ରଙ୍ଗ୍‌ ସାଇଡ୍‌ରୁ ୮୦ ଗାଡ଼ି ଉଠାଇନେଲା ପୋଲିସ

ଭୁବନେଶ୍ୱର,୭।୨(ବ୍ୟୁରେ): ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ରାଜଧାନୀରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସହରର କେତେକ ସ୍ଥାନରେ ଟାୟାର କିଲର ବା ସ୍ପାଇକ୍‌ ବ୍ୟାରିୟର ଲଗାଯିବାକୁ ବୁଧବାର କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହାକୁ ମାର୍ଚ୍ଚ ୧ରୁ କାର୍ଯ୍ୟକାରୀ କରାଯିବାର ଥିବାବେଳେ ଗୁରୁବାରଠାରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରର ୯ ପ୍ରମୁଖ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯାଇ ରଙ୍ଗ୍‌ ସାଇଡ୍‌ରେ ଯାଉଥିବା ଗାଡି ଚାଳକଙ୍କୁ ଧରାଯାଇଛି। ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟ, ଜାଗମରା, ରାଜମହଲ ଛକ, ତନିସ୍କ କଟ୍‌, ଫାୟାର ଷ୍ଟେଶନ, କୋଏଲ କ୍ୟାମ୍ପସ, ଡମଣା, ଗଙ୍ଗନଗର ଓ ବାଣୀବିହାର ଛକରେ ଯାଞ୍ଚ କରାଯାଇ ୮୦ ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ିଗୁଡିକୁ ପୋଲିସ ଏକ ଭ୍ୟାନ୍‌ ଦ୍ୱାରା ଏଜି ଛକସ୍ଥିତ ଟ୍ରାଫିକ ଥାନାକୁ ନେଇଥିଲା। ସେଠାରେ ଗାଡ଼ି ମାଲିକ ଓ ଚାଳକ ପହଞ୍ଚତ୍ବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ନୂଆ ମୋଟର ଯାନ ଆଇନ ଧାରା ୧୮୪(ଇ)ଏମ୍‌ଭି ଆକ୍ଟ ଅନୁଯାୟୀ ସିଆର୍‌ପିସି ୧୫୫ରେ କୋର୍ଟକୁ ପ୍ରୋସିକ୍ୟୁଶନ ରିପୋର୍ଟ ପଠାଯାଇଛି। କୋର୍ଟରେ ଏହି ମାମଲା ଚାଲିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରୁ ଲୋକେ ସେମାନଙ୍କ ଗାଡ଼ିକୁ ମୁକୁଳାଇ ନେବେ। ତେବେ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବ।
ସୂଚନାଯୋଗ୍ୟ, ରାଜଧାନୀରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ରଙ୍ଗ ସାଇଡ୍‌ ଗାଡି ଚାଳନା ହେଉଥିବାବେଳେ ଅତି ବିପଜ୍ଜନକ ଥିବା ୩୨ ସ୍ଥାନ ଉପରେ ଏବେ କମିଶନରେଟ ପୋଲିସର ଫୋକସ୍‌ ରହିଛି। ଅନ୍ୟପକ୍ଷରେ ରାଜଧାନୀରେ ପ୍ରଥମକରି ପରୀକ୍ଷାମୂଳକ ଭାବେ ଏସ୍‌ପ୍ଲାନେଡ୍‌ ସମ୍ମୁଖ ଓ ବମିଖାଲ ଓଭରବ୍ରିଜ୍‌ ଆରମ୍ଭ ୨ ପାର୍ଶ୍ୱରେ ଟାୟାର କିଲ୍‌ର ଲଗାଯିବ। ଏନେଇ ଗୁରୁବାର ଟ୍ରାଫିକ ଏସିପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବ୍ୟବସ୍ଥା ସଂକ୍ରାନ୍ତରେ ପୋଲିସ କମିଶନର ଷଡ଼ଙ୍ଗୀ ଚୂଡାନ୍ତ ରିପୋର୍ଟ ପୂର୍ତ୍ତ ବିଭାଗକୁ ପଠାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

ଗଛକୁ ପିଟିଲା ବରଯାତ୍ରୀ ବସ୍‌: ବର-କନ୍ୟା ସମେତ…

ସିମୁଳିଆ, ୧୫।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧ କିମି. ଦୂର ୧୬ନଂ ଜାତୀୟ ରାଜପଥର କଣିଆରି ଛକ ନିକଟରେ ବରଯାତ୍ରୀ ମିନି ବସ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri