ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକ ଜୁନ୍‌ ୨୫ ସୁଦ୍ଧା ସରିବ ସବୁ କାମ

ପୁରୀ ଅଫିସ, ୩୦ା୫- ଜୁନ୍‌ ୨୫ତାରିଖ ପୂର୍ବରୁ ସବୁ କାମ ଶେଷ ହୋଇଯିବ। ରଥଯାତ୍ରା ବେଳକୁ କୌଣସି ଅସୁବିଧା ହେବନାହିଁ। ଯାତ୍ରୀ, ପର୍ଯ୍ୟଟକଙ୍କ ସୁବିଧାକୁ ପ୍ରାଧାନ୍ୟ ଦିଆଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି ରଥଯାତ୍ରା ଦ୍ୱିତୀୟ ସମନ୍ବୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ବଡଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିବାବେଳେ ବିଶେଷକରି ସ୍ବାସ୍ଥ୍ୟ, ପରିମଳ ଏବଂ ଜାତୀୟ ରାଜପଥ ବିଭାଗର ଆଲୋଚନା ବେଳେ ବୈଠକ ବେଶ୍‌ ସରଗରମ୍‌ ରହିଥିଲା।
ପ୍ରଥମେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପରେ ବାତ୍ୟାରେ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲାପାଳ ବଲୱନ୍ତ ସିଂ ପ୍ରାରମ୍ଭିକ ସୂଚନା ଦେବା ପରେ ବୈଠକ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ ରଥକାଠ ଏବଂ ରଥ ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ। ଗତବର୍ଷ ବଳକା ଥିବା ୧୯୫ ଖଣ୍ଡ କାଠକୁ ବାଦ୍‌ ଦେଇ ଏଥର ୬୭୦ ଖଣ୍ଡ କାଠ ଆସିବାକୁ ଥିଲା। ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଏବଂ ବୌଦ୍ଦ ବନମଣ୍ଡଳରୁ ୬୪୬ ଖଣ୍ଡ କାଠ ଆସିଛି। ଅବଶିଷ୍ଟ ୨୪ ଖଣ୍ଡ କାଠ ଖୁବଶୀଘ୍ର ପହଞ୍ଚିବ। ସେହିପରି ମଙ୍ଗଳବାର ସୁଦ୍ଧା ପ୍ରତ୍ୟେକ ରଥର ୪ଟି ଲେଖାଏ ଚକ ତିଆରି ସରିଛି। ୧୨ଟି ଟଣା ଦଉଡ଼ି ଏବଂ ୩ଟି ଘେର ଦଉଡ଼ି ପାଇଁ ଓଡ଼ିଶା କତା ନିଗମକୁ ଅର୍ଡର ଦିଆଯାଇଛି। ସେମାନେ ୬ଟି ଟଣା ଦଉଡ଼ି ତିଆରି କରିସାରିଲେଣି। ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ଏହା ପହଞ୍ଚିବ ବୋଲି ନୀତି ପ୍ରଶାସକ କହିଥିଲେ । ଏହାବ୍ୟତୀତ ରଥଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀ ଉପରେ ବିବରଣୀ ରଖିଥିଲେ। ପରେ ସିଡିଏମ୍‌ଓ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ସହ ପାନୀୟଜଳ ବିଶୋଧନ ପାଇଁ କ୍ଲୋରିନ ବଟିକା ବଣ୍ଟାଯାଇଥିବା କହିଥିଲେ। ମାତ୍ର ଏଥିରେ ଆପତ୍ତି ଉଠାଇଥିଲେ ଉପସ୍ଥିତ ବୁଦ୍ଧିଜୀବୀ। ସିଡିଏମ୍‌ଓ ଯାହା କହୁଛନ୍ତି ତାହାର ସତ୍ୟତା ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଏ ନେଇ ବୈଠକ ବେଶ୍‌ ସରଗରମ୍‌ ହୋଇଥିଲା। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏଥିରେ ହସ୍ତକ୍ଷେପ କରିିଥିଲେ। ସହରାଞ୍ଚଳରେ କ୍ଲୋରିନ ଟାବ୍‌ଲେଟ ବଣ୍ଟନ ଉପରେ ଫୋକସ ଦେବାକୁ ସେ ସିଡିଏମ୍‌ଓଙ୍କୁ କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ରେଫର୍‌ କରାଯାଉଥିବା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏତଦ୍‌ବ୍ୟତୀତ ଅନେକ ଯନ୍ତ୍ରପାତି ନଷ୍ଟ ନେଇ ବୁଦ୍ଧିଜୀବୀ ରୁଦ୍ର ସିଂ ପ୍ରଶ୍ନ ଉଠାଇଥିଲେ। ଏକ୍ସ-ରେ, ସୋଡିୟମ୍‌ ପୋଟାସିୟମ୍‌ ଟେଷ୍ଟ ମେଶିନ ଅଚଳ ହୋଇପଡ଼ିିଛି ଏବଂ ଡାୟାଲେସିସ୍‌ ପାଇଁ ଆଇସିୟୁ ନାହିଁ ବୋଲି ସିଂ କହିଥିଲେ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଜିଲାପାଳଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବା ଲାଗି ସିଡିଏମ୍‌ଓଙ୍କୁ ପରାମର୍ଶ ଦେଇଥିଲେ।
ରଥଯାତ୍ରା ସମୟରେ ୨୪ଘଣ୍ଟିଆ ଜଳଯୋଗାଣ କରାଯିବ ବୋଲି ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା। ବାତ୍ୟା ପରେ ୧୧ଟି ଓଭରହେଡ୍‌ ଟାଙ୍କି ମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହେଲାଣି। ତୋଟା ଗୋପୀନାଥ ଏବଂ ଘୋଡା ବଜାର ଟାଙ୍କି ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା କାର୍ଯ୍ୟକ୍ଷମ ହେବାକୁ ବିଳମ୍ବ ହେବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ରଥଯାତ୍ରା ସମୟରେ ସରକାରଙ୍କ ପକ୍ଷରୁ ଆସୁଥିବା ପାଣି ପାଉଚ୍‌ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବୁଦ୍ଧିଜୀବୀ ଦାବି କରିଥିଲେ। ଏହାକୁ ବନ୍ଦ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। ସେସୁ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ବ୍ୟବସ୍ଥା ଲାଗି କୁହାଯାଇଥିଲା।
ପରିମଳକୁ ନେଇ ବୈଠକ ସରଗରମ୍‌ ହୋଇଥିଲା। ବାତ୍ୟା ପରେ ପୁରୀ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏବେ ବି ଅନେକ ଜାଗାରୁ ଆବର୍ଜନା ଉଠିନି। ଆଗକୁ ବର୍ଷା ଆସୁଛି। ଏ ପର୍ଯ୍ୟନ୍ତ ଡ୍ରେନ୍‌ ସଫେଇ କାମ ସରି ନ ଥିବାରୁ ବୁଦ୍ଧିଜୀବୀମାନେ ପୁରୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଶଙ୍କର ଦାଶଙ୍କୁ ଘେରିଥିଲେ। କାହିଁକି ମାର୍ଚ୍ଚ ଆରମ୍ଭ ପରିବର୍ତ୍ତେ ସବୁବର୍ଷ ମେ ଶେଷ କିମ୍ବା ଜୁନ୍‌ରେ ଡ୍ରେନ୍‌ ସଫେଇ ହେଉଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ଷ୍ଟ୍ରିଟ୍‌ ଲାଇଟ୍‌ ଏ ପର୍ଯ୍ୟନ୍ତ ଜଳିପାରିଲା ନାହିଁ। ଏମିତି ଅନେକ ପ୍ରସଙ୍ଗ ପୌରପରିଷଦ ଅଧିକାରୀଙ୍କ ସମ୍ମୁଖରେ ରଖାଯାଇଥିଲା। ତେବେ ଜିଲାପାଳ ଏଥିରେ ହସ୍ତକ୍ଷେପ କରିଥିଲେ। ଡ୍ରେନ୍‌ ସଫେଇ କାମ ଆମେ ଧାର୍ଯ୍ୟ ସମୟ ପୂର୍ବରୁ କରିକି ଦେଖାଇଦେବୁ ବୋଲି କହିଥିଲେ। ସର୍ବୋଦୟ ନଗର ଅଞ୍ଚଳରେ ଡ୍ରେନ୍‌ ସଫା ହେଉ ନ ଥିବା ବୁଦ୍ଧିଜୀବୀ ବଦ୍ରି ମିଶ୍ର ଅଭିଯୋଗ କରିଥିଲେ। ଏଥିପ୍ରତି ଧ୍ୟାନ ଦେବାକୁ ଆର୍‌ଡିସି ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ପିପିଲି ଫ୍ଲାଏ ଓଭରବ୍ରିଜ୍‌ ତଳ ଏବଂ ବୀରହରେକୃଷ୍ଣପୁର ଛକ ପାଖରେ ଜାତୀୟ ରାଜପଥ ମରାମତି କରାଯାଉ ନ ଥିବାରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା। ୫ଦିନ ମଧ୍ୟରେ ଏହି କାମ ଶେଷ କରାଯିବ। ଜୁନ୍‌ ୨୫ ସୁଦ୍ଧା ମଙ୍ଗଳା ଘାଟଠାରୁ ଷ୍ଟର୍ଲିଂ ରାସ୍ତାର ବାମପାର୍ଶ୍ୱ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ବଡ଼ଦାଣ୍ଡ ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ ରାଜପଥ ବିଭାଗ ପିଚୁ କାମ କରିବା ବେଳେ ପୋତି ଦେଉଛି। ଏହାଦ୍ୱାରା ବଡଦାଣ୍ଡ ଉଚ୍ଚା ହୋଇଯାଉଥିବାବେଳେ ଶ୍ରୀମନ୍ଦିର ତଳୁଆ ରହୁଛି। ଫଳରେ ମନ୍ଦିରରୁ ପାଣି ନିଷ୍କାସନ ଠିକ୍‌ ଭାବେ ହେଉନାହିଁ। ଅକ୍ଷୟ ତୃତୀୟା ପରେ ରଥକାଠ ରହୁଥିବା ସ୍ଥାନ କାମ ହୋଇପାରୁ ନାହିଁ। ତେଣୁ ଏଣିକି ଅକ୍ଷୟ ତୃତୀୟା ପୂର୍ବରୁ ବଡ଼ଦାଣ୍ଡ ମରାମତି କାମ କରିବାକୁ ଜାତୀୟ ରାଜପଥ (ଏନ୍‌ଏଚ୍‌)ବିଭାଗକୁ କେନ୍ଦ୍ରାଞ୍ଚଳ ଆଇଜି ପରାମର୍ଶ ଦେଇଥିଲେ। ବୈଠକରେ ବିଦ୍ୟୁତ୍‌, ପାନୀୟ ଜଳ, ପରିବହନ, ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ଏସ୍‌ପି ଉମାଶଙ୍କର ଦାଶ, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଉପଜିଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri