ରଙ୍ଗ୍‌ ସାଇଡ୍‌ରୁ ୮୦ ଗାଡ଼ି ଉଠାଇନେଲା ପୋଲିସ

ଭୁବନେଶ୍ୱର,୭।୨(ବ୍ୟୁରେ): ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ରାଜଧାନୀରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବା ପାଇଁ ସହରର କେତେକ ସ୍ଥାନରେ ଟାୟାର କିଲର ବା ସ୍ପାଇକ୍‌ ବ୍ୟାରିୟର ଲଗାଯିବାକୁ ବୁଧବାର କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହାକୁ ମାର୍ଚ୍ଚ ୧ରୁ କାର୍ଯ୍ୟକାରୀ କରାଯିବାର ଥିବାବେଳେ ଗୁରୁବାରଠାରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରର ୯ ପ୍ରମୁଖ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯାଇ ରଙ୍ଗ୍‌ ସାଇଡ୍‌ରେ ଯାଉଥିବା ଗାଡି ଚାଳକଙ୍କୁ ଧରାଯାଇଛି। ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟ, ଜାଗମରା, ରାଜମହଲ ଛକ, ତନିସ୍କ କଟ୍‌, ଫାୟାର ଷ୍ଟେଶନ, କୋଏଲ କ୍ୟାମ୍ପସ, ଡମଣା, ଗଙ୍ଗନଗର ଓ ବାଣୀବିହାର ଛକରେ ଯାଞ୍ଚ କରାଯାଇ ୮୦ ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ିଗୁଡିକୁ ପୋଲିସ ଏକ ଭ୍ୟାନ୍‌ ଦ୍ୱାରା ଏଜି ଛକସ୍ଥିତ ଟ୍ରାଫିକ ଥାନାକୁ ନେଇଥିଲା। ସେଠାରେ ଗାଡ଼ି ମାଲିକ ଓ ଚାଳକ ପହଞ୍ଚତ୍ବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ନୂଆ ମୋଟର ଯାନ ଆଇନ ଧାରା ୧୮୪(ଇ)ଏମ୍‌ଭି ଆକ୍ଟ ଅନୁଯାୟୀ ସିଆର୍‌ପିସି ୧୫୫ରେ କୋର୍ଟକୁ ପ୍ରୋସିକ୍ୟୁଶନ ରିପୋର୍ଟ ପଠାଯାଇଛି। କୋର୍ଟରେ ଏହି ମାମଲା ଚାଲିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରୁ ଲୋକେ ସେମାନଙ୍କ ଗାଡ଼ିକୁ ମୁକୁଳାଇ ନେବେ। ତେବେ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯିବ।
ସୂଚନାଯୋଗ୍ୟ, ରାଜଧାନୀରେ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ରଙ୍ଗ ସାଇଡ୍‌ ଗାଡି ଚାଳନା ହେଉଥିବାବେଳେ ଅତି ବିପଜ୍ଜନକ ଥିବା ୩୨ ସ୍ଥାନ ଉପରେ ଏବେ କମିଶନରେଟ ପୋଲିସର ଫୋକସ୍‌ ରହିଛି। ଅନ୍ୟପକ୍ଷରେ ରାଜଧାନୀରେ ପ୍ରଥମକରି ପରୀକ୍ଷାମୂଳକ ଭାବେ ଏସ୍‌ପ୍ଲାନେଡ୍‌ ସମ୍ମୁଖ ଓ ବମିଖାଲ ଓଭରବ୍ରିଜ୍‌ ଆରମ୍ଭ ୨ ପାର୍ଶ୍ୱରେ ଟାୟାର କିଲ୍‌ର ଲଗାଯିବ। ଏନେଇ ଗୁରୁବାର ଟ୍ରାଫିକ ଏସିପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତରେ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବ୍ୟବସ୍ଥା ସଂକ୍ରାନ୍ତରେ ପୋଲିସ କମିଶନର ଷଡ଼ଙ୍ଗୀ ଚୂଡାନ୍ତ ରିପୋର୍ଟ ପୂର୍ତ୍ତ ବିଭାଗକୁ ପଠାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri