ସୂଚନା ଅଧିକାର କର୍ମୀ ହତ୍ୟା ଘଟଣାରେ ନେତାଙ୍କ ଚାପ

ଭୁବନେଶ୍ୱର,୭।୨(ବ୍ୟୁରେ): କେନ୍ଦ୍ରାପଡା ଜିଲା ମାର୍ଶାଘାଇରେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ରାଜନେତାଙ୍କ ଚାପରେ ସ୍ଥାନୀୟ ପୋଲିସ ଉପଯୁକ୍ତ ତଦନ୍ତ କରୁନାହିଁ ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ସଂଘ (ଓସା) ଅଭିଯୋଗ କରିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମୃତ ରଞ୍ଜନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ସଂଘ। ଅପରପକ୍ଷରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମାତାପିତା ଅସହାୟ ହୋଇପଡିଛନ୍ତି। ମା ଶଯ୍ୟାଶାୟୀ ଓ ବାପା କାମ କରିବାକୁ ଅକ୍ଷମ। ତେଣୁ ସରକାର ୧୦ ଲକ୍ଷ ଟଙ୍କା ପ୍ରାଥମିକ କ୍ଷତିପୂରଣ ପ୍ରଦାନ ଲାଗି ଦାବି କରିଛନ୍ତି ସଂଘର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ।
ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା, ଜିତେନ୍ଦ୍ର ପ୍ରମୁଖ କହିଛନ୍ତି, ରଞ୍ଜନ ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରିୟ ସଦସ୍ୟ ଓ କେନ୍ଦ୍ରାପଡା ଜିଲାର ଆବାହକ ଥିଲେ। ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ରଞ୍ଜନ ସରକାରୀ ଯୋଜନାକୁ କ୍ରିୟାଶୀଳ ଓ ସ୍ବଚ୍ଛତା ଆଡକୁ ନେବାରେ ସହାୟତା କରୁଥିଲେ। ଅନେକ ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାଶ କରିଥିଲେ। ଭିତରକନିକାରେ ବେଆଇନ ନିର୍ମାଣ, ବେଆଇନ ଚିଙ୍ଗୁଡି ଘେରି ଆଦିକୁ ବିରୋଧ କରି ଆନ୍ଦୋଳନ ଜାରି ରଖିବା ସହ ଲୋକାୟୁକ୍ତଙ୍କ ନିକଟରେ କେସ୍‌ ମଧ୍ୟ ରୁଜୁ କରିଥିଲେ। କିନ୍ତୁ ସ୍ବାର୍ଥରେ ଆଞ୍ଚ ଆସିବାରୁ ରାଜନେତା, ପ୍ରଶାସନିକ ଅଧିକାରୀ ଓ ଅସାମଜିକ ଗୋଷ୍ଠୀ ତାଙ୍କୁ ହତ୍ୟା କରିଛନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗତ ଡିସେମ୍ବର ୧୧ରେ ରଞ୍ଜନ ପାଟକୁରା ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଗତ ୧ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ସେତେବେଳେ ମଧ୍ୟ ସ୍ଥାନୀୟ ଲୋକେ, ପରିବାର ଓ ସଂଘ ସଦସ୍ୟମାନେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ରଞ୍ଜନଙ୍କ ସମ୍ପର୍କୀୟ ବଳରାମ ଦାସଙ୍କ ଏତଲା ଅନୁସାରେ ପୋଲିସ କେସ୍‌ ନଂ.୨୪/୨୦୨୦ ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଘଟଣାର ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଠିକ୍‌ ଭାବେ ତଦନ୍ତ ନ କରି ଚୁପ୍‌ ବସିଛି। ଏ ସଂକ୍ରାନ୍ତରେ ସଂଘ ଜାତୀୟ ଅନୁସୂଚିତ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ସମ୍ବେଦନଶୀଳ ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିବା ରାଜ୍ୟ ଆବାହକ ପ୍ରଦାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri