ରାଜନୈତିକ ଚାପରେ ଡ୍ରେନ ନିର୍ମାଣ: ଘଣ୍ଟାଏ ବର୍ଷାରେ ଘରେ ପଶିଲା ପାଣି

ଓଡ଼ଗାଁ,୮ା୮(ସ୍ବ.ପ୍ର.): ଓଡଗାଁ ଏନ୍‌ଏସି ମାନ୍ୟତା ପାଇବା ପରେ ବିଭିନ୍ନ ଓ୍ବାର୍ଡର ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଇଥିଲା। ହେଲେ ଜରୁରୀ ଆବଶ୍ୟକତା ଥିବା ସ୍ଥାନକୁ ବାଦ୍‌ଦେଇ ରାଜନୈତିକ ଚାପରେ ଅନ୍ୟତ୍ର ଡ୍ରେନ ନିର୍ମାଣ ହୋଇଥିବାରୁ ବର୍ଷାପାଣି ବିଭିନ୍ନ ସାହିର ଲୋକଙ୍କ ଘରେ ପଶିଥିବା ଦେଖାଯାଇଛି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଓ ଠିକାସଂସ୍ଥାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଓଡଗାଁ ଏନ୍‌ଏସିର ବିଭିନ୍ନ ୱାର୍ଡରେ ଥିବା ନୂଆ ପୁରୁଣା ରାସ୍ତାକୁ ନବୀକରଣ କରାଯାଇ କଂକ୍ରିଟ ରାସ୍ତାରେ ପରିଣତ କରାଗଲା । ଏପରି କି ଏଥିମଧ୍ୟରୁ ୮ କି.ମି. ରାସ୍ତାର ଉଭୟ ପାର୍ଶ୍ୱରେ ଏବଂ ଆବଶ୍ୟକ ସ୍ଥଳେ ଏକ ପାଖରେ ଡ୍ରେନ ନିର୍ମାଣ କରାଯାଇଥିଲା। ହେଲେ ଏହି ନିର୍ମାଣ କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା ବଦଳରେ ସ୍ଥାନୀୟ ଅନଭିଜ୍ଞ ଠିକାଦାରଙ୍କ ଦ୍ୱାରା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତା’ସତ୍ତ୍ୱେ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ ନ କରି ଏକରକମ ରାଜନୈତିକ ଚାପରେ ରହି ନିର୍ବାଚନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଏପରିସ୍ଥଳେ ସ୍ଥାନୀୟ ବିଜୟମଣ୍ଡପ ସାହିର ପୂର୍ବ ଭାଗରେ ରହିଥିବା ଭାଲୁମୁଣ୍ଡିଆ ଓ ଖେଳ ପଡିଆର ବନ୍ୟା ଜଳ ନିଷ୍କାସନକୁ ନେଇ ବିବାଦ ଦେଖାଦେଇଥିଲା। ଏହି ସାହିର ଉପରମୁଣ୍ଡରେ ଥିବା ମୁଣ୍ଡିଆ ପାଣି ସାହିର ପୂର୍ବ ପାର୍ଶ୍ୱରେ ନିର୍ଗତ ହେଉଥିବାରୁ ସେହି ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ କେତେକ ଲୋକଙ୍କ ରାଜନୈତିକ ଚାପରେ ପଡି ସେମାନେ ବିପରୀତ ଦିଗରେ ଅର୍ଥାତ୍‌ ସାହିର ପଶ୍ଚିମ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିଥିଲେ। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଷଲ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେବା ବଦଳରେ ଉପରସ୍ତରର ଚାପରେ ରହି ଏହିଭଳି କରିବାକୁ ବାଧ୍ୟ ବୋଲି ପ୍ରକାଶ କରିଥିଲେ । ବୁଧବାର ମଧ୍ୟାହ୍ନରେ ହୋଇଥିବା ମାତ୍ର ଏକ ଘଣ୍ଟାର ବର୍ଷାରେ ସାହିର ଉପରମୁଣ୍ଡରୁ ଆସୁଥିବା ବର୍ଷାପାଣି ବିଜୟ ମଣ୍ଡପ ସାହିରେ ନିର୍ମାଣ କରାଯାଇଥିବା ଡ୍ରେନ ବଦଳରେ ରାସ୍ତା ଉପରେ ପ୍ରବାହିତ ହୋଇଥିଲା। ଅନ୍ୟପକ୍ଷେ ସାହି ମୁଣ୍ଡରେ ଏହି ଡ୍ରେନ ପାଣି ନିଷ୍କାସନ ନିମନ୍ତେ ପର୍ଯ୍ୟାପ୍ତ ସୁବିଧା କରାଯାଇଥିବା ଏବଂ ଅତ୍ୟନ୍ତ ସଙ୍କୁଚିତ ସ୍ଥିତିରେ ବର୍ଷା ପାଣି ପ୍ରବାହିତ ହୋଇ ନ ପାରି ବ୍ଲକ ପଛ ପାଖ ସାହିର ଘରେ ଘରେ ପଶିଥିଲା ା ଏହା ସହିତ ମୁଖ୍ୟରାସ୍ତାରେ ପ୍ରବାହିତ ପାଣି ବଜାରରେ ଥିବା ଏକମାତ୍ର ହୋଟେଲରେ ପଶିଥିବା ବେଳେ ଖୋଦ୍‌ ପୂର୍ତ୍ତ ବିଭାଗ ଅଫିସ ସାମନାରେ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ମଧ୍ୟ ପ୍ରବେଶ କରିଥିଲା ା ବର୍ଷାଜଳ ନିଷ୍କାସନ ନିମନ୍ତେ କୌଣସି ଯୋଜନା ପ୍ରସ୍ତୁତ ନ କରି ତରବରିଆ ଭାବେ ରାସ୍ତା ଓ ଡ୍ରେନ କାମ କରାଯାଉଥିବାରୁ ଏହାର ଫଳ ଲୋକମାନଙ୍କୁ ଭୋଗିବାକୁ ପଡୁଛି। ବୁଧବାର ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନରେ ଆସି ସାହିର ପୂର୍ବ ପାର୍ଶ୍ୱରେ ଅନ୍ୟ ଏକ ଡ୍ରେନ ନିମନ୍ତେ ନୂତନ ପ୍ଲାନ ଏଣ୍ଡ ଏଷ୍ଟିମେଟ ପ୍ରସ୍ତୁତ କରିବେ ବୋଲି କହିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ମଧ୍ୟ ଅନୁରୂପ ଢଙ୍ଗରେ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri