ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ପ୍ରଶାସନ ଜ୍ୱାଇଁ ପୁଅ ଭଳି ଚର୍ଚ୍ଚା କରୁଥିବା ଅଭିଯୋଗ ହେଉଛି । ସମୁଦ୍ର ଭିତରକୁ ମାଛ ମାରିବାକୁ ନ ଯାଇ ପାରି ହାତ ବାନ୍ଧି ବସୁଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବୀମାନେ ସୀମା ପାର କରି ଲୁଟି ନେଉଛନ୍ତି ସାମୁଦ୍ରିକ ସମ୍ପଦ ।

ଏହି ବେଆଇନ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ କରିଛନ୍ତି ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀଵୀ । ଲଘୁଚାପ ଜନିତ ବର୍ଷା ପାଇଁ ସମୁଦ୍ରର ଉଚ୍ଚ ଜୁଆର ଆସୁଛି, ଫଳରେ ସମୁଦ୍ର ଅଶାନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ପକ୍ଷରୁ ଚଳିତ ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ ରହିଛି ଏବଂ ଡଙ୍ଗାରେ ସମୁଦ୍ରକୁ ଯାଇ ମାଛ ଧରିବା ପାଇଁ ନିଷେଧ ରହିଛି । ଏପରିକି ଗଞ୍ଜାମ ମତ୍ସ୍ୟବିଭାଗ ପକ୍ଷରୁ ମଧ୍ୟ ସଚେତନତା କରାଯାଇଛି । ସରକାରଙ୍କ ନିୟମ ମାନି ଓଡିଶାର ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଉ ନାହାନ୍ତି ସତ, କିନ୍ତୁ ସୀମା ପାର ହୋଇ ଆନ୍ଧ୍ରରୁ ଆସି ସାମୁଦ୍ରିକ ସମ୍ପଦ ନେଇଯାଉଛନ୍ତି ସେଠାକାର ମତ୍ସ୍ୟଜୀବିୀ ।

ସେମାନଙ୍କ ଉପରେ ହେଉନାହିଁ କୈାଣସି କାର୍ଯ୍ୟାନୁଷ୍ଠାନ, ଏପରିକି ସେମାନଙ୍କୁ ଏଠି ସୁରକ୍ଷା ମଧ୍ୟ ଦିଆଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମତ୍ସ୍ୟଜୀବୀ ନେତା ଏମ. ଦିଲ୍ଲୀପ । ଗଞ୍ଜାମ ଜିଲାରେ ସମୁଦ୍ର ଉପକୂଳବର୍ତ୍ତୀ ୨୭ ଖଣ୍ଡ ସାମୁଦ୍ରିକ ଗାଁ ରହିଛି । ସେମାନଙ୍କ ଜୀବିକା କହିଲେ ଦୈନିକ ସମୁଦ୍ରକୁ ଯାଇ ମାଛ ଧରିଲେ ପରିବାର ଚଳେ । ପାଣିପାଗ ବିଭାଗ ଓ ଏସଆରସି ପକ୍ଷରୁ ରାଜ୍ୟରେ ବର୍ଷା ହେବାକୁ ଥିବାରୁ ସମୁଦ୍ର ଅଶାନ୍ତ ରହିବ, ପବନର ବେଗ ଅଧିକ ରହିବା ସହ ଜୁଆର ମଧ୍ୟ ଅଧିକ ରହିବ ତେଣୁ ମତ୍ସ୍ୟଜିବିଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଚଳିତ ମାସ ୪ ରୁ ୭ ତାରିଖ ପ୍ରର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବାରଣ ରହିଛି । ଯାହାଫଳରେ ସମୁଦ୍ର ଅଶାନ୍ତ ସମେତ ପ୍ରଶାସନିକ ନିୟମକୁ ମାନି ସ୍ଥାନୀୟ ମତ୍ସ୍ୟଜୀବୀ ଜୀବନକୁ ବାଜି ନଲଗାଇ ସମୁଦ୍ରକୁ ଯାଉ ନାହାନ୍ତି, ହେଲେ ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର କାକିନଡା ଅଚଂଳରୁ ବହୁ ଟ୍ରଲର ଶହ ଶହ ମତ୍ସ୍ୟଜିବିମାନେ ଓଡିଶା ସୀମା ପାର କରି ଭିତରକୁ ପଶି ଆସି ବେଆଇନ ଭାବେ ମାଛ ଦରି ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ସେମାନଙ୍କ ପାଇଁ କଣ ନିୟମ ଅଲଗା ରହିଛି କି ବୋଲି ସ୍ଥାନୀୟ ମତ୍ସ୍ୟଜିବିମାନେ କହିଛନ୍ତି ।

ସେମାନଙ୍କ ବେଆଇନ ପ୍ରବେଶ ଓ ମାଛ ମାରିବା ଘଟଣା ଏବେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ସରକାରୀ ନିୟମ ମାନି ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗାକୁ କୂଳରେ ବାନ୍ଧି ରଖନ୍ତି । ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଶକ୍ତିଶାଳୀ ମୋଟର ଏବଂ ପ୍ରତିବନ୍ଧଜ ଜାଲ ବ୍ୟବାହର କରି ଅଳ୍ପ ସମୟ ମଧ୍ୟରେ ପ୍ରଚୁର ମାଛ ଧରି ଚାଲିଯାଆନ୍ତି । ଯେତେବେଳେ ପାଣିପାଗ ସ୍ୱାଭାବିକ ହେବ ସେମାନଙ୍କୁ ଆଶାନୁରୂପ ମାଛ ମିଳୁନାହିଁ । ସେମାନଙ୍କ ରୋଜଗାର ହ୍ରାସ ହେଉଛି । ଯଦି ସେମାନେ ଅଧିକ ଲଘୁଚାପ ହେଲେ ସମୁଦ୍ରରେ ଫସି ଯାଆନ୍ତି ସେତେବେଳେ ପ୍ରଶାସନ ସେମାନଙ୍କ ସୁରକ୍ଷା ଯୋଗାଇ ଦେଇଥାନ୍ତି । ଗତ ୩ ଦିନ ତଳେ ଆନ୍ଧ୍ରର କାକିନଡା ର୩୪ଟି ଟ୍ରଲର ଅଶାନ୍ତ ସମୁଦ୍ରରେ ଫସି ଯିବା ପରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଦିଆଯାଇଥିଲା କିନ୍ତୁ ଆମେ ଯଦି ବାରଣ ସ୍ୱତେ ସମୁଦ୍ରକୁ ଯାଇଥାନ୍ତୁ ତୁରନ୍ତ ଡଙ୍ଗା ଲାଇସେନ୍ସ ବାତିଲ କରାଯାଇଥାନ୍ତା, କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।  ଯଦି ସେମାନେ ବେନିୟମ ଭାବେ ସୀମା ପାର କରି ଆସୁଛନ୍ତି ସେମାନଙ୍କ ବୋଟ,ଜାଲ ଏବଂ ମାଛକୁ ଜବତ କରିବାକୁ ଦାବୀ ହୋଇଛି । ମେରାଇନ ପୁଲିସର ପାଟ୍ରୋଲିଂ କଡାକଡି କରାଯାଉ । ଓଡିଶା ସୀମାରେ ଆନ୍ଧ୍ର ବୋଟର କାହିଁକି ଦାଦାଗିରି କାହିଁକି ଚୁପ ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜୀବୀ ।

ନୀଳ ସମୁଦ୍ରର ଅଥଳ ଗର୍ଭ କେବଳ ସାମୁଦ୍ରିକ ଜୀବଙ୍କ ବାସସ୍ଥଳୀ ନୁହେଁ ,ବରଂ ପକୂଳ ଓଡିଶାର ହଜାର ହଜାର ମତ୍ସ୍ୟଜୀବୀ ପରିବାରର ଜୀବନ ଓ ଜୀବିକାର ମେରୁଦଣ୍ଡ । କିନ୍ତୁ ଆଜି ଏହି ନୀଳ ସମୁଦ୍ରର ଜଳରାଶି ଉପରେ ପଡୋଶୀ ରାଜ୍ୟ ଆନ୍ଧ୍ର ମାଡି ଆସୁଛି । ଆନ୍ଧ୍ରପ୍ରଦେଶର ଶତାଧିକ ମତ୍ସ୍ୟଜୀବୀ ଆମ ଅଚଂଳକୁ ଆସି କୋଟି କୋଟି ଟଙ୍କାର ସାମୁଦ୍ରିକ ସମ୍ପଦ ଲୁଟ କରି ନେଇଯାଉଛନ୍ତି ।

ଏପରିକି ପଡୋଶୀ ରାଜ୍ୟ ମତ୍ସ୍ୟଜୀବୀମାନେ ମଧ୍ୟ ସ୍ପୀକାର କରିଛନ୍ତି ସେମାନେ ୧୫ ଦିନ ହେଲା ଓଡିଶାର ପୁରୀ ସମେତ ବିଭିନ୍ନ ଅଚଂଳକୁ ଆସି ମାଛ ଧରିଥାନ୍ତି । ଏପରିକି ଗୋଟିଏ ଗୋଟିଏ ବୋଟରେ ବେଳେ ବେଳେ ୧୦ ଲକ୍ଷରୁ ଅଧିକା ଟଙ୍କାର ମାଛ ପଡିଥାଏ ବୋଲି କହିଛନ୍ତି । ଓଡିଶାସମୁଦ୍ର ଜଳରାଶିରେ ପାଟ୍ରୋଲିଂ କମ ଥିବାରୁ ଏହାର ସୁଯୋଗ ନିଏ ପଡୋଶୀ ଆନ୍ଧ୍ର । ସ୍ଥାନୀୟ ମତ୍ସ୍ୟଜିବି ସଂଘ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୁହାଯାଉଥିଲେ ସୁଧା ବେଆଇନ ଅନୁପ୍ରବେଶ ଉପରେ ରୋକ ଲଗାଇବାରେ ବିଫଳ । ଯାହାକି ଓଡିଶା ଜଳସୀମାରେ ଆନ୍ଧ୍ର ଟ୍ରଲରଙ୍କ ରାଜୁତି । ଆନ୍ଧ୍ରର ଏହି ବେଆଇନ ପ୍ରବେଶରେ କେବେ ଜଗିବ ଓଡିଶା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପ୍ରକାଶ ପାଇଲା ନିର୍ବାଚନୀ ବିଜ୍ଞପ୍ତି: ୯ରେ ନାମାଙ୍କନ

ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ) : ବିଗତ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର ନିର୍ବାଚନ ନେଇ ଖବର ପ୍ରକାଶ ପାଇବା ପରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?