Posted inଖେଳ

ରଣଜୀ ମୁକାବିଲା: ଫଲୋଅନ ପରେ ଆସାମର ସଂଘର୍ଷ

କଟକ ଅଫିସ,୩୦ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଫଲୋଅନ ପାଇବା ସତ୍ତ୍ବେ ମ୍ୟାଚ୍‌ ବଞ୍ଚାଇବାକୁ ଚେଷ୍ଟା କରୁଛି ଭ୍ରମଣକାରୀ ଆସାମ। ଓଡ଼ିଶାର ପ୍ରଥମ ଇନିଂସ ୪୩୬ ରନ ଜବାବରେ ଆସାମ ପ୍ରଥମ ଇନିଂସରେ ୨୩୮ ରନରେ ଅଲଆଉଟ୍‌ ହୋଇଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଆସାମ ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ବିନା ଉଇକେଟରେ ୧୦୨ ରନ କରିଛି। ଫଳରେ ଦଳ ଆଉ ୯୬ରନ ପଛରେ ରହିଛି। ଅନ୍ୟପକ୍ଷରେ ଗୁରୁବାର ତଥା ମ୍ୟାଚ୍‌ର ଅନ୍ତିମ ଦିବସରେ ଓଡ଼ିଶା ଆସାମକୁ ଅଳ୍ପ ରନରେ ଅଲଆଉଟ କରି ବିଜୟ ପଏଣ୍ଟ ହାତେଇବା ଲକ୍ଷ୍ୟରେ ଅଛି ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୩୬ ରନରେ ଅଲଆଉଟ ହେବା ପରେ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଆସାମ ୩ ଉଇକେଟ ହରାଇ ୫୯ରନ କରିଥିଲା। ରିଷଭ ଦାସ ୨୪ ଓ ରିୟାନ ପରାଗ ୧୪ ରନରେ ଅପରାଜିତ ଥିଲେ। ଆସାମର ଦଳୀୟ ସ୍କୋର ୮୬ ହୋଇଥିବା ବେଳେ ୪ର୍ଥ ଉଇକେଟର ପତନ ଘଟିଥିଲା। ରିଷଭଙ୍କୁ ୩୭ରନରେ ରାଜେଶ ମହାନ୍ତି କ୍ଲିନବୋଲ୍ଡ କରିଥିଲେ। ପରେ ରିୟାନଙ୍କୁ ୪୩ରନରେ ଦେବବ୍ରତ ପ୍ରଧାନ ଓ ସାହିଲ ଜୈନଙ୍କୁ ୧୫ ରନରେ ଅଭିଷେକ ରାଉତ ଏଲବିଡବ୍ଲ୍ୟୁ କରି ଦଳକୁ ଯଥାକ୍ରମେ ୫ମ ଓ ୬ଷ୍ଠ ସଫଳତା ଦେଇଥିଲେ। ପ୍ରୀତମ ଦାସ ଖାତା ଖୋଲିବା ପୂର୍ବରୁ ଅଭିଷେକଙ୍କ ବଲରେ ବୋଲ୍ଡ ହେବା ଫଳରେ ଆସାମର ସ୍କୋର ୧୪୭/୭ରେ ପହଞ୍ଚିଥିଲା। ହେଲେ ୮ମ ଉଇକେଟରେ ଉଇକେଟ କିପର କୁନାଲ ସାଇକିଆ ଓ ପେସ୍‌ ବୋଲର ରଞ୍ଜିତ ମାଲି ୫୮ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୮ଟି ଚୌକା ବଳରେ ୫୨ରନ କରିଥିବା କୁନାଲଙ୍କୁ ୭୫ତମ ଓଭରରେ କ୍ୟାଚ ଆଉଟ କରି ଦେବବ୍ରତ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ପରେ ଅର୍ଦ୍ଧଶତକ ହାସଲ କରିଥିବା ରଞ୍ଜିତ ମଧ୍ୟ ଦେବବ୍ରତଙ୍କ ଶିକାର ହୋଇଥିଲେ। ସେ ୫୯ ରନରେ ଶାନ୍ତନୁ ମିଶ୍ରଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ବୋଲର କ୍ରୀଷ୍ଣା ଦାସଙ୍କୁ ଖାତା ଖୋଲିବା ପୂର୍ବରୁ ଦେବବ୍ରତ ବୋଲ୍ଡ କରି ଆସାମ ଇନିଂସର ପରିସମାପ୍ତି ଘଟାଇଥିଲେ। ଅରୂପ ଦାସ ୧୦ରନରେ ଅପରାଜିତ ଥିଲେ। ଦେବବ୍ରତ ୩୯ରନ ବ୍ୟୟରେ ସର୍ବାଧିକ ୪ଟି ଉଇକେଟ ଦଖଲ କରିଛନ୍ତି। ଅଭିଷେକଙ୍କୁ ୨ଟି ଉଇକେଟ ମିଳିଥିବା ବେଳେ ସୂର୍ଯ୍ୟକାନ୍ତ, ବସନ୍ତ ଓ ରାଜେଶ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ପ୍ରଥମ ଇନିଂସରେ ଆସାମ ୧୯୮ରନରେ ପଛରେ ରହିଥିଲା। ଫଲୋଅନ ପାଇବା ପରେ ଉଇକେଟ କିପର କୁନାଲ ସାଇକିଆ ବାମହାତୀ ବ୍ୟାଟ୍ସମ୍ୟାନ ଶୁଭମ ମଣ୍ଡଳଙ୍କ ସହ ଓପନିଂ କରିବାକୁ ଆସିଥିଲେ। ଏହି ଦୁଇ ଖେଳାଳି ୩୧ଓଭର ବ୍ୟାଟିଂ କରି ୧୦୨ରନ କରିଛନ୍ତି। ଶୁଭମ ୧୦୪ ବଲରୁ ୪୦ ରନ ଓ କୁନାଲ ୮୨ ବଲରୁ ୬୨ ରନ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?