ଯାଜପୁର ଜିଲା ବିକାଶର ଓଲଟା ଚିତ୍ର:୧୩୩ ଗ୍ରାମକୁ ସଡ଼କ ନାହିଁ

ଯାଜପୁର ଅଫିସ,୨।୭: ନିର୍ବାଚିତ ପ୍ରତିନିଧିମାନେ ଯାଜପୁରକୁ ବିକଶିତ ଜିଲା ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲାର ମୋଟ ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇ ନାହିଁ। କେନ୍ଦୁଝର ବିଧାୟକ ମୋହନଚରଣ ମାଝୀଙ୍କ ଦ୍ୱାରା ଉତ୍‌ଥାପିତ ବିଧାନସଭା ପ୍ରଶ୍ନସଂଖ୍ୟା ୧୯୬ (ତାରକା ଚିହ୍ନିତ) ଉତ୍ତରରେ ଏହା ଜଣାପଡ଼ିଛି।
ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ବିକାଶ ଧାରାକୁ ପଛରେ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ବିରୋଧୀ ଦଳର ପ୍ରଭାବ ନଗଣ୍ୟ ଥିବାରୁ ଜିଲାର ବିକାଶ ଗତାନୁଗତିକ ଭାବେ ଚାଲିଛି, ଯାହାର ଉଦାହରଣ ନଗଡ଼ା ଚିତ୍ରରୁ ସ୍ପଷ୍ଟ ବାରି ହେଉଛି। କେବଳ ନଗଡା ନୁହେଁ, ଜିଲାର ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡକ ସଂଯୋଗ ନ ହେବା ଦୁର୍ଭାଗ୍ୟଜନକ। ସୁକିନ୍ଦା ବ୍ଲକ ପଲାସଖୋଲି, ଧରମାସାହି, ସଂସାଇଲୋ ପଞ୍ଚାୟତର ଡୁବିଖାଲ, ସୁକିନ୍ଦାଗଡ ପଞ୍ଚାୟତର ପୁରୁଣାପାଣି ପ୍ରଭୃତି ଗ୍ରାମକୁ ରାସ୍ତା ନ ଥିବା ଜଣାପଡିଛି। ସେହିପରି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା-୨୦୪ ଉତ୍ତରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୧.୫୦ କି.ମି. ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୭୪.୫୨୩ କି.ମି. ସଡ଼କ ନିର୍ମାଣ କରିବାକୁ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ୫ ବର୍ଷ ଅବଧି ପୂର୍ଣ୍ଣ କରାଯାଇଥିବା ସମୁଦାୟ ୪୫୪.୪୭ କି.ମି. ପରିମିତ ରାସ୍ତା ମଧ୍ୟରୁ ସମ୍ପ୍ରତି ୯୮.୮୫ କି.ମି. ରାସ୍ତା ଅବସ୍ଥା ଠିକ୍‌ ନାହିଁ ଏବଂ ଏହି ରାସ୍ତାର ମରାମତି ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଉତ୍ତରରେ କୁହାଯାଇଛି। ତେବେ ଗ୍ରାମ୍ୟ ନିର୍ମାଣ ବିଭାଜନ ଜାରକା ଡିଭିଜନ୍‌ରେ ସମସ୍ତ ଗ୍ରାମକୁ ସଡ଼କ ନିର୍ମାଣ ହୋଇଛି ବୋଲି ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ବିଧାନସଭା ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ନିର୍ବାଚିତ ପ୍ରତିନିଧିମାନେ ନିଜ ଅଞ୍ଚଳର ବିକାଶ ହେଉଛି ବୋଲି ଦର୍ଶାଉଥିଲେ ହେଁ ଏହି ବିଧାନସଭା ପ୍ରଶ୍ନର ଉତ୍ତରରେ କେତେ ବିକାଶ ହୋଇଛି ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ତେବେ ସଡ଼କ ନ ଥିବା ଗ୍ରାମକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ଏବଂ ଏଥିପାଇଁ ୪୮୮୨.୭୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?