Posted inଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ର- ବେଙ୍ଗଲ ଫାଇନାଲ ମୁକାବିଲା

ରାଜକୋଟ,୮।୩(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) ଷ୍ଟାଡିୟମରେ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। ଟାଇଟଲ ପାଇଁ ଘରୋଇ ସୌରାଷ୍ଟ୍ର ଓ ବେଙ୍ଗଲ ପରସ୍ପରକୁ ଭେଟିବେ। ଜୟଦେବ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ଘରୋଇ ପରିବେଶରୁ ଫାଇଦା ଉଠାଇ ପୁଣି ଥରେ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଅନ୍ୟପଟେ ୧୩ ବର୍ଷ ପରେ ବେଙ୍ଗଲ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିବାରୁ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ।
ଗତ ୮ଟି ସେସନରେ ସୌରାଷ୍ଟ୍ର ଚତୁର୍ଥଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଶେଷଥର ପାଇଁ ଦୁଇ ଦଶନ୍ଧି ପୂର୍ବରୁ ବେଙ୍ଗଲ ୨୦୧୮୯- ୯୦ରେ ରଣଜୀ ଟ୍ରଫି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ସେମିଫାଇନାଲରେ ଅଭିମନ୍ୟୁ ଇଶ୍ୱରନଙ୍କ ନେତୃତ୍ୱରେ ବେଙ୍ଗଲ୍‌ ଶକ୍ତିଶାଳୀ କର୍ନାଟକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ସୌରାଷ୍ଟ୍ର ଗୁଜୁରାଟକୁ ଏହି ଏସ୍‌ସିଏ ଗ୍ରାଉଣ୍ଡରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।
ଟେଷ୍ଟ ସ୍ପୋଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଯଥାକ୍ରମେ ସୌରାଷ୍ଟ୍ର ଓ ବେଙ୍ଗଲ ଦଳରେ ଯୋଗ ଦେବେ। ନ୍ୟୁଜିଲାଣ୍ଡ ଗସ୍ତରୁ ଫେରିବା ପରେ ଏହି ଦୁଇ କ୍ରିକେଟର ନିଜ ଘରୋଇ ଦଳ ତରଫରୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳିବେ। ସେମିଫାଇନାଲରେ ପୂଜରା ଦ୍ୱାଦଶ ଖେଳାଳିଭାବେ ସୌରାଷ୍ଟ୍ର ଦଳରେ ସାମିଲ ହୋଇଥିଲେ। ପୂଜାର ଦଳରେ ଯୋଗ ଦେବ ପରେ ସୌରାଷ୍ଟ୍ର ଦଳ ଆହୁରୀ ଶକ୍ତିଶାଳୀ ହୋଇପାରିବ। ଉନାଡକଟ ଚଳିତ ସେସନରେ ଦମ୍‌ଦାର ପ୍ରଦର୍ଶନ କରି ୧୨.୧୭ ରନ ହାରରେ ୬୫ଟି ଉଇକେଟ ହାସଲ କରିଛନ୍ତି। ଆଉ ୩ଟି ଉଇକେଟ ହାସଲ କଲେ ସେ ସର୍ବକାଳୀନ ରେକର୍ଡ (୬୮ ଉଇକେଟ)ର ସମକକ୍ଷ ହେବେ। ଗତ ସେସନରେ ବିହାର ସ୍ପିନର ଆଶୁତୋଷ ଅମନ ୬୮ ଟି ଉଇକେଟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ।
ବାମହାତୀ ଦ୍ରୁତ ବୋଲର ଉନାଡ଼କଟ ୭ ଉଇକେଟ ହାସଲ କରି ଦଳକୁ ସେମିରେ ବିଜୟୀ କରାଇଥିଲେ। ଦମ୍‌ଦାର ପ୍ରଦର୍ଶନ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭଲ ବୋଲିଂ କରିବାର ସହିତ ସେ ମଧ୍ୟ ଦଳକୁ ଦୃଷ୍ଟାନ୍ତମୂଳକ ନେତୃତ୍ୱ ପ୍ରଦାନ କରିଛନ୍ତି। ବୋଲିଂରେ ମଧ୍ୟ ସେ ଆଗକୁ ବାହାରି ନେତୃତ୍ୱ ପ୍ରଦାନ କରି ଦଳର ପ୍ରଦର୍ଶନକୁ ଶାଣିତ କରିଛନ୍ତି। ପୂଜାରାଙ୍କୁ ବାଦ୍‌ ଦେଲେ ଦଳର ସର୍ବାଧିକ ରନ୍‌ ସ୍କୋରର ଶେଲଡନ ଜ୍ୟାକସନ ବ୍ୟାଟିଂରେ ଗୁରୁ ଦାୟିତ୍ୱ ବହନ କରିବେ ବୋଲି ଆଶା କରାଯାଉଛି।
ବେଙ୍ଗଲର ପେସ୍‌ ଆଟାକ ନେଇ ସୌରାଷ୍ଟ୍ର ସାମାନ୍ୟ ଚିନ୍ତିତ ରହିଛି। ଦମ୍‌ଦାର ଦ୍ରୁତ ବୋଲିଂ ସହାୟତାରେ ସେମିଫାଇନାଲରେ ବେଙ୍ଗଲ ୮ଥର ଚାମ୍ପିୟନ କର୍ନାଟକକୁ ପରାସ୍ତ କରିଥିଲା। ୩ ଦ୍ରୁତ ବୋଲର ଇଶାନ ପୋରେଲ, ମୁକେଶ କୁମାର ଓ ଆକାଶ ଦୀପ୍‌ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଦଳ ତରଫରୁ ୩୦ଟି ଉଇକେଟ ହାସଲ କରିଛନ୍ତି। ଅବଶ୍ୟ ଆକାଶ ଦୀପ ଓ ମୁକେଶ କୁମାର ମଧ୍ୟ ଏପର୍ଯ୍ୟନ୍ତ ସମାନ ସଂଖ୍ୟାକ ଉଇକେଟ ପାଇଛନ୍ତି। ବେଙ୍ଗଲର ବ୍ୟାଟିଂ ବିଭାଗ ମଧ୍ୟ ବେଶ୍‌ ଦୃଢ଼ ମନେ ହେଉଛି। ଅଭିଜ୍ଞ ମନୋଜ ତିଓ୍ବାରୀ ୧୦ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୬୭୨ ରନ ସଂଗ୍ରହ କରି ଦଳର ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ବ୍ୟାଟିଂରେ ତିଓ୍ବାରୀ ବେଙ୍ଗଲର ନେତୃତ୍ୱ ନେବେ। ଦଳରେ ରିଦ୍ଧିମାନ ଯୋଗ ଦେବା ପରେ ବେଙ୍ଗଲ ବ୍ୟାଟିଂ ଆହୁରି ଦୃଢ ହେବ ବୋଲି ଆଶା କରାଯାଉଛି। ହେଡ୍‌ କୋଚ୍‌ ତଥା ପୂର୍ବତନ ଅଲରାଉଣ୍ଡର ଅରୁଣ ଲାଲ ମଧ୍ୟ ବେଙ୍ଗଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ମୋଟ ଉପରେ ରଣଜୀ ଟ୍ରଫିର ଏହି ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ସୌରାଷ୍ଟ୍ର ଦଳ: ଜୟଦେବ ଉନାଡକଟ (ଅଧିନାୟକ), ଚେତେଶ୍ୱର ପୂଜାରା, ଚିରାଗ ଜାନୀ, କମଳେଶ ମାକଭାନା, ଶେଲଡନ ଜ୍ୟାକ୍‌ସନ, ଅର୍ପିତ ଭାସଭାଡା, କୁଶଙ୍ଗ ପଟେଲ, ଧର୍ମେନ୍ଦ୍ରସିନ ଜାଡେଜା, ଅଭି ବାରୋଟ, ଦିବ୍ୟାରାଜ ଚୌହାନ, ସ୍ନେନ ପଟେଲ, ଭନ୍ଦିତ ଜିଭରାଜାନୀ, ସମର୍ଥ ବ୍ୟାସ, ପ୍ରେରକ ମଙ୍କଡ, ଜୟ ଚୌହାନ, ହାର୍ଭିକ ଦେଶାଇ (ଉଇକେଟକିପର), କିଶାନ ପରମାର, ବିଶଭରାଜ ଜାଡେଜା, ଚେତନ ସାକାରିୟା ଓ ପାର୍ଥ ଭୁଟ୍‌।
ବେଙ୍ଗଲ ଦଳ: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ମନୋଜ ତିଓ୍ବାରୀ, ରିଦ୍ଧିମାନ ଶାହ, ଅଶୋକ ଡିଣ୍ଡା, ଶ୍ରୀବତ୍ସ ଗୋସ୍ବାମୀ, ଅନୁସ୍ତୁପ ମଜୁମ୍‌ଦାର, ଅର୍ନବ ନନ୍ଦୀ, ସୁଦୀପ ଚାଟାର୍ଜୀ, ରିତ୍ତିକ ଚାଟାର୍ଜୀ, କୌଶିକ ଘୋଷ, ଇଶାନ ପୋରେଲ, ନୀଳକାନ୍ତ ଦାସ, ଅଗ୍ନୀଭ ପାନ, ଆୟାନ ଭଟ୍ଟାଚାର୍ଜୀ, ଅଭିଷେକ ରମନ, ବୋଡୁପାଲି ଅମିତ୍‌, ରିତ୍ତ୍ୱିକ ଚୌଧୁରୀ, ପ୍ରୟାସ ବର୍ମନ, ଶାହାବାଜ ଅହମ୍ମଦ, କରନ ଲାଲ, ଆକାଶ ଦୀପ, ଶ୍ରେୟାନ ଚକ୍ରବର୍ତ୍ତୀ, କାଜି ସୈଫି ଓ ରମେଶ ପ୍ରସାଦ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ରାଜକୋଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri