ରାଜନୀତି ବନାମ ରାଜ୍ୟନୀତି

ସମାଜ, ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ଲାଗୁ ହେଉଥିବା ବିଭିନ୍ନ ନୀତି, ନିୟମ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ରାଜ୍ୟ ନୀତିରେ ଅନ୍ତର୍ଭୁକ୍ତ। ରାଜ୍ୟନୀତିଗୁଡିକ ମୁଖ୍ୟତଃ ଦୀର୍ଘସୂତ୍ରୀ ଏବଂ ବହୁ ବିଚାରବିମର୍ଶ ପରେ ଏହା ପ୍ରଣୟନ କରାଯାଏ। ନିର୍ବାଚିତ ପ୍ରତିନିଧିମାନେ ନିୟମ ପ୍ରଣୟନ କରିଥାଆନ୍ତି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଯେଉଁସବୁ ଯୋଜନା ବା କାର୍ଯ୍ୟକ୍ରମ ଅଣାଯାଏ ସେଗୁଡିକ ରାଜ୍ୟନୀତି।
ରାଜନୀତି ହେଉଛି ରଜାମାନଙ୍କ ନୀତି। ଏବେ ତ ଆଉ ରଜାମାନେ ନାହାନ୍ତି। ଏଣୁ ଶାସକ ବା ଶାସନକୁ ପ୍ରଭାବିତ କରୁଥିବା ବ୍ୟକ୍ତିମାନେ ସେମାନକୁ ସୁହାଇଲା ଭଳି ଯେଉଁ ନୀତିକୁ ଆୟୁଧ କରିଥାଆନ୍ତି ତାହାକୁ ରାଜନୀତି କୁହାଯାଏ। ସବୁ ରାଜନୀତି ଭୁଲ୍‌ ନୁହେଁ। ଠିକ୍‌ ନୀତିକୁ ଭୁଲ୍‌ ବୋଲି ପ୍ରମାଣ କରିବା ବା ପ୍ରଚାର କରିବା ହେଉଛି ଏକ ପ୍ରକାର ରାଜନୀତି। ସ୍ବାର୍ଥଭିତ୍ତିକ ନୀତିର ପ୍ରଚାର ପ୍ରସାର ଓ ପ୍ରଣୟନରେ ରାଜନୀତି ଆଗରେ। ରାଜନୀତିରୁ ସୃଷ୍ଟି ହେଉଥିବା କେତେକ ନୀତି ସମୟକ୍ରମେ ରାଜ୍ୟନୀତିରେ ପରିଣତ ହୋଇଥାଏ।
ରାଜନୈତିକ ଲାଭ ପାଇଁ କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ସେମାନଙ୍କ ଭିତରେ ସାମୟିକ ସନ୍ତୁଷ୍ଟି ଆଣିଥାଏ ସତ, କିନ୍ତୁ ସହାୟତା ରାଶିରେ ମଝିରେ ମଝିରେ ବୃଦ୍ଧି ନ ହେଲେ ଏହା ଅସନ୍ତୁଷ୍ଟର କାରଣ ହୋଇଥାଏ। ଆର୍ଥିକ ସହାୟତା ସମସ୍ତ ହିତାଧିକାରୀଙ୍କୁ କର୍ମଠ କରି ନ ଥାଏ ବରଂ ଅଧିକାଂଶ ଏହାର ଦୁରୁପଯୋଗ କରିଥାଆନ୍ତି ଏବଂ ଆଳସ୍ୟର ଶିକାର ହୋଇଥାଆନ୍ତି। ଆର୍ଥିକ ସହାୟତାକୁ ସର୍ବଦା ବଢାଇ ଚାଲିବା ସମ୍ଭବ ନୁହେଁ। ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦିଏ। ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରେ। ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଆର୍ଥିକ ସହାୟତା ଦେବା ଦ୍ୱାରା ଦେଶର ଗଠନମୂଳକ କାମ ପାଇଁ ପୁଞ୍ଜିର ଅଭାବ ପଡେ। କରଦାତାମାନଙ୍କ ପ୍ରଦତ୍ତ ଅର୍ଥକୁ ମାଗଣାରେ ବାଣ୍ଟିଦେବା କେତେ ଯଥାର୍ଥ ଓ ଯୁକ୍ତିସଙ୍ଗତ ତାହା ବିଚାର୍ଯ୍ୟ।
ଆର୍ଥିକ ସହାୟତା ସର୍ବଦା ଅନୁକୂଳ ପରିସ୍ଥିତି ସୃଷ୍ଟି କରି ନ ଥାଏ। ଏ ସମ୍ବନ୍ଧରେ ସାମାଜିକ ମନସ୍ତତ୍ତ୍ୱବିତ୍‌ଙ୍କ ଭିତରେ ଆଲୋଚିତ ଏକ କୌତୂହଳ ପ୍ରସଙ୍ଗ ଏଠାରେ ଉଲ୍ଲେଖଯୋଗ୍ୟ। ଗ୍ରାମର ଜଣେ ବୃଦ୍ଧ ଜ୍ଞାନୀ ବ୍ୟକ୍ତିଙ୍କର ଥାଏ ଏକ ଫଳବଗିଚା। ବୃଦ୍ଧ ବ୍ୟକ୍ତି ଜଣଙ୍କ ଏହି ବଗିଚାର ଦେଖାରଖା କରନ୍ତି। ବଗିଚାରୁ ଫଳ ଚୋରାଇବା ଆଶାରେ ଗାଁର କିଛି ଦୁଷ୍ଟ ପିଲା ସେଠାକୁ ଆସିଲେ। ବଗିଚାକୁ ଜଗି ରହିଥିଲେ ବୃଦ୍ଧ। ବଗିଚାରୁ ଫଳ ନେଇ ନ ପାରି ଦୁଷ୍ଟ ପିଲାମାନେ ତାଙ୍କୁ ଗାଳିଗୁଲଜ କଲେ। ଅନ୍ୟ କେହି ହୋଇଥିଲେ ହୁଏତ ପିଲାମାନଙ୍କ ଅଭିଭାବକ କିମ୍ବା ପୋଲିସକୁ ସେମାନଙ୍କ ବିରୋଧରେ ଅଭିଯୋଗ କରିଥାଆନ୍ତେ। କିନ୍ତୁ ଚତୁର ବୃଦ୍ଧ ଜଣଙ୍କ ପିଲାଙ୍କୁ ପାଖକୁ ଡାକି କହିଲେ ‘ତମମାନଙ୍କର ଗାଳି ମୋତେ ଭଲ ଲାଗୁଛି। ପ୍ରତିଦିନ ଏହିପରି ମୋତେ ଗାଳି ଶୁଣାଇବ। ପ୍ରତିବଦଳରେ ମୁଁ ପ୍ରତ୍ୟେକଙ୍କୁ ଦଶଟଙ୍କା ଲେଖାଏ ଦେବି।’ ପିଲାମାନେ ଦଶଟଙ୍କା ଲେଖାଏ ନେଇ ଖୁସିରେ ଘରକୁ ଚାଲିଗଲେ। ପରଦିନ ମଧ୍ୟ ବୃଦ୍ଧଙ୍କୁ ଗାଳି କଲେ ଏବଂ ନିଜ ନିଜର ପ୍ରାପ୍ୟ ପାଇଲେ। ଏହିପରି ଏକ ସପ୍ତାହ ଚାଲିଲା। ପର ସପ୍ତାହରେ ପିଲାମାନେ ଆସି ସେମାନଙ୍କର ଅଶ୍ରାବ୍ୟ ଗାଳି ଚାଲୁ ରଖିଲେ। ବୃଦ୍ଧ ଜଣଙ୍କ ସେମାନଙ୍କୁ କହିଲେ, ‘ପିଲାମାନେ! ମୋର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି। ସେଥିପାଇଁ ଦିନକୁ ଦଶ ଟଙ୍କା ପରିବର୍ତ୍ତେ ମୁଁ ପ୍ରତ୍ୟେକଙ୍କୁ ପାଞ୍ଚ ଟଙ୍କା ଲେଖାଏ ଦେବି।’ ଦ୍ୱିତୀୟ ସପ୍ତାହରେ ଗାଳି ବାବଦରେ ଦିନକୁ ପାଞ୍ଚଟଙ୍କା ପାଇ ପିଲାମାନେ ଖୁସି ଥିଲେ। ତୃତୀୟ ସପ୍ତାହ ପ୍ରାରମ୍ଭରେ ବୃଦ୍ଧ ଜଣଙ୍କ କହିଲେ ଓ ଗାଳି ପାଇଁ ପ୍ରତିଦିନ ପାଞ୍ଚ ଟଙ୍କା ବଦଳରେ ମୁଁ ପ୍ରତ୍ୟେକଙ୍କୁ ପଚାଶ ପଇସା ଲେଖାଏ ଦେବି।’ ଏକଥା ଶୁଣି ପିଲାମାନେ ବିଚାର କଲେ। ବୃଦ୍ଧ ଜଣଙ୍କ ବହୁତ ଚାଲାକ। ଆମ ଗାଳି ଭଲ ଲାଗୁଛି ବୋଲି ପ୍ରଥମେ ଦଶ ଟଙ୍କା, ପର ସପ୍ତାହରେ ପାଞ୍ଚ ଟଙ୍କାରେ ଆମକୁ ରାଜି କରାଇଲେ। ଏବେ ଦୈନିକ ପ୍ରାପ୍ୟ ପାଞ୍ଚ ଟଙ୍କାରୁ ଖସି ପଚାଶ ପଇସାରେ ପହଞ୍ଚିଲାଣି। ଆମେ କ’ଣ ଏତେ ଶସ୍ତା ହୋଇଗଲେ ? ଏଣୁ ପିଲାମାନେ ସମୂହ ନିଷ୍ପତ୍ତି ନେଲେ ଯେ ସେମାନେ ଆଉ ଗାଳି କରିବେ ନାହିଁ ଏବଂ ବୃଦ୍ଧଙ୍କର ନୂଆ ପ୍ରସ୍ତାବରେ ରାଜି ନୁହନ୍ତି।
ଏହି ଗଳ୍ପରୁ ଆମକୁ କେତେକ ଶିକ୍ଷା ମିଳେ। ଦୁଷ୍ଟ ପିଲାମାନଙ୍କୁ ବଗିଚାରୁ ଫଳ ନେବାକୁ ବାରଣ କରିଥିଲେ ହୁଏତ ସେମାନେ ଏଥିରେ ରାଜି ନ ହୋଇ ଫଳ ନେବାକୁ ଅନ୍ୟ ଉପାୟ ଅବଲମ୍ବନ କରିଥାଆନ୍ତେ। ପିଲାଙ୍କ ଦୁଷ୍ଟାମି ପ୍ରକୃତି ବିଷୟରେ ପୋଲିସକୁ ଅବଗତ କରାଇଥିଲେ ଏଥିରୁ କିପ୍ରକାର ଫଳ ମିଳିଥାଆନ୍ତା ତାହା ମଧ୍ୟ କହିହେବ ନାହିଁ। ଏହି ସବୁ ବଦଳରେ ଚତୁର ବୃଦ୍ଧ ଜଣଙ୍କ ଯେଉଁ ରାସ୍ତାଟି ବାଛିଲେ ସେଥିରେ ପିଲାମାନେ ବୃଦ୍ଧଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ।
ଚତୁର ବୃଦ୍ଧ ନିଜ ବଗିଚାର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜନୀତିର ପଶା ଚଳାଇଲେ। ଏଥିରେ ସଫଳ ହେଲେ। ଟଙ୍କା ପାଉଥିବା ବ୍ୟକ୍ତି ନିଜ ଇଚ୍ଛା ବିରୋଧରେ ଟଙ୍କା ଦେଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ପୂରଣ ପାଇଁ କାମ କରେ। ଅନୁଦାନ ବା ଆର୍ଥିକ ସହାୟତା ସାମୟିକ ଭାବେ ଦାତାର ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରେ, କିନ୍ତୁ ଏହା ଦୀର୍ଘସ୍ଥାୟୀ ନୁହେଁ। ମାଗଣାରେ ଉପଲବ୍ଧ ସାମଗ୍ରୀକୁ ଲୋକେ ବହୁତ ହାଲୁକା ଭାବେ ନେଇଥାଆନ୍ତି। ଆଫ୍ରିକାରେ ମ୍ୟାଲେରିଆ ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ସେଠାର ବାସିନ୍ଦାଙ୍କୁ ମାଗଣାରେ ମଶାରି ବଣ୍ଟାଗଲା। ଏହାର ଉଦ୍ଦେଶ୍ୟ ଥିଲା ଯେ ଲୋକେ ମ୍ୟାଲେରିଆ ସୃଷ୍ଟିକାରୀ ମଶା ଦାଉରୁ ରକ୍ଷା ପାଇବେ। ଦେଖାଗଲା କିଛି ଲୋକ ମଶାରିକୁ ମାଛ ଧରିବା, ତକିଆ କରି ଶୋଇବା ଏବଂ ଖାଦ୍ୟ ଶସ୍ୟକୁ ଘୋଡାଇ ରଖିବା ପାଇଁ ବ୍ୟବହାର କରୁଛନ୍ତି। ଫଳରେ ମାଗଣାରେ ମଶାରି ଯୋଗାଇବାର ଉଦ୍ଦେଶ୍ୟ ଶତ ପ୍ରତିଶତ ଫଳପ୍ରଦ ହୋଇପାରିଲା ନାହିଁ।
କରଦାତାଙ୍କ ଦେୟ ଉନ୍ନତିମୂଳକ କାର୍ଯ୍ୟରେ ଲାଗିବା ସ୍ବାଗତଯୋଗ୍ୟ, କିନ୍ତୁ ଏହାକୁ କିଛି ଲୋକଙ୍କୁ ମାଗଣାରେ ବାଣ୍ଟିବା ହେଉଛି ରାଜନୀତି। ରାଜସ୍ବକୁ ଲୋକମାନଙ୍କ ଆୟ ବଢାଇବାକୁ ଆର୍ଥିକ ସହାୟତା, ଗୃହ, ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଜନ ସୁରକ୍ଷା ଆଦି କ୍ଷେତ୍ରରେ ବିନିଯୋଗ ହେଉଛି ଆଦର୍ଶ ରାଜ୍ୟନୀତି। ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ଦେଶ୍ୟବିହୀନ ଆର୍ଥିକ ଅନୁଦାନର ଲକ୍ଷ୍ୟ ସଫଳ ହୋଇ ନ ଥାଏ। ଟଙ୍କା ବାଣ୍ଟିବା ହେଉଛି ରାଜନୀତି। ଏହି ଟଙ୍କାର ଉପଯୁକ୍ତ ବିନିଯୋଗ ପାଇଁ ପ୍ରଣିତ ନିୟମକାନୁନ ହେଉଛି ରାଜ୍ୟନୀତି। ରାଜନୀତିର ଊର୍ଦ୍ଧ୍ୱରେ ରାଜ୍ୟନୀତି। ରାଜନୀତି ଅପେକ୍ଷା ରାଜ୍ୟନୀତିକୁ ଅଧିକ ଗୁରୁତ୍ୱ ଦେଲେ ରାଜ୍ୟ ସମୃଦ୍ଧ ଓ ବିକଶିତ ହୋଇପାରିବ।
ପଲେଇ, ଚାନ୍ଦୋଳ, କେନ୍ଦ୍ରାପଡା
ମୋ:୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?