ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ଅଭିଯୋଗ ଆଣିଲେ ବାପଘର ଲୋକେ

ଆଳି, ୨୫।୯ (ଡି.ଏନ୍‌.ଏ.):ଆଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ବେଣୁଧର ସ୍ବାଇଁ ବୋହୂ ସୁନୀତା ନାୟକ(୨୮)ଙ୍କୁ ଶାଶୂଘର ଲୋକେ ଯୌତୁକ ପାଇଁ ହତ୍ୟା କରିଛନ୍ତି। ଏ ନେଇ ମଙ୍ଗଳବାର ସୁନୀତାଙ୍କ ଭାଇ ବିଲିକଣା ଗ୍ରାମର ଅମର ନାୟକ ଥାନାରେ ଅଭିଯାଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୮ ଜୁଲାଇ ୧୫ରେ ସୁନୀତା ନରେନ୍ଦ୍ରପୁରର ବେଣୁଧରଙ୍କ ପୁଅ ଚିତ୍ତରଞ୍ଜନଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବାହାଘର ମାସକ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିବା ବେଳେ ଏହାପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ସୁନୀତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତାଙ୍କ ବାପଘର ଲୋକେ ଏ ସମ୍ପର୍କରେ ଜାଣିବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଅପୋସ ସମାଧାନ କରାଯାଇଥିଲା। ମାତ୍ର ସ୍ବାମୀଙ୍କ ସମେତ ଶାଶୁ, ଶ୍ୱଶୁର, ନଣନ୍ଦ ଓ ଦିଅର ତାଙ୍କୁ ନିର୍ଯାତନା ଦେଉଥିଲେ। ଦୁଇ ଦିନ ତଳେ ଶାଶୁଘର ଲୋକେ ତାଙ୍କୁ ମାଡ଼ ମାରିଥିବା ନେଇ ସେ ବାପଘରକୁ ଜଣାଇଥିଲେ। ହେଲେ ମଙ୍ଗଳବାର ସକାଳେ ସେ ଶୌଚ ହେବାକୁ ଯାଇ ଫେରି ନ ଥିବା ସମ୍ପର୍କରେ ଶାଶୁଘର ଲୋକେ ଫୋନ୍‌ ଯୋଗେ ଜଣାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ବ୍ରାହ୍ମଣୀ ନଦୀରୁ ସୁନୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଶାଶୁଘର ଲୋକେ ସୁନିତାଙ୍କୁ ମାରି ନଦୀରେ ଫୋପାଡ଼ି ଦେଇଥିବା ଅମର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୧୬୪/୧୯ ନଂ.ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସଲିଲ କୁମାର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri