ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ: ପ୍ରସ୍ତାବରେ ସୀମିତ ରେଲୱେ ଡିିଭିଜନ

ଯାଜପୁର ଅଫିସ,୭ା୮: ଯାଜପୁର ଜିଲାର ଅନ୍ୟତମ ପୌର ପରିଷଦ ବ୍ୟାସନଗର ଓ ଏହାର ପାରିପାର୍ଶ୍ୱିକ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏକାଧିକ ପ୍ରକଳ୍ପ ଅଧାରେ ଅଟକିଛି। ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର-କେନ୍ଦୁଝରରୋଡ ରେଲୱେ ଡିିଭିଜନ ଓ ଯାଜପୁରରୋଡକୁ ଉପଖଣ୍ଡ ମାନ୍ୟତା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବଳି ପଡ଼ିବାରେ ଲାଗିଛି। ପ୍ରଶାସନିକ ଅଧିକାରୀମାନେ ନିୟମିତ ବ୍ୟବଧାନରେ କେବଳ ବୈଠକ କରି ସହରକୁ ଚାକଚକ୍ୟ କରିବାକୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଏପରି କି ରାଜନେତାମାନେ ମଧ୍ୟ ବିଭିନ୍ନ ସଭାସମିତିରେ ପ୍ରତିଶ୍ରୁତିର ପାହାଡ଼ ଗଦା କରୁଛନ୍ତି। ହେଲେ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ସହରବାସୀଙ୍କ ମନରେ ଆଘାତ ଲାଗୁଛି।
ଅଞ୍ଚଳର ବିକାଶ ପାଇଁ ଟଙ୍କା ଆସୁଛି। ମାତ୍ର ମ୍ୟୁନିସିପାଲିଟି, କଳିଙ୍ଗନଗର ଉନ୍ନୟନ ପ୍ରାଧିକରଣ(କେଏନ୍‌ଡିଏ), ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଏବଂ ଦାୟିତ୍ୱ ଖସାଇବା ପ୍ରଭୃତି ଆଚରଣ ଯୋଗୁ କୋଟିକୋଟି ଟଙ୍କା ବିନିଯୋଗ ସତ୍ତ୍ବେ ପ୍ରମୁଖ ରାସ୍ତାଗୁଡିକର ପ୍ରଶସ୍ତିକରଣ ଓ ନବୀକରଣର ଉଦ୍ଦେଶ୍ୟ ଫଳବତୀ ହେଉନାହିଁ। ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ସହରବାସୀ ପ୍ରମାଦ ଗଣିବା ଆରମ୍ଭ କଲେଣି। ଏହାସହ କେନ୍ଦୁଝର-ଯାଜପୁରରୋଡ ରେଲୱେ ଷ୍ଟେଶନର ଉଭୟ ପାର୍ଶ୍ୱ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ମଧ୍ୟ ସମଦଶା ହେବାକୁ ଯାଉଛି। ୨୦୧୬ରେ ୧୦ମ ବ୍ୟାସସରୋବର ମହୋସତ୍ବରେ ତକତ୍ାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ଆରମ୍ଭ କରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ କୋରେଇ ବିଧାୟକ ଆକାଶଦାସ ନାୟକ ଏବଂ ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ବ୍ୟାସନଗରକୁ ସଂସ୍କୃତି ଓ ଶିଳ୍ପର ମିଳନସ୍ଥଳୀ ଅଖ୍ୟା ଦେବା ସହ ଅନୁଦାନର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଇତିମଧ୍ୟରେ ବ୍ୟାସନଗରର କୌଣସି ଚିତ୍ର ବଦଳି ନାହିଁ। ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ଯେଭଳି ଆଖିଦୃଶିଆ ବିକାଶ ହୋଇ ପାରିଲା ନାହିଁ। ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି। ୨୨ା୩ା୨୦୧୧ରେ ତକତ୍ାଳୀନ ଯାଜପୁର ଏମ୍‌ପି ମୋହନ ଜେନା ଏନେଇ ଲୋକ ସଭାରେ ଆଲୋଚନା କରିଥିଲେ। ଏପରି କି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକାଧିକ ଥର ରେଳ ବିଭାଗକୁ ପତ୍ର ଲେଖିଛନ୍ତି। ହେଲେ କେହି ଶୁଣିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡିଛି। ହାୱାଡା-ଚେନ୍ନାଇ ମୁଖ୍ୟଲାଇନ, ଯଖପୁରାରୁ ନୟାଗଡ଼, ହରିଦାଶପୁରରୁ ପାରାଦୀପ ଓ ଅନୁଗୁଳଠାରୁ ସୁକିନ୍ଦା ରେଲୱେ ଲାଇନ ଯାଜପୁର ଜିଲା ଦେଇ ଯାଉଛି। ଏହାସହ ଯାଜପୁର-କେନ୍ଦୁଝରରୋଡରୁ ଧାମରା, ଯଶିପୁର ଭାୟା ଆନନ୍ଦପୁର, ବାରିପଦା ଭାୟା ଆନନ୍ଦପୁର ଓ ତାଳଚେର ଭାୟା ଆନନ୍ଦପୁର ରେଳଲାଇନ ପାଇଁ ସର୍ଭେ ଶେଷ ହୋଇଛି। କିନ୍ତୁ ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହିସବୁ ଅଧାରେ ଅଟକିଛି। ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ଜିଲା ଭାବେ ଯାଜପୁର ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଜିଲା ଶିଳ୍ପ, ଖଣିଜ ସମ୍ପଦରେ ଭରପୁର ସମେତ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟ, ବ୍ୟବସାୟ ବାଣିଜ୍ୟ, ରାଜନୀତି ଓ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଛି। ମାତ୍ର ପାରିପାର୍ଶ୍ୱିକ ବିକାଶ କାହିଁକି ଅଟକି ରହୁଛି ସେନେଇ କେହି ଦୃଢ ଭାବରେ ପ୍ରତିବାଦ କରି ପାରୁନାହାନ୍ତି । ନିର୍ବାଚନ ସମୟରେ କାହିଁକି ପରାଜୟ ହେଲା, ଭୋଟହାର କାହିଁକି କମିଲା, କିଏ ଗୃହ ଶତ୍ରୁ ପାଲଟିଲା ସେ ନେଇ ମାନସମାନ୍ଥନ ଚାଲୁଛି , କିନ୍ତୁ ବିକାଶ ପାଇଁ ସେତେଟା ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କୁହନ୍ତି ରାଜ୍ୟ ସରକାରଙ୍କ ୫-ଟି ସୂତ୍ର ଅବାସ୍ତବ। ବିଭିନ୍ନ ଯୋଜନାର ପ୍ରକଳ୍ପଗୁଡିକରେ ବ୍ୟାପକ ଦୁର୍ନୀତି ସମେତ ଅଧାରେ ଲାଖିଛି। ରେଲୱେ ଡିଭିଜନ ପାଇଁ ଦାବି ହୋଇ ଆସୁଛି। ହେଲେ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଶାସକ ଦଳର ସ୍ଥାନୀୟ ନେତୃବର୍ଗଙ୍କ କାର୍ଯ୍ୟ ଦକ୍ଷତା କେତେ ତାହା ସ୍ପଷ୍ଟ ବାରି ହେଉଛି। ଆଗାମି ଦିନରେ ଏନେଇ ଏକ ବଡ଼ଧରଣର ଆନ୍ଦୋଳନର ଆବଶ୍ୟକତା ରହିଛି। ଭାଜପା ନେତ୍ରୀ ସଞ୍ଚିତା ମହାନ୍ତି କୁହନ୍ତି ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ରେଲୱେ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଦିଲ୍ଲୀ ଯାଇ ଏ ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି।
ଫଟୋ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri