ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନ: ପ୍ରସ୍ତାବରେ ସୀମିତ ରେଲୱେ ଡିିଭିଜନ

ଯାଜପୁର ଅଫିସ,୭ା୮: ଯାଜପୁର ଜିଲାର ଅନ୍ୟତମ ପୌର ପରିଷଦ ବ୍ୟାସନଗର ଓ ଏହାର ପାରିପାର୍ଶ୍ୱିକ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଏକାଧିକ ପ୍ରକଳ୍ପ ଅଧାରେ ଅଟକିଛି। ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର-କେନ୍ଦୁଝରରୋଡ ରେଲୱେ ଡିିଭିଜନ ଓ ଯାଜପୁରରୋଡକୁ ଉପଖଣ୍ଡ ମାନ୍ୟତା ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବଳି ପଡ଼ିବାରେ ଲାଗିଛି। ପ୍ରଶାସନିକ ଅଧିକାରୀମାନେ ନିୟମିତ ବ୍ୟବଧାନରେ କେବଳ ବୈଠକ କରି ସହରକୁ ଚାକଚକ୍ୟ କରିବାକୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଏପରି କି ରାଜନେତାମାନେ ମଧ୍ୟ ବିଭିନ୍ନ ସଭାସମିତିରେ ପ୍ରତିଶ୍ରୁତିର ପାହାଡ଼ ଗଦା କରୁଛନ୍ତି। ହେଲେ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ସହରବାସୀଙ୍କ ମନରେ ଆଘାତ ଲାଗୁଛି।
ଅଞ୍ଚଳର ବିକାଶ ପାଇଁ ଟଙ୍କା ଆସୁଛି। ମାତ୍ର ମ୍ୟୁନିସିପାଲିଟି, କଳିଙ୍ଗନଗର ଉନ୍ନୟନ ପ୍ରାଧିକରଣ(କେଏନ୍‌ଡିଏ), ଜିଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଏବଂ ଦାୟିତ୍ୱ ଖସାଇବା ପ୍ରଭୃତି ଆଚରଣ ଯୋଗୁ କୋଟିକୋଟି ଟଙ୍କା ବିନିଯୋଗ ସତ୍ତ୍ବେ ପ୍ରମୁଖ ରାସ୍ତାଗୁଡିକର ପ୍ରଶସ୍ତିକରଣ ଓ ନବୀକରଣର ଉଦ୍ଦେଶ୍ୟ ଫଳବତୀ ହେଉନାହିଁ। ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେନେଇ ସହରବାସୀ ପ୍ରମାଦ ଗଣିବା ଆରମ୍ଭ କଲେଣି। ଏହାସହ କେନ୍ଦୁଝର-ଯାଜପୁରରୋଡ ରେଲୱେ ଷ୍ଟେଶନର ଉଭୟ ପାର୍ଶ୍ୱ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ମଧ୍ୟ ସମଦଶା ହେବାକୁ ଯାଉଛି। ୨୦୧୬ରେ ୧୦ମ ବ୍ୟାସସରୋବର ମହୋସତ୍ବରେ ତକତ୍ାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ଆରମ୍ଭ କରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ କୋରେଇ ବିଧାୟକ ଆକାଶଦାସ ନାୟକ ଏବଂ ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ବ୍ୟାସନଗରକୁ ସଂସ୍କୃତି ଓ ଶିଳ୍ପର ମିଳନସ୍ଥଳୀ ଅଖ୍ୟା ଦେବା ସହ ଅନୁଦାନର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଇତିମଧ୍ୟରେ ବ୍ୟାସନଗରର କୌଣସି ଚିତ୍ର ବଦଳି ନାହିଁ। ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ଯେଭଳି ଆଖିଦୃଶିଆ ବିକାଶ ହୋଇ ପାରିଲା ନାହିଁ। ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି। ୨୨ା୩ା୨୦୧୧ରେ ତକତ୍ାଳୀନ ଯାଜପୁର ଏମ୍‌ପି ମୋହନ ଜେନା ଏନେଇ ଲୋକ ସଭାରେ ଆଲୋଚନା କରିଥିଲେ। ଏପରି କି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକାଧିକ ଥର ରେଳ ବିଭାଗକୁ ପତ୍ର ଲେଖିଛନ୍ତି। ହେଲେ କେହି ଶୁଣିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡିଛି। ହାୱାଡା-ଚେନ୍ନାଇ ମୁଖ୍ୟଲାଇନ, ଯଖପୁରାରୁ ନୟାଗଡ଼, ହରିଦାଶପୁରରୁ ପାରାଦୀପ ଓ ଅନୁଗୁଳଠାରୁ ସୁକିନ୍ଦା ରେଲୱେ ଲାଇନ ଯାଜପୁର ଜିଲା ଦେଇ ଯାଉଛି। ଏହାସହ ଯାଜପୁର-କେନ୍ଦୁଝରରୋଡରୁ ଧାମରା, ଯଶିପୁର ଭାୟା ଆନନ୍ଦପୁର, ବାରିପଦା ଭାୟା ଆନନ୍ଦପୁର ଓ ତାଳଚେର ଭାୟା ଆନନ୍ଦପୁର ରେଳଲାଇନ ପାଇଁ ସର୍ଭେ ଶେଷ ହୋଇଛି। କିନ୍ତୁ ରାଜନୈତିକ ନେତୃବର୍ଗଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହିସବୁ ଅଧାରେ ଅଟକିଛି। ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ଜିଲା ଭାବେ ଯାଜପୁର ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଜିଲା ଶିଳ୍ପ, ଖଣିଜ ସମ୍ପଦରେ ଭରପୁର ସମେତ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟ, ବ୍ୟବସାୟ ବାଣିଜ୍ୟ, ରାଜନୀତି ଓ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଛି। ମାତ୍ର ପାରିପାର୍ଶ୍ୱିକ ବିକାଶ କାହିଁକି ଅଟକି ରହୁଛି ସେନେଇ କେହି ଦୃଢ ଭାବରେ ପ୍ରତିବାଦ କରି ପାରୁନାହାନ୍ତି । ନିର୍ବାଚନ ସମୟରେ କାହିଁକି ପରାଜୟ ହେଲା, ଭୋଟହାର କାହିଁକି କମିଲା, କିଏ ଗୃହ ଶତ୍ରୁ ପାଲଟିଲା ସେ ନେଇ ମାନସମାନ୍ଥନ ଚାଲୁଛି , କିନ୍ତୁ ବିକାଶ ପାଇଁ ସେତେଟା ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କୁହନ୍ତି ରାଜ୍ୟ ସରକାରଙ୍କ ୫-ଟି ସୂତ୍ର ଅବାସ୍ତବ। ବିଭିନ୍ନ ଯୋଜନାର ପ୍ରକଳ୍ପଗୁଡିକରେ ବ୍ୟାପକ ଦୁର୍ନୀତି ସମେତ ଅଧାରେ ଲାଖିଛି। ରେଲୱେ ଡିଭିଜନ ପାଇଁ ଦାବି ହୋଇ ଆସୁଛି। ହେଲେ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ନ ଦେବା ଶାସକ ଦଳର ସ୍ଥାନୀୟ ନେତୃବର୍ଗଙ୍କ କାର୍ଯ୍ୟ ଦକ୍ଷତା କେତେ ତାହା ସ୍ପଷ୍ଟ ବାରି ହେଉଛି। ଆଗାମି ଦିନରେ ଏନେଇ ଏକ ବଡ଼ଧରଣର ଆନ୍ଦୋଳନର ଆବଶ୍ୟକତା ରହିଛି। ଭାଜପା ନେତ୍ରୀ ସଞ୍ଚିତା ମହାନ୍ତି କୁହନ୍ତି ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ରେଲୱେ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଦିଲ୍ଲୀ ଯାଇ ଏ ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି।
ଫଟୋ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri