ଯୁବ ଉଦ୍ୟୋଗୀ ସମ୍ମାନ ପାଇବେ ପ୍ରତୀକ

ବାଲେଶ୍ୱର ଅଫିସ,୨୩୨।୯:ବାଲେଶ୍ୱର ହାଇଲାଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରତୀକ ଜେନା ପାଇବେ ଯୁବ ଉଦ୍ୟୋଗୀ ସମ୍ମାନ। ଗତ ୨ବର୍ଷ ଭିତରେ ୪ଶହ କୋଟି ଟଙ୍କାର ରପ୍ତାନୀ କରି ଭାରତ ପାଇଁ ଯୁବ ବ୍ୟବସାୟୀ ଭାବେ ସେ ଗୌରବ ଆଣିଛନ୍ତି। ଭାରତର ସି ଫୁଡ୍‌ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୧୦ ଷ୍ଟାର୍ଟଅପ୍‌ କମ୍ପାନୀ ଭିତରେ ସେ ସ୍ଥାନ ପାଇଛନ୍ତି। ସେଥିପାଇଁ ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ‘ଦ ୟଙ୍ଗ ଚେଞ୍ଜ ମେକର’ ସମ୍ମିଳନୀ ଓ ସମ୍ମାନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଯେ, ପ୍ରତୀକ ବାଲେଶ୍ୱରର ପୂର୍ବତନ ଏମ୍‌ପି ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଓ ସମାଜସେବୀ ସୁବାସିନୀ ଜେନାଙ୍କ ପୁତ୍ର ଅଟନ୍ତି। ଗତ ଜାନୁଆରୀ ମାସରେ ‘ଏ ଟ୍ରେଣ୍ଡସେଟର ଇନ ଦ ସିଫୁଡ ପ୍ରୋସେସିଂ କଲଚର’ ପାଇଁ ‘ଆଉଟ ଲୁକ୍‌’ ପତ୍ରିକାର କଭର ପେଜରେ ସ୍ଥାନରେ ପାଇଥିଲେ ପ୍ରତୀକ। ପିଲାବେଳୁ ପ୍ରତୀକ ବ୍ୟବସାୟ ପ୍ରତି ଆକୃଷ୍ଟ ହୋଇଥିଲେ। ପାଠ ପଢୁଥିଲା ବେଳେ ହେଲଥ କ୍ଲବ କରିବା ସହ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବ୍ୟବସାୟରେ ମନୋନିବେଶ କରିଥିଲେ। ଏବେ ମେରାଇନ୍‌ ବ୍ୟବସାୟରେ ଲିପ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଞ୍ଚଳିକ ତାଏକୋଣ୍ଡୋ ପ୍ରତିଯୋଗିତା; କଳାହାଣ୍ଡି ପ୍ରତିଯୋଗୀଙ୍କ ସଫଳତା, ଛୁଟୁଛି ଶୁଭେଚ୍ଛା

ଭବାନୀପାଟଣା, ୨।୯ (ଉତ୍ତମ କୁମାର ଦାଶ ): ଆନ୍ଧ୍ରପ୍ରଦେଶ କାକିନାଡାର ଦ୍ରୋଣଇନ୍‌ଡୋର ଷ୍ଟାଡିୟମରେ ୩ଦିନ ଧରି ୨୧ତମ ଦକ୍ଷିଣ-ପଶ୍ଚିମ ଭାରତୀୟ ଆଞ୍ଚଳିକ ତାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri