ପୁଟିନ୍‌ ଦୋଷୀ ହେବେ କି

ୟୁକ୍ରେନ୍‌ ବିରୋଧରେ ଫେବୃଆରୀ ୨୦୨୨ରେ ରୁଷିଆ ଯୁଦ୍ଧ ଆରମ୍ଭ କରିଥିଲା। ନିକଟରେ ଏହାର ନାଗରିକଙ୍କ ଉପରେ ରୁଷିଆ ସବୁଠୁ ଘାତକ ଆକ୍ରମଣ କରିଛି। ୟୁକ୍ରେନ୍‌ରେ ଥିବା ଜାତିସଂଘ ମାନବ ଅଧିକାର ଯାଞ୍ଚ ମିଶନ (ଏଚ୍‌ଆର୍‌ଏମ୍‌ଏମ୍‌ୟୁ)ର ମୁଖ୍ୟ ଡାନିଏଲ ବେଲ୍‌ କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳଠାରୁ ବହୁ ଦୂରରେ ଥିବା ୟୁକ୍ରେନ୍‌ର ନାଗରିକଙ୍କ ଉପରେ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଦ୍ୱାରା ରୁଷିଆ ଆକ୍ରମଣ କରି ଅଧିକ ଲୋକଙ୍କ ମୃତ୍ୟୁ ଘଟାଇବା ସହ ବ୍ୟାପକ କ୍ଷତି କରିଛି। ବାସ୍ତବରେ ଏଚ୍‌ଆର୍‌ଏମ୍‌ଏମ୍‌ୟୁର ନୂତନ ତଥ୍ୟ ରୁଷିଆ ସବୁ ପ୍ରମୁଖ ବୋମା ଆକ୍ରମଣରେ ଘଟିଥିବା ମୃତ୍ୟୁସଂଖ୍ୟା ସୂଚିତ କରିଛି। ଯୁଦ୍ଧ ଆରମ୍ଭ ହେବାର ତିନି ବର୍ଷ ମଧ୍ୟରେ ମାସିକ ମୃତ୍ୟୁ ହାର ଜୁନ୍‌ରେ ସବୁଠୁ ଅଧିକ ଥିଲା। ଏହି ମାସରେ ୨୩୨ ୟୁକ୍ରେନ୍‌ ନାଗରିକଙ୍କ ମୃତ୍ୟୁ ହୋଇଥିଲାବେଳେ ୧,୩୪୩ ଜଣ ଆହତ ହୋଇଥିଲେ। ନାଗରିକଙ୍କ ସ୍ଥିତି ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ୟୁକ୍ରେନ୍‌ ସମର୍ଥନରେ ହେଉଥିବା ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଲକ୍ଷ୍ୟ କରି ରୁଷିଆ ଅଧିକ ଆକ୍ରମଣ ବୃଦ୍ଧି କରୁଥାଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୟୁକ୍ରେନ୍‌ ସହାୟତାକୁ ନେଇ ଏବେ ତାଙ୍କ ସ୍ଥିତିରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ଏବଂ ଏହା ସ୍ଥାୟୀ ହେବ ବୋଲି ୟୁକ୍ରେନୀୟ ଏବଂ ପାଶ୍ଚାତ୍ୟରେ ସେମାନଙ୍କ ମିତ୍ରମାନେ ଆଶା କରିଛନ୍ତି।
ଟ୍ରମ୍ପ୍‌ ୟୁକ୍ରେନ୍‌କୁ ଘାତକ କ୍ଷେପଣାସ୍ତ୍ର (ଯାହା ପାଇଁ ୟୁରୋପ ଅର୍ଥ ଦେବ) ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯଦ୍ଦ୍ବାରା ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍‌ ମୁକାବିଲା ଜାରି ରଖିବ। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ସୂଚାଉଛି ଯେ, ଏକ ଶାନ୍ତି ଚୁକ୍ତି କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କ ଉପରେ ବିଶ୍ୱାସ ହ୍ରାସ ପାଇଛି। ସେହିଭଳି ପୁଟିନ୍‌ ତାଙ୍କ କଥା ରଖିବାରେ ଅକ୍ଷମ ହୋଇଥିବାରୁ ଟ୍ରମ୍ପ୍‌ ନୂଆ କଟକଣା ଲଗାଇବା ପାଇଁ ଧମକ ଦେଇଛନ୍ତି। ପୁଟିନ୍‌ ଚିନ୍ତିତ ହେବାର ଆଉ ଏକ କାରଣ ଅଛି। ୧୫ ଜୁଲାଇରେ, ୟୁକ୍ରେନ୍‌ ୟୁରୋପ ପରିଷଦ ସହ ମିଶି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବା ପାଇଁ ୟୁକ୍ରେନ୍‌ ପାର୍ଲାମେଣ୍ଟରେ ବ୍ୟାପକ ସମର୍ଥନ ମିଳିଥିଲା। ୟୁକ୍ରେନ୍‌ ବିରୋଧରେ ଆକ୍ରମଣ ଯୋଗୁ ରୁଷିଆକୁ ଯୁଦ୍ଧ ଅପରାଧୀ ଭାବେ ଦର୍ଶାଇବା ପାଇଁ ଏହି ଟ୍ରିବ୍ୟୁନାଲ ଚେଷ୍ଟା କରିବ। ଜୁନ ୨୫ରେ ଷ୍ଟ୍ରାସବର୍ଗରେ ୟୁରୋପ ପରିଷଦକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଡୋମିର ଜେଲେନ୍‌ସ୍କି ଯାଇଥିବା ବେଳେ ସେଠାରେ ଯେଉଁ ଚୁକ୍ତି ସ୍ବାକ୍ଷର କରିଥିଲେ, ତାହାକୁ ୟୁକ୍ରେନୀୟମାନେ ଦୃଢ଼ ସମର୍ଥନ କରିଛନ୍ତି। ଏକ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ପୁଟିନ୍‌ ଏବଂ ୟୁକ୍ରେନ୍‌ ବିରୋଧରେ ଭୟଙ୍କର ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ସମର୍ଥକ ଗୋଷ୍ଠୀଙ୍କ ପାଇଁ ଆଉ ସୁରକ୍ଷିତ ସ୍ଥାନ ରହିବ ନାହିଁ। ଭବିଷ୍ୟତରେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ରୁଷିଆ ସରକାରଙ୍କ ସମସ୍ତ ଉଚ୍ଚ ପଦସ୍ଥ ନେତାଙ୍କ ଉପରେ ତଦନ୍ତକୁ ଅନୁମତି ଦେବ। ରାଜ୍ୟର ମୁଖ୍ୟ, ସରକାରର ମୁଖ୍ୟ ଏବଂ ବୈଦେଶିକ ମନ୍ତ୍ରୀମାନେ ନ୍ୟାୟିକ ବିଚାରରୁ ବ୍ୟକ୍ତିଗତ ଭାବେ ରକ୍ଷା ପାଉଥିବାବେଳେ, ଏହି ଟ୍ରିବ୍ୟୁନାଲରେ ସେମାନଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବାରେ ଆଉ କୌଣସି ବାଧା ରହିବ ନାହିଁ। ଏହା ସହ ସେମାନେ କାର୍ଯ୍ୟାଳୟ ଛାଡ଼ିବା କ୍ଷଣି ସେମାନଙ୍କ ବିରୋଧରେ ଏକ ବୈଧ ଅଭିଯୋଗ ଜାରି କରିବା ଲାଗି ପ୍ରସ୍ତୁତି ଚାଲୁଛି।
ରୁଷିଆ ୟୁରୋପ ପରିଷଦ ସଦସ୍ୟ ହେବାର ୨୬ ବର୍ଷ ପରେ, ଫେବୃଆରୀ ୨୦୨୨ରେ ଏହାର ପ୍ରତିନିଧିତ୍ୱ ଅଧିକାରକୁ ପରିଷଦ ରଦ୍ଦ କରିଥିଲା। ଏହାର ମାସେ ପରେ ପରିଷଦ ଆଇନର ଅନୁଚ୍ଛେଦ ୮ ଅନୁଯାୟୀ ରୁଷିଆକୁ ବହିଷ୍କାର କରାଯାଇଥିଲା। ଏହିସବୁ ଘଟଣା ପରେ ୟୁରୋପ ପରିଷଦ ଓ ଜେଲେନ୍‌ସ୍କିଙ୍କ ମଧ୍ୟରେ ଚୁକ୍ତି ହୋଇଛି। ୟୁକ୍ରେନ୍‌ରେ ଚଳାଇଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପ ପାଇଁ ରୁଷିଆକୁ ଉତ୍ତରଦାୟୀ କରିବାକୁ ଗତ ତିନି ବର୍ଷ ଧରି ଚାଲୁ ରହିଥିବା ବିଚାରବିମର୍ଶରେ ପୂର୍ଣ୍ଣଚ୍ଛେଦ ପକାଇବ ଏହି ଟ୍ରିବ୍ୟୁନାଲ। ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଲୟ (ଆଇସିସି) ପୁଟିନ୍‌ ଓ ୟୁକ୍ରେନ୍‌ରୁ ଅନେକ ହଜାର ପିଲାଙ୍କୁ ଅନ୍ୟାୟ ଭାବେ ରୁଷିଆକୁ ଦେଶାନ୍ତର କରିଥିବା ରୁଷିଆର ଶିଶୁ ଅଧିକାର କମିଶନ ମାରିଆ ଲଭୋ-ବେଲୋଭାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିସାରିଛି। ଗତବର୍ଷ ମଧ୍ୟ ଆଇସିସି ବିଚାରପତିମାନେ ୟୁକ୍ରେନ୍‌ର ବିଦ୍ୟୁତ୍‌ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବାରୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ଶୋଇଗୁ ଏବଂ ସଶସ୍ତ୍ର ସେନାର ଚିଫ୍‌ ଅଫ୍‌ ଦି ରୁଷିଆନ୍‌ ଜେନେରାଲ ଷ୍ଟାଫ୍‌ ଭାଲେରି ଗେରାସିମୋଭଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। କିନ୍ତୁ ଏଭଳି ସ୍ଥିତିରେ ଏକ ଟ୍ରିବ୍ୟୁନାଲର ଆବଶ୍ୟକତା ଅଛି, କାରଣ ଯୁଦ୍ଧ ଅପରାଧକୁ ନେଇ ନ୍ୟାୟିକ ସୀମା ରହିଥିବା ସତ୍ତ୍ୱେ ୟୁକ୍ରେନ୍‌ରେ ମାନବତା ବିରୋଧୀ ଅପରାଧ (ଯେଉଁଥିରେ ଏବେ ସ୍କୁଲ, ହସ୍ପିଟାଲ, ଭିତ୍ତିଭୂମି ଏବଂ ଲଗାତର ନାଗରିକଙ୍କ ଉପରେ ଆକ୍ରମଣକୁ ସାମିଲ କରାଯାଇଛି) ଓ ଗଣହତ୍ୟା ଜାରି ରହିଛି। ଆଇସିସି ମଧ୍ୟ ରୁଷୀୟ ରାଜନେତା ଓ ସେନାର ଶୀର୍ଷ ଅଧିକାରୀଙ୍କୁ ଯୁଦ୍ଧ ଅପରାଧ ପାଇଁ ଓପଚାରିକ ଭାବେ ଦୋଷୀ କରିପାରିବ ନାହିଁ। ଏହାର ପ୍ରଥମ କାରଣ ହେଉଛି, ରୁଷିଆ ରୋମ ଚୁକ୍ତି (ଯେଉଁଥିରେ ଆଇସିସି ଗଠନ ହୋଇଥିଲା)ର ପକ୍ଷ ବା ଅଂଶୀଦାର ନୁହେଁ। ଦ୍ୱିତୀୟରେ, ଜାତିସଂଘରେ ରୁଷିଆର ଭିଟୋ ପାଓ୍ବାର ଆଇସିସି କୋର୍ଟକୁ ଅଭିଯୋଗ ପଠାଇବାରେ ସୁରକ୍ଷା ପରିଷଦକୁ ରୋକିଦିଏ। ଏଣୁ ପୁଟିନ୍‌ଙ୍କ ଅପରାଧଗୁଡ଼ିକ ଯଥା ଆକ୍ରମଣ ପାଇଁ ଯୋଜନା, ପ୍ରସ୍ତୁତି ଏବଂ ୟୁକ୍ରେନ୍‌କୁ ବଳପୂର୍ବକ ଦଖଲ କରିବା ଚେଷ୍ଟା, ଏପରିକି ୨୦୧୪ରେ କ୍ରିମିଆକୁ ଦଖଲକୁ ନେବାର ନ୍ୟାୟିକ ବିଚାର ପାଇଁ କେବଳ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଦରକାର।
ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଅପରାଧ ପାଇଁ କୌଣସି ଶାସନକୁ ଦୋଷୀ କରିବା ୟୁରୋପ ପରିଷଦର ସମ୍ପୂର୍ଣ୍ଣ ଦାୟିତ୍ୱ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅନେକ ଦେଶର ବ୍ୟାପକ କ୍ଷତି ହେବା ପରେ ଆଇନର ଶାସନ ଓ ମାନବ ଅଧିକାରଗୁଡ଼ିକ ବଜାୟ ରଖିବା ଲକ୍ଷ୍ୟରେ ଏହି ପରିଷଦ ଗଠନ କରାଯାଇଥିଲା। ଏହା ମଧ୍ୟ ବାର୍ତ୍ତା ଦିଏ ଯେ, ଅଧିକ ସ୍ଥାୟୀ ଏବଂ ଶାନ୍ତ ବିଶ୍ୱ ଗଠନ କରିବା ପାଇଁ ଏକ ଆଇନ ଆଧାରିତ ବ୍ୟବସ୍ଥା ଏଯାବତ୍‌ ସର୍ବଶ୍ରେଷ୍ଠ ଉପାୟ ହୋଇ ରହିଛି। ପୁଟିନ୍‌ ରୁଷିଆର ଯୁଦ୍ଧ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରି ୟୁକ୍ରେନ୍‌ ସୀମା ଓ ନାଗରିକଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିଥିବା ଯୋଗୁ ଏବେ ଏଭଳି ବାର୍ତ୍ତାର ଅଧିକ ଆବଶ୍ୟକତା ରହିଛି। କ୍ରେମ୍‌ଲିନ ଡ୍ରୋନ ଉତ୍ପାଦନ ଲାଗି କମ୍ପାନୀଗୁଡ଼ିକରେ ଶ୍ରମଶକ୍ତି ବୃଦ୍ଧି କରିବା ନିମନ୍ତେ ଏସୀୟ ଓ ଆଫ୍ରିକାର ଦେଶଗୁଡ଼ିକରୁ ଶ୍ରମିକ ଆଣୁଥିବା ଜଣାପଡ଼ିଛି। ଏହା ସହ ଚାଇନା ଅତ୍ୟଧିକ ଗୁରୁୁତ୍ୱପୂର୍ଣ୍ଣ ଉପକରଣ ଯୋଗାଉଥିବା ଅଭିଯୋଗ ମଧ୍ୟ ହେଉଛି। ଏଣୁ ଚଳିତ ସପ୍ତାହରେ ଯାହା ଘଟିଛି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେରିକାର ନୂଆ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌ରେ ଶୀଘ୍ର ପହଞ୍ଚତ୍ବା ଆରମ୍ଭ ହୋଇଯିବ। ପୁଟିନ୍‌ ଏବଂ ତାଙ୍କ ଅପରାଧୀ ଗୋଷ୍ଠୀଙ୍କ ପାଖରେ ବାର୍ତ୍ତା ପହଞ୍ଚତ୍ୟାଇଛି- ତୁମମାନଙ୍କ ସକାଶେ ଆପରାଧିକ ଅଭିଯୋଗସବୁ ଆସୁଛି ଏବଂ କେଉଁଠି ମଧ୍ୟ ଲୁଚି ରହିପାରିବ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, ରୁଷିଆ ବାହାରେ କିଛି ଜାଗା ରହିବ, ଯେଉଁଠି ପୁଟିନ୍‌ ସମ୍ଭାବ୍ୟ ଅପମାନଜନକ ଗିରଫର ସମ୍ମୁଖୀନ ହୋଇ ନ ପାରନ୍ତି। ତେବେ ଅପରାଧରୁ ସେ ଦଣ୍ଡମୁକ୍ତ ହେବା ସମ୍ଭାବନା କ୍ଷୀଣ ହୋଇ ଆସୁଛି।

ଗର୍ଡନ ବ୍ରାଉନ
ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?