Posted inଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ର- ବେଙ୍ଗଲ ଫାଇନାଲ ମୁକାବିଲା

ରାଜକୋଟ,୮।୩(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) ଷ୍ଟାଡିୟମରେ ଦେଶର ସର୍ବବୃହତ୍‌ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ୍‌ ସୋମବାରଠାରୁ ଆରମ୍ଭ ହେବ। ଟାଇଟଲ ପାଇଁ ଘରୋଇ ସୌରାଷ୍ଟ୍ର ଓ ବେଙ୍ଗଲ ପରସ୍ପରକୁ ଭେଟିବେ। ଜୟଦେବ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ଘରୋଇ ପରିବେଶରୁ ଫାଇଦା ଉଠାଇ ପୁଣି ଥରେ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଅନ୍ୟପଟେ ୧୩ ବର୍ଷ ପରେ ବେଙ୍ଗଲ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିବାରୁ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ।
ଗତ ୮ଟି ସେସନରେ ସୌରାଷ୍ଟ୍ର ଚତୁର୍ଥଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଶେଷଥର ପାଇଁ ଦୁଇ ଦଶନ୍ଧି ପୂର୍ବରୁ ବେଙ୍ଗଲ ୨୦୧୮୯- ୯୦ରେ ରଣଜୀ ଟ୍ରଫି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ସେମିଫାଇନାଲରେ ଅଭିମନ୍ୟୁ ଇଶ୍ୱରନଙ୍କ ନେତୃତ୍ୱରେ ବେଙ୍ଗଲ୍‌ ଶକ୍ତିଶାଳୀ କର୍ନାଟକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ସୌରାଷ୍ଟ୍ର ଗୁଜୁରାଟକୁ ଏହି ଏସ୍‌ସିଏ ଗ୍ରାଉଣ୍ଡରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲା।
ଟେଷ୍ଟ ସ୍ପୋଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଯଥାକ୍ରମେ ସୌରାଷ୍ଟ୍ର ଓ ବେଙ୍ଗଲ ଦଳରେ ଯୋଗ ଦେବେ। ନ୍ୟୁଜିଲାଣ୍ଡ ଗସ୍ତରୁ ଫେରିବା ପରେ ଏହି ଦୁଇ କ୍ରିକେଟର ନିଜ ଘରୋଇ ଦଳ ତରଫରୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳିବେ। ସେମିଫାଇନାଲରେ ପୂଜରା ଦ୍ୱାଦଶ ଖେଳାଳିଭାବେ ସୌରାଷ୍ଟ୍ର ଦଳରେ ସାମିଲ ହୋଇଥିଲେ। ପୂଜାର ଦଳରେ ଯୋଗ ଦେବ ପରେ ସୌରାଷ୍ଟ୍ର ଦଳ ଆହୁରୀ ଶକ୍ତିଶାଳୀ ହୋଇପାରିବ। ଉନାଡକଟ ଚଳିତ ସେସନରେ ଦମ୍‌ଦାର ପ୍ରଦର୍ଶନ କରି ୧୨.୧୭ ରନ ହାରରେ ୬୫ଟି ଉଇକେଟ ହାସଲ କରିଛନ୍ତି। ଆଉ ୩ଟି ଉଇକେଟ ହାସଲ କଲେ ସେ ସର୍ବକାଳୀନ ରେକର୍ଡ (୬୮ ଉଇକେଟ)ର ସମକକ୍ଷ ହେବେ। ଗତ ସେସନରେ ବିହାର ସ୍ପିନର ଆଶୁତୋଷ ଅମନ ୬୮ ଟି ଉଇକେଟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ।
ବାମହାତୀ ଦ୍ରୁତ ବୋଲର ଉନାଡ଼କଟ ୭ ଉଇକେଟ ହାସଲ କରି ଦଳକୁ ସେମିରେ ବିଜୟୀ କରାଇଥିଲେ। ଦମ୍‌ଦାର ପ୍ରଦର୍ଶନ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭଲ ବୋଲିଂ କରିବାର ସହିତ ସେ ମଧ୍ୟ ଦଳକୁ ଦୃଷ୍ଟାନ୍ତମୂଳକ ନେତୃତ୍ୱ ପ୍ରଦାନ କରିଛନ୍ତି। ବୋଲିଂରେ ମଧ୍ୟ ସେ ଆଗକୁ ବାହାରି ନେତୃତ୍ୱ ପ୍ରଦାନ କରି ଦଳର ପ୍ରଦର୍ଶନକୁ ଶାଣିତ କରିଛନ୍ତି। ପୂଜାରାଙ୍କୁ ବାଦ୍‌ ଦେଲେ ଦଳର ସର୍ବାଧିକ ରନ୍‌ ସ୍କୋରର ଶେଲଡନ ଜ୍ୟାକସନ ବ୍ୟାଟିଂରେ ଗୁରୁ ଦାୟିତ୍ୱ ବହନ କରିବେ ବୋଲି ଆଶା କରାଯାଉଛି।
ବେଙ୍ଗଲର ପେସ୍‌ ଆଟାକ ନେଇ ସୌରାଷ୍ଟ୍ର ସାମାନ୍ୟ ଚିନ୍ତିତ ରହିଛି। ଦମ୍‌ଦାର ଦ୍ରୁତ ବୋଲିଂ ସହାୟତାରେ ସେମିଫାଇନାଲରେ ବେଙ୍ଗଲ ୮ଥର ଚାମ୍ପିୟନ କର୍ନାଟକକୁ ପରାସ୍ତ କରିଥିଲା। ୩ ଦ୍ରୁତ ବୋଲର ଇଶାନ ପୋରେଲ, ମୁକେଶ କୁମାର ଓ ଆକାଶ ଦୀପ୍‌ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଦଳ ତରଫରୁ ୩୦ଟି ଉଇକେଟ ହାସଲ କରିଛନ୍ତି। ଅବଶ୍ୟ ଆକାଶ ଦୀପ ଓ ମୁକେଶ କୁମାର ମଧ୍ୟ ଏପର୍ଯ୍ୟନ୍ତ ସମାନ ସଂଖ୍ୟାକ ଉଇକେଟ ପାଇଛନ୍ତି। ବେଙ୍ଗଲର ବ୍ୟାଟିଂ ବିଭାଗ ମଧ୍ୟ ବେଶ୍‌ ଦୃଢ଼ ମନେ ହେଉଛି। ଅଭିଜ୍ଞ ମନୋଜ ତିଓ୍ବାରୀ ୧୦ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୬୭୨ ରନ ସଂଗ୍ରହ କରି ଦଳର ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ବ୍ୟାଟିଂରେ ତିଓ୍ବାରୀ ବେଙ୍ଗଲର ନେତୃତ୍ୱ ନେବେ। ଦଳରେ ରିଦ୍ଧିମାନ ଯୋଗ ଦେବା ପରେ ବେଙ୍ଗଲ ବ୍ୟାଟିଂ ଆହୁରି ଦୃଢ ହେବ ବୋଲି ଆଶା କରାଯାଉଛି। ହେଡ୍‌ କୋଚ୍‌ ତଥା ପୂର୍ବତନ ଅଲରାଉଣ୍ଡର ଅରୁଣ ଲାଲ ମଧ୍ୟ ବେଙ୍ଗଲ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ମୋଟ ଉପରେ ରଣଜୀ ଟ୍ରଫିର ଏହି ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ସୌରାଷ୍ଟ୍ର ଦଳ: ଜୟଦେବ ଉନାଡକଟ (ଅଧିନାୟକ), ଚେତେଶ୍ୱର ପୂଜାରା, ଚିରାଗ ଜାନୀ, କମଳେଶ ମାକଭାନା, ଶେଲଡନ ଜ୍ୟାକ୍‌ସନ, ଅର୍ପିତ ଭାସଭାଡା, କୁଶଙ୍ଗ ପଟେଲ, ଧର୍ମେନ୍ଦ୍ରସିନ ଜାଡେଜା, ଅଭି ବାରୋଟ, ଦିବ୍ୟାରାଜ ଚୌହାନ, ସ୍ନେନ ପଟେଲ, ଭନ୍ଦିତ ଜିଭରାଜାନୀ, ସମର୍ଥ ବ୍ୟାସ, ପ୍ରେରକ ମଙ୍କଡ, ଜୟ ଚୌହାନ, ହାର୍ଭିକ ଦେଶାଇ (ଉଇକେଟକିପର), କିଶାନ ପରମାର, ବିଶଭରାଜ ଜାଡେଜା, ଚେତନ ସାକାରିୟା ଓ ପାର୍ଥ ଭୁଟ୍‌।
ବେଙ୍ଗଲ ଦଳ: ଅଭିମନ୍ୟୁ ଈଶ୍ୱରନ (ଅଧିନାୟକ), ମନୋଜ ତିଓ୍ବାରୀ, ରିଦ୍ଧିମାନ ଶାହ, ଅଶୋକ ଡିଣ୍ଡା, ଶ୍ରୀବତ୍ସ ଗୋସ୍ବାମୀ, ଅନୁସ୍ତୁପ ମଜୁମ୍‌ଦାର, ଅର୍ନବ ନନ୍ଦୀ, ସୁଦୀପ ଚାଟାର୍ଜୀ, ରିତ୍ତିକ ଚାଟାର୍ଜୀ, କୌଶିକ ଘୋଷ, ଇଶାନ ପୋରେଲ, ନୀଳକାନ୍ତ ଦାସ, ଅଗ୍ନୀଭ ପାନ, ଆୟାନ ଭଟ୍ଟାଚାର୍ଜୀ, ଅଭିଷେକ ରମନ, ବୋଡୁପାଲି ଅମିତ୍‌, ରିତ୍ତ୍ୱିକ ଚୌଧୁରୀ, ପ୍ରୟାସ ବର୍ମନ, ଶାହାବାଜ ଅହମ୍ମଦ, କରନ ଲାଲ, ଆକାଶ ଦୀପ, ଶ୍ରେୟାନ ଚକ୍ରବର୍ତ୍ତୀ, କାଜି ସୈଫି ଓ ରମେଶ ପ୍ରସାଦ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ରାଜକୋଟ


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri