ରଥଖଳା ଶୁନ୍‌ଶାନ୍‌: କାଠ ଉପରେ ପଡୁନି ବାରିସି ଚୋଟ

ପୁରୀ ଅଫିସ,୨୭ା୪: ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଛି। ରଥକାଠ ବି ପଡ଼ିରହିିଛି। ହେଲେ ରଥଖଳାରେ ଦେଖାନାହାନ୍ତି ମହାରଣା ସେବକ କି ଭୋଇ ସେବକ। ଶୂନ୍‌ଶାନ୍‌ ହୋଇପଡ଼ିିଛି ରଥଖଳା। ମହାମାରୀ କରୋନା ହିଁ ରଥଖଳାରେ ଖେଳାଇଦେଇଛି ଏମିତି ନୀରବତା। ଅକ୍ଷୟ ତୃତୀୟା ପରଠାରୁ ଧୀରେ ଧୀରେ ଚଳଚଞ୍ଚଳ ହୋଇପଡ଼େ ରଥଖଳା। କିନ୍ତୁ ଏ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲକ୍‌ଡାଉନ କଟକଣା ଯୋଗୁ ମେ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିଛି ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା କ’ଣ ରହିବ ତାହା ଉପରେ ହିଁ ନିର୍ଭର କରୁଛି ତିନିରଥ ନିର୍ମାଣ।
ଜୁନ୍‌ ୨୩ ତାରିଖରେ ରଥଯାତ୍ରା। ଆଉ ମାସେ ୨୫ଦିନ ସମୟ ରହିଲା। ହେଲେ ଏ ପର୍ଯ୍ୟନ୍ତ ରଥ ନିର୍ମାଣ ହୋଇପାରିଲା ନାହିଁ। ରଥ ନିର୍ମାଣରେ ବାଧକ ସାଜିଛି କରୋନା କଟକଣା। ରଥଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥାଏ। ରବିବାର ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣର ଅନୁକୂଳ ସରିଛି। ମାତ୍ର ଲକ୍‌ଡାଉନ କଟକଣା ଥିବାରୁ ରଥଖଳାରେ ନିର୍ମାଣ ଆରମ୍ଭ ହେଉନାହିଁ। ପ୍ରତିବର୍ଷ ଅକ୍ଷୟତୃତୀୟା ପରେ ରଥଖଳାରେ ରଥ ତିଆରି ଆରମ୍ଭ ହୋଇଯାଏ। ଭୋଇ ସେବକଙ୍କ ସହଯୋଗରେ ମହାରଣା ସେବକ ପ୍ରଥମେ ତୁମ୍ବ ତିଆରି କରିଥାନ୍ତି। ଏହାପରେ ରଥ ନିର୍ମାଣ କାମ ଆଗେଇ ଥାଏ। କିନ୍ତୁ ଏଥର ଅନୁକୂଳ ପରେ ଖଁ। ଖଁ। ରଥଖଳା। ଏଥିରେ ନିୟୋଜିତ ସେବକମାନେ ବି ଉଦାସ ମନରେ ରହିଛନ୍ତି। ହେଲେ ଏଭଳି ସମୟରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ସେମାନେ ନୀରବ ଅଛନ୍ତି। ସୂଚନାଥାଉ କି, ତିନିରଥରେ ପ୍ରାୟ ୮୦ ଜଣ ମହାରଣା ସେବକ, ସମାନ ସଂଖ୍ୟକ ଭୋଇ ସେବକ କାମ କରିଥାନ୍ତି। ସେହିପରି ରୂପକାର, ଚିତ୍ରକର ଆଦି ବିଭିନ୍ନ ସେବକ ରଥ ନିର୍ମାଣରେ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri