ଯାଜପୁର ଜିଲା ବିକାଶର ଓଲଟା ଚିତ୍ର:୧୩୩ ଗ୍ରାମକୁ ସଡ଼କ ନାହିଁ

ଯାଜପୁର ଅଫିସ,୨।୭: ନିର୍ବାଚିତ ପ୍ରତିନିଧିମାନେ ଯାଜପୁରକୁ ବିକଶିତ ଜିଲା ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲାର ମୋଟ ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇ ନାହିଁ। କେନ୍ଦୁଝର ବିଧାୟକ ମୋହନଚରଣ ମାଝୀଙ୍କ ଦ୍ୱାରା ଉତ୍‌ଥାପିତ ବିଧାନସଭା ପ୍ରଶ୍ନସଂଖ୍ୟା ୧୯୬ (ତାରକା ଚିହ୍ନିତ) ଉତ୍ତରରେ ଏହା ଜଣାପଡ଼ିଛି।
ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ବିକାଶ ଧାରାକୁ ପଛରେ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ବିରୋଧୀ ଦଳର ପ୍ରଭାବ ନଗଣ୍ୟ ଥିବାରୁ ଜିଲାର ବିକାଶ ଗତାନୁଗତିକ ଭାବେ ଚାଲିଛି, ଯାହାର ଉଦାହରଣ ନଗଡ଼ା ଚିତ୍ରରୁ ସ୍ପଷ୍ଟ ବାରି ହେଉଛି। କେବଳ ନଗଡା ନୁହେଁ, ଜିଲାର ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡକ ସଂଯୋଗ ନ ହେବା ଦୁର୍ଭାଗ୍ୟଜନକ। ସୁକିନ୍ଦା ବ୍ଲକ ପଲାସଖୋଲି, ଧରମାସାହି, ସଂସାଇଲୋ ପଞ୍ଚାୟତର ଡୁବିଖାଲ, ସୁକିନ୍ଦାଗଡ ପଞ୍ଚାୟତର ପୁରୁଣାପାଣି ପ୍ରଭୃତି ଗ୍ରାମକୁ ରାସ୍ତା ନ ଥିବା ଜଣାପଡିଛି। ସେହିପରି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା-୨୦୪ ଉତ୍ତରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୧.୫୦ କି.ମି. ଓ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା-୨ରେ ୭୪.୫୨୩ କି.ମି. ସଡ଼କ ନିର୍ମାଣ କରିବାକୁ ଦର୍ଶାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ୫ ବର୍ଷ ଅବଧି ପୂର୍ଣ୍ଣ କରାଯାଇଥିବା ସମୁଦାୟ ୪୫୪.୪୭ କି.ମି. ପରିମିତ ରାସ୍ତା ମଧ୍ୟରୁ ସମ୍ପ୍ରତି ୯୮.୮୫ କି.ମି. ରାସ୍ତା ଅବସ୍ଥା ଠିକ୍‌ ନାହିଁ ଏବଂ ଏହି ରାସ୍ତାର ମରାମତି ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଉତ୍ତରରେ କୁହାଯାଇଛି। ତେବେ ଗ୍ରାମ୍ୟ ନିର୍ମାଣ ବିଭାଜନ ଜାରକା ଡିଭିଜନ୍‌ରେ ସମସ୍ତ ଗ୍ରାମକୁ ସଡ଼କ ନିର୍ମାଣ ହୋଇଛି ବୋଲି ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ବିଧାନସଭା ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ନିର୍ବାଚିତ ପ୍ରତିନିଧିମାନେ ନିଜ ଅଞ୍ଚଳର ବିକାଶ ହେଉଛି ବୋଲି ଦର୍ଶାଉଥିଲେ ହେଁ ଏହି ବିଧାନସଭା ପ୍ରଶ୍ନର ଉତ୍ତରରେ କେତେ ବିକାଶ ହୋଇଛି ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ତେବେ ସଡ଼କ ନ ଥିବା ଗ୍ରାମକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ଏବଂ ଏଥିପାଇଁ ୪୮୮୨.୭୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

ବଡଚଣା ରାଜନୀତି ସରଗରମ: ଅମରଙ୍କୁ ଭେଟିଲେ ବର୍ଷା

ଚଣ୍ଡିଖୋଲ,୨୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା ପରେ ରାଜନୀତି ସରଗରମ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri