସୁପ୍ରିମକୋର୍ଟଙ୍କୁ ଏନେଇ ଅବଗତ କରାଇବେ। ବିଗତ ୪ଟି ସାଧାରଣ ନିର୍ବାଚନ ବେଳେ ରାଜନୀତିର ଅପରାଧୀକରଣ ଅତ୍ୟନ୍ତ ବୃଦ୍ଧିପାଇଛି ବୋଲି ରାୟ ଶୁଣାଇବା ବେଳେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri