ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଏଣିକି ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ। ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଛାତ୍ରୀଛାତ୍ରମାନଙ୍କ ଆଧାର ସଂଯୋଗକୁ ମଧ୍ୟ ସୁନିଶ୍ଚିତ କରାଯିବ। ୩୦ ଜିଲାର ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରଭାବେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ୍‌ ମିଡିୟମ ସେକ୍ସନ ରହିବ। ଏହିସବୁ ସ୍କୁଲର ଆବଶ୍ୟକତା ପୂରଣ ପାଇଁ ୨୫ଲକ୍ଷ ଟଙ୍କା ଲେଖାଏ ମଧ୍ୟ ଦିଆଯିବାକୁ ସରକାର ସ୍ଥିର କରିଛନ୍ତି। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ର ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବାକୁ ସରକାରୀ ସ୍କୁଲ ପରିଚାଳନା ବ୍ୟବସ୍ଥା ଓ ଶିକ୍ଷାଦାନରେ ଉନ୍ନତି ଆଣିବା ଏବଂ ଛାତ୍ରୀଛାତ୍ରଙ୍କ ବ୍ୟକ୍ତିତ୍ୱ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦ଜଣରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାଙ୍କୁ ସେହି ବିଦ୍ୟାଳୟରେ ପଢ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟଗୁଡ଼ିକ, ଯାହା ୧ରୁ ୩ କିମି ପରିସର ମଧ୍ୟରେ ରହିଛି ସେଗୁଡ଼ିକୁ ମିଶାଇ ଦିଆଯିବ। ଏହାଦ୍ୱାରା ଶିକ୍ଷକ ଅଭାବଜନିତ ସମସ୍ୟା ଏବଂ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ। ଏ କ୍ଷେତ୍ରରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେଉଥିବା ପିଲାଙ୍କୁ ଆର୍‌ଟିଇ ଆକ୍ଟ ଅନୁଯାୟୀ ଏସ୍‌କର୍ଟ ଆଲାଉନ୍ସ ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି ସ୍ଥାନାନ୍ତର ଭତ୍ତା ବାବଦରେ ସର୍ବାଧିକ ୫ହଜାର ଟଙ୍କା ଦିଆଯିବ।
ସରକାରୀ ବିଦ୍ୟାଳୟ ନିକଟରେ ଥିବା ବ୍ଲକଗ୍ରାଣ୍ଟ, ଏଡେଡ୍‌, ନୂତନ ଏଡେଡ୍‌ ସ୍କୁଲଗୁଡିକୁ ମିଶାଇ ଦିଆଯିବ। ଏହାସହ ଠିକ୍‌ଭାବେ ଚାଲୁ ନ ଥିବା ବ୍ଲକଗ୍ରାଣ୍ଟ ସ୍କୁଲଗୁଡ଼ିକୁ ବନ୍ଦ କରିଦେବା ଏବଂ ଆବଶ୍ୟକତା ଭିତ୍ତିରେ ବ୍ଲକଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେଶନ ନିୟମ ଅନୁଯାୟୀ ନିୟୋଜିତ କରିବା ଲାଗି ନୀତ ପ୍ରଣୟନ ହେବ। ଫନୀ ଦ୍ୱାରା ପ୍ରଭାବିତ ୫ ଜିଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପଢୁଥିବେ ତେବେ ସେ କ୍ଷେତ୍ରରେ ଉକ୍ତ ବିଦ୍ୟାଳୟଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଏବଂ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ। ଏଥିଲାଗି ଅଭିଭାବକମାନଙ୍କ ଫୋନ୍‌ ନମ୍ବରକୁ ଡିଜିଟାଇଜ୍‌ କରାଯିବ। ୫-ଟି କାର୍ଯ୍ୟକ୍ରମ ଅନୁସାରେ ଛାତ୍ରୀଛାତ୍ରମାନେ ଯେପରି ସେମାନଙ୍କ ସାର୍ଟିଫିକେଟ ଅନ୍‌ଲାଇନ ଯୋଗେ ପାଇପାରିବେ ସେଥିଲାଗି କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ତାଲିମ ପ୍ରତିଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷା ବିଭାଗରୁ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଯୋଗଦେଲେ ରାଜନାରାୟଣ ମହାପାତ୍ର

ଭୁବନେଶ୍ୱର,୧୭ା୪(ଅନିଲ ଦାସ)- ଯାଜପୁର ଜିଲା ଅନ୍ତର୍ଗତ ବଡ଼ଚଣା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ...

Featured Video Play Icon

ରୁକୁଣା ରଥ କାହିଁକି ଅଣଲେଉଟା କହିଲେ ସେବାୟତ

ଭୁବନେଶ୍ୱର: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

‘ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ’: ବିରୋଧୀ

ଭୁବନେଶ୍ୱର,୧୭।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଛନ୍ତି ।...

ଓଡ଼ିଶା କଂଗ୍ରେସର ୨୬ଜଣିଆ ନିର୍ବାଚନ ପରିଚାଳନା କମିଟି, ତାଲିକାରେ ଏହି ବଡ଼ ନେତା

ଭୁବନେଶ୍ୱର,୧୭।୪: ଓଡ଼ିଶା ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ତାଲିକା ବୁଧବାର ଜାରି ହୋଇଛି। ଏହି...

କଟକ-ବାରବାଟୀରେ ଭାଜପାର ବଡ଼ ଗେମ୍‌, ଏହି ଅଭିନେତାଙ୍କୁ ମିଳପାରେ ଚାନ୍ସ!

ଭୁବନେଶ୍ୱର,୧୭।୪: ଅନୁଭବ ମହାନ୍ତିଙ୍କୁ ଭାଜପା କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। ଅନ୍ୟପଟେ କେନ୍ଦ୍ରାପଡା ଏମପି ହୋଇଥିବାରୁ ଏହି ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ...

କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି, ଆହୁରି ୨ ରୁ ୪ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର, ୧୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବାୟୁମଣ୍ଡଳର ନିମ୍ନଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri