ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା କରନ୍ତି ଯେ, ରାତି ଅନିଦ୍ରା ହେଇ ଯାତ୍ରା ଦେଖିବାକୁ ଆସୁଥିବା ଜଣେ ବି ଦର୍ଶକ ନିରାଶ ନ ହୁଅନ୍ତୁ। ଏମାନେ ହେଉଛନ୍ତି ‘ରଙ୍ଗମହଲ’ର ପ୍ରଯୋଜକ ସତ୍ୟ ଜେନା ଏବଂ ଯାତ୍ରା ଜଗତର ଲୋକପ୍ରିୟ ପରିଚାଳକ ବଙ୍କିମ୍‌ ସ୍ବାଇଁ। କୌତୂହଳର ବିଷୟ ଦୁଇଜଣଙ୍କର ଚିନ୍ତାଧାରା ସମାନ। ତାହା ହେଉଛି : ଯାତ୍ରା ବଞ୍ଚୁ। ଆମ ସଂସ୍କୃତି ବଞ୍ଚୁ। ଆମ କଳାକାର ବଞ୍ଚନ୍ତୁ। ଆମର ଦର୍ଶକ ଭଗବାନ ଖୁସିମନରେ ଘରକୁ ଫେରନ୍ତୁ।
ଭଲ କାହାଣୀ – ଭଲ ନାଟକ : ଉଭୟ ସତ୍ୟବାବୁ ଓ ବଙ୍କିମ୍‌ବାବୁ ଏକ ସ୍ବରରେ କହନ୍ତି ଯେ, ଭଲ କାହାଣୀ ହେଲେ ଭଲ ନାଟକ ହେବ। ଆଉ ଭଲ ନାଟକ ହେଲେ ଯାତ୍ରା ସଂସ୍କୃତି ବଞ୍ଚତ୍ବ। ସେଥିଲାଗି ଏମାନେ ଚଳିତବର୍ଷ ପାଇଁ କାହାଣୀ ଉପରେ ଗୁରୁତ୍ୱ ଦେଇଛନ୍ତି। ନିଜନିଜର ଅନୁଷ୍ଠାନ ପାଇଁ ପ୍ରାଥମିକତା ଭିତ୍ତିରେ ଭଲ ନାଟକ ଚୟନ କରିଛନ୍ତି। ଉଭୟେ ଏଥର ଚାରିଗୋଟି ଲେଖାଏ ନୂଆ ନାଟକକୁ ନେଇ ଓହ୍ଲେଇନ୍ତି ଯାତ୍ରା ମୈଦାନକୁ। ‘ରଙ୍ଗମହଲ’ର ବିଶ୍ୱକର୍ମା ସତ୍ୟ ଜେନାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ (ନିର୍ଦ୍ଦେଶକ-ମହେଶ ହାଜରା), ‘ମୁଁ ସେଇ ଭଦ୍ରକିଆ ଟୋକା’ (ନିର୍ଦ୍ଦେଶକ-ତାପସ ସ୍ବାଇଁ), ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’ (ନିର୍ଦ୍ଦେଶକ-ଗୁରୁପ୍ରସାଦ ମିଶ୍ର) ଏବଂ ‘ବଡ଼ଦାଣ୍ଡ ଭିକାରି’ (ନିର୍ଦ୍ଦେଶକ-ଆଶୁତୋଷ ମହାପାତ୍ର)। ସେହିପରି ଚଳିତ ବର୍ଷ ବିଶୁ ମହାରଣା ସାଜି ‘ଅପେରା ସୂର୍ଯ୍ୟମନ୍ଦିର’ ଗଢ଼ିଥିବା ବଙ୍କିମ ସ୍ବାଇଁଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’ (ନିର୍ଦ୍ଦେଶକ-ଅଶ୍ରୁମୋଚନ ମହାନ୍ତି), ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ (ନିର୍ଦ୍ଦେଶକ-ବିନୋଦ ରାଉତ), ‘ଭିତିରି କଥା’ (ନିର୍ଦ୍ଦେଶକ-ଲାଲା ବୀରେନ ରାଏ) ଏବଂ ‘ମାୟାବିନୀ ମୌସୁମୀ’ (ନିର୍ଦ୍ଦେଶକ-କିଶୋର ଖଣ୍ଡୁଆଳ)।
ଯାତ୍ରାରେ ପାରମ୍ପରିକ ଲୁକ୍‌ : ଉଭୟ ରଙ୍ଗମହଲ ଓ ସୂର୍ଯ୍ୟମନ୍ଦିର ଏଥର ଯାତ୍ରାକୁ ପାରମ୍ପରିକ ସୌନ୍ଦର୍ଯ୍ୟ ଫେରେଇ ଆଣିବାକୁ ଚେଷ୍ଟା କରିଛନ୍ତି। ଆଗରୁ ଯାତ୍ରା କହିଲେ ମଞ୍ଚ ଚାରିପଟେ ଝାଲେରି ଲାଗିଥିବ, ମଞ୍ଚ ଉପରେ ଚାନ୍ଦୁଆଟାଏ ପଡ଼ିଥିବ। ତାହାର ଏକ ସ୍ବତନ୍ତ୍ର ସ୍ବାଦ ଥିଲା। ମଜାର କଥା ଚଳିତବର୍ଷ ଉଭୟ ବଙ୍କିମ୍‌ବାବୁ ଓ ସତ୍ୟବାବୁ ନିଜନିଜ ଅନୁଷ୍ଠାନରେ ଏହି ଝାଲେରି ଚାନ୍ଦୁଆକୁ ବ୍ୟବହାର କରିଛନ୍ତି। ବଙ୍କିମ୍‌ବାବୁ କହିଛନ୍ତି, ଯେଉଁଭଳି ଭାବରେ ପୁଳାପୁଳା ଷ୍ଟିଲ୍‌ ବ୍ୟବହାର କରାଯାଉଥିଲା ସେସବୁକୁ ବାଦ୍‌ ଦିଆଯାଇଛି। ଷ୍ଟିଲ୍‌ର ବ୍ୟବହାର ଫଳରେ ଯାତ୍ରାର ଯେଉଁ ମୌଳିକତା ନିଜସ୍ବପଣ (ଯେମିତିକି ଚାନ୍ଦୁଆ, ଝାଲେରି) ଆଦି ହଜି ଯାଇଛି। ମାତ୍ର ମୁଁ ଏଥର ଅପେରା ସୂର୍ଯ୍ୟମନ୍ଦିର ଜରିଆରେ ତାକୁ ଫେରେଇ ଆଣିବାକୁ ଚେଷ୍ଟା କରିଛି। ଠିକ୍‌ ସେହି ସମାନ ମତବ୍ୟକ୍ତ କରିଛନ୍ତି ସତ୍ୟ ଜେନା। ସେ କହନ୍ତି, ଷ୍ଟିଲ୍‌କୁ ଏଥର ମୁଁ ବହୁ ପରିମାଣରେ କମେଇ ଦେଇଛି। ଫଳରେ ଗାଡ଼ି ସଂଖ୍ୟା ବି କମିଯାଇଛି। ଅଯଥା କାମରେ ବେଶି ଖର୍ଚ୍ଚ ହେଉଥିଲା। ସେହି ଅର୍ଥ ଭଲ କାମରେ ଲାଗୁ ତାହା ମୋର ଇଚ୍ଛା। ଗେଟ୍‌କୁ ମୁଁ ବେଶି ପ୍ରାଧାନ୍ୟ ଦେଇନାହିଁ। ତା’ର କାରଣ ହେଉଛି ମୋର ମୋ ଦର୍ଶକଙ୍କୁ ଭଲ ନାଟକ ଦେଖେଇବାର ଅଛି। ତେବେ ‘ସୂର୍ଯ୍ୟମନ୍ଦିର’ରେ ବଙ୍କିମ୍‌ବାବୁ ଗେଟ୍‌କୁ ଏତେ ବଡ଼ କରି ନ ଥିଲେ ଭଲ ହୋଇଥାନ୍ତା ବୋଲି ମୋର ନିଜସ୍ବ ମତ। ସେହିଭଳି ଦର୍ଶକଙ୍କ ଆଖିରେ ଯେତେକମ୍‌ ଲାଇଟ୍‌ ମାଡ଼ ହେବ ମଁୁ ତାହାର ବନ୍ଦୋବସ୍ତ କରିଛି ବୋଲି କହିଛନ୍ତି ଏହି ପ୍ରଯୋଜକ।
ସୂଚନାଯୋଗ୍ୟ ଯେ, ଉଭୟ ବଙ୍କିମ୍‌ ସ୍ବାଇଁ ଏବଂ ସତ୍ୟ ଜେନା ହେଉଛନ୍ତି ଜଣେଜଣେ କଳାର ପୂଜାରୀ। ସତ୍ୟ ଜେନା କେବଳ ଜଣେ ନିରୁତା ମାଲିକ ନୁହନ୍ତ କିମ୍ବା ବଙ୍କିମ୍‌ ସ୍ବାଇଁ କେବଳ ଜଣେ ପରିଚାଳକ ନୁହନ୍ତି। ପରିଚାଳକ ହେବା ପୂର୍ବରୁ ବଙ୍କିମ୍‌ବାବୁ ନାଟକ ରଚନା କରୁଥିଲେ। ସେହିପରି ସତ୍ୟବାବୁ ଥିଲେ ଜଣେ ଭଲ ଅଭିନେତା। ମଞ୍ଚରେ ସେ ବହୁବର୍ଷ ଅଭିନୟ କରି ନିଜ ଅଭିନୟ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri