ରଣପୁର ସରକାରୀ ଡାକ୍ତରଖାନା: ଫାର୍ମାସିଷ୍ଟ ବଦଳରେ ରୋଷେୟା ଦେଉଛନ୍ତି ଔଷଧ

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍‌ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର ବିଷୟ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଚିକିତ୍ସା କରୁଥିବା ଡାକ୍ତର ରୋଷେୟାଙ୍କୁ ଔଷଧ ଦେବାକୁ ବାରଣ କରିଥିଲେ। ଫଳରେ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ ଔଷଧ ନ ପାଇ ହଇରାଣ ହୋଇଥିଲେ। କେତେଜଣ ରୋଗୀ ପଇସା ଖର୍ଚ୍ଚ କରି ବାହାର ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ।
ପ୍ରକାଶ ଯେ, ରଣପୁର ସରକାରୀ ଡାକ୍ତରଖାନାରେ ଦୁଇଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଔଷଧ ଷ୍ଟକ ରୁମ୍‌ ଦାୟିତ୍ୱରେ ରହିଛନ୍ତି। ଅନ୍ୟ ଜଣେ ବିତରଣ କେନ୍ଦ୍ରରେ ରହି ଡାକ୍ତର ଲେଖିଥିବା ଚିଠା ଦେଖି ରୋଗୀଙ୍କୁ ଔଷଧ ଦେବାର ନିୟମ ରହିଛି। ଅଧିକାଂଶ ସମୟ ଫାର୍ମାସିଷ୍ଟମାନେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ ଔଷଧ ନେବାରେ ବହୁତ ହଇରାଣ ହୁଅନ୍ତି। ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ କିଛି ନ କହିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ଉପସ୍ଥିତିରେ ଏହି ବିତରଣ କେନ୍ଦ୍ରରେ ଫାର୍ମାସିଷ୍ଟ ଉପସ୍ଥିତ ରହିବେ। ହେଲେ ଡାକ୍ତରଖାନାରେ ଏହି ନିୟମର ଖୋଲା ଉଲ୍ଲଂଘନ କରାଯାଉଛି। ଡାକ୍ତର ଚିକିତ୍ସା କରି ରୋଗୀଙ୍କୁ ଔଷଧ ଚିଠା ଦେଉଥିଲା ବେଳେ ଫାର୍ମାସିଷ୍ଟ ଅନୁପସ୍ଥିତ ଯୋଗୁ ଅଧିକାଂଶ ସମୟରେ ରୋଷେୟା ଥିବା ପ୍ରଫୁଲ୍ଲ କୁମାର ଶତପଥୀ ରୋଗୀମାନଙ୍କୁ ଔଷଧ ପ୍ରଦାନ କରୁଛନ୍ତି। ତାଙ୍କର ଔଷଧ ସମ୍ବନ୍ଧରେ ଧାରଣା ନ ଥିଲାବେଳେ କିଭଳି ସେ ଏହି ଦାୟିତ୍ୱ ତୁଲାଉଛନ୍ତି ତାହା ତଦନ୍ତସାପେକ୍ଷ। ଯଦି ଭୁଲ୍‌ବଶତଃ କୌଣସି ରୋଗୀଙ୍କୁ ଡାକ୍ତର ଲେଖିଥିବା ଔଷଧ ବଦଳରେ ସେ ଅନ୍ୟ ଔଷଧ ଦିଅନ୍ତି ତେବେ ରୋଗୀର କ୍ଷତି ଘଟିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଡାକ୍ତରଖାନାର ଅଧିକାରୀମାନେ ଏହାକୁ ବାରଣ ନ କରିବା ସମସ୍ତଙ୍କୁ ଆଚମ୍ବିତ କରିଛ। ଏ ସମ୍ପର୍କରେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ବୈଦ୍ୟନାଥ ନନ୍ଦଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ଏ ବିଷୟରେ ଜାଣିବା ପରେ ରୋଷେୟାଙ୍କୁ ଔଷଧ ଦେବା ପାଇଁ ମନା କରିଛି। କ’ଣ ପାଇଁ ଫାର୍ମାସିଷ୍ଟ ଅନୁପସ୍ଥିତ ଥିଲେ ତାଙ୍କୁ ପଚରାଯିବ। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ୱେତ ମହାପାତ୍ର କହନ୍ତି, ରଣପୁର ଡାକ୍ତରଖାନାରେ ଦୁଇ ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେମାନେ କ’ଣ ପାଇଁ ଅନୁପସ୍ଥିତ ଅଛନ୍ତି କୈଫିୟତ ତଲବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?