ଯତ୍ନଶୀଳା ମୋହିନୀ

କରୋନା ଭୂତାଣୁ, ସକ୍ରିୟ ସଂକ୍ରମିତ ଏବଂ କେତେ ଜଣଙ୍କ କେଉଁଠାରେ ପ୍ରାଣହାନି ଘଟିଲାଣି ଆଦି ସୂଚନା ଜାଣିବା ପାଇଁ ଲୋକେ ଟାକି ଅନାଇ ବସିଛନ୍ତି। ଗଣମାଧ୍ୟମ କୋଭିଡ୍‌-୧୯ ସମ୍ପର୍କିତ ଖବର ପରିବେଷଣ କରିବାରେ ବ୍ୟସ୍ତ। ଏହି ସମୟରେ ଯେଉଁମାନେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ପ୍ରତ୍ୟେକ ଦେଶର ସରକାର ସାବାସି ଦେଉଛନ୍ତି। ଭାରତରେ ଏଭଳି ବ୍ୟକ୍ତିଙ୍କୁ କରୋନା ଯୋଦ୍ଧା କୁହାଯାଉଛି। ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସେମାନଙ୍କ ସେବା ପାଇଁ ସରକାର ପ୍ରଶଂସା କରୁଛନ୍ତି। ହେଲେ ଏହିସବୁ ବର୍ଗଙ୍କୁ ଛାଡ଼ି ଦେଲେ ଆଉ କିଛି ବ୍ୟକ୍ତି ନିଃସ୍ବାର୍ଥପର ଭାବେ ଅସହାୟଙ୍କୁ ସେବା ଯୋଗାଇ ଦେବାକୁ ମଧ୍ୟ ଆଗେଇ ଆସିଛନ୍ତି। ବିପଦ ସମୟରେ କର୍ନାଟକ ବେଙ୍ଗାଲୁରୁର ମହିତା ନାଗରାଜ ସୋସିଆଲ ମିଡିଆରେ ‘କେୟାରମଙ୍ଗର୍ସ ଇଣ୍ଡିଆ’ ନାମରେ ଏକ ଗ୍ରୁପ୍‌ କରି ଯେଭଳି ଭାବେ ଲୋକଙ୍କ ସେବା କରିପାରିଛନ୍ତି, ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ସମଗ୍ର ଦେଶ ସ୍କେୟାର (ଭୟ) ଭିତରେ ଥିବା ବେଳେ ତାଙ୍କର କେୟାର (ଯତ୍ନ) ନେବା ଶୈଳୀ ଏକ ଅଭିନବ ଉଦାହରଣ ସୃଷ୍ଟି କରିଛି।
ବେଙ୍ଗାଲୁରୁର ଶାନ୍ତିନଗରରେ ବାସ କରନ୍ତି ୩୮ ବର୍ଷୀୟା ମହିତା। ଡିଜିଟାଲ ମାର୍କେଟିଂ ହେଉଛି ତାଙ୍କ ବୃତ୍ତି। କିଛି ଦିନ ତଳେ ବିଦେଶରେ ଥିବା ଜଣେ ବନ୍ଧୁ ବେଙ୍ଗାଲୁରୁରେ ଥିବା ତାଙ୍କ ପିତାଙ୍କୁ କିଛି ଔଷଧ ଦେବା ପାଇଁ ମହିତାଙ୍କୁ ଅନୁରୋଧ କରିଥିଲେ। ଜନତା କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକ ହଇରାଣ ହେଉଥିବା ସେ ଦେଖୁଥାଆନ୍ତି। ବନ୍ଧୁଙ୍କ ପିତାଙ୍କୁ ଔଷଧ ଦେବା ପରେ ମହିତାଙ୍କ ମନକୁ ଆସିଲା ସେ ବୟସ୍କ, ଶାରୀରିକ ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଆଉ ପାଦେ ଆଗେଇପାରନ୍ତେ। ସୋସିଆଲ ମିଡିଆରେ ଇଆଡୁସିଆଡ଼ୁ କିଛି ପୋଷ୍ଟ ନ କରି ଜଣେ ଗୁଡ୍‌ ସମରିଟାନ୍‌ ବା ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହେବାକୁ ଚିନ୍ତା କଲେ। ଏଥିରୁ ଜନ୍ମନେଲା କେୟାରମଙ୍ଗର୍ସ ଇଣ୍ଡିଆ। ଏହା ମାଧ୍ୟମରେ ଦରକାରୀ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହେଲା। ଏହା ପରେ ଲୋକେ ସ୍ବତଃପ୍ରବୃତ୍ତ ତାଙ୍କ ସହ ଯୋଡ଼ି ହେବାରେ ଲାଗିଲେ। ମାତ୍ର ୯୦ ମିନିଟ୍‌ ମଧ୍ୟରେ ଦିଆଯାଇଥିବା ହେଲ୍‌ପଲାଇନ ନମ୍ବରକୁ ୧୦୯ କଲ୍‌ ଆସିଥିଲା। ପରେ ଏହି ସଂଖ୍ୟା ବଢ଼ିବାରେ ଲାଗିଲା। ସମାଜର ୪ ବର୍ଗ ଯଥା-ବରିଷ୍ଠ ନାଗରିକ, ଶାରୀରିକ ଭିନ୍ନକ୍ଷମ, ୧୨ ମାସରୁ କମ୍‌ ବୟସର ଶିଶୁ ଏବଂ ଡାକ୍ତରୀ ଚିକିତ୍ସାରେ ଥିବା ବ୍ୟକ୍ତିଙ୍କୁ ସହାୟତା ଦେବା ପାଇଁ କେୟାରମଙ୍ଗର୍ସ ଇଣ୍ଡିଆ ଆଗେଇ ଆସିଲା। ଗ୍ରୁପ୍‌ ସହ ଯୋଗାଯୋଗ କରୁଥିବା ବ୍ୟକ୍ତି କେଉଁ ବର୍ଗରେ ଆସିଥାଆନ୍ତି ଓ ସେମାନଙ୍କ ଆବଶ୍ୟକତା ଅସଲି କି ନୁହେଁ, ଯାଞ୍ଚ କରାଯିବା ପରେ ସାହାଯ୍ୟ ଯୋଗାଇ ଦିଆଯାଇଥାଏ ବୋଲି ମହିତା କହିଛନ୍ତି। ଲୋକଙ୍କ ଅନୁରୋଧ ଗ୍ରହଣଯୋଗ୍ୟ ହେବା ପରେ ଫେସ୍‌ବୁକ୍‌ରେ ସକ୍ରିୟ ଥିବା କେୟାରମଙ୍ଗର୍ସମାନେ ସହାୟତା ଦେଉଛନ୍ତି। ବର୍ତ୍ତମାନ ଏଭଳି ସ୍ବେଚ୍ଛାସେବୀଙ୍କ ସଂଖ୍ୟା ୨୩୦୦ରେ ପହଞ୍ଚିବା ଏକ ଖୁସିର କଥା ବୋଲି ମହିତା ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ବେଳେ ଏହା କହିଛନ୍ତି।
ଲକ୍‌ଡାଉନ୍‌ ସମୟରେ ଶୂନ୍ୟ ଶାରୀରିକ ଯୋଗାଯୋଗ ରକ୍ଷା କରାଯାଉଛି। ଆବଶ୍ୟକ ପଦାର୍ଥ ସମ୍ପୃକ୍ତ ଅଞ୍ଚଳର ପ୍ରବେଶ ପଥରେ ଥିବା ଏକ ସ୍ଥାନରେ ରଖାଯିବା ପରେ ଯୋଗାଯୋଗ କରିଥିବା ବ୍ୟକ୍ତି ସେହିଠାରୁ ତାହାକୁ ନେଇଥାଆନ୍ତି। ହେଲ୍‌ପଲାଇନ୍‌ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ବେଙ୍ଗାଲୁରୁ ସମେତ ନୋଏଡା, ମୋହାଲି, ଦିଲ୍ଲୀ, ପୁଣେ, ଚେନ୍ନାଇ, ହାଇଦ୍ରାବାଦ, ମହୀଶୂର, ମୁମ୍ବାଇ, କୋଚି ଓ କୋଲକାତା ଆଦି ସ୍ଥାନରେ ସାମଗ୍ରୀ ବଣ୍ଟନ କରାଯାଇପାରିଛି। ଜିନିଷ ପହଞ୍ଚିବା ପୂର୍ବରୁ ଆବଶ୍ୟକ କରୁଥିବା ଲୋକମାନେ ୟୁପିଆଇ କିମ୍ବା ପେଟିଏମ୍‌ ମାଧ୍ୟମରେ ଅର୍ଥ ପଇଠ କରିଦେଉଥିବାରୁ ତାହା ସ୍ବେଚ୍ଛାସେବୀଙ୍କ ପାଇଁ ଅର୍ଥିକ ବୋଝ ପଡ଼ୁ ନାହିଁ ବୋଲି ମହିତା କହିଥାଆନ୍ତି।
ଡିଜିଟାଲ ମାର୍କେଟିଂରେ ଥାଇ ମଧ୍ୟ ସେ ସାମାଜିକ ସେବା କରିବାକୁ ପସନ୍ଦ କରିଥାଆନ୍ତି। କିଛିବର୍ଷ ତଳେ ‘ଫିଡ୍‌ ଇଓର ନେଇବର’ ବା ପଡ଼ୋଶୀଙ୍କୁ ଖୁଆଅ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବଳକା ଖାଦ୍ୟକୁ ଅସହାୟଙ୍କୁ ବାଣ୍ଟି ସେ ଆନନ୍ଦ ପାଇଥାଆନ୍ତି। ତାଙ୍କର ୧୨ ବର୍ଷର ପୁଅ ଅଛି। ସେ ମଧ୍ୟ ତାଙ୍କୁ କେୟାରମଙ୍ଗର୍ସ ଅଫ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ସହଯୋଗ କରିଥାଆନ୍ତି। ଏହାର ପ୍ରସାର ଏତେ ବାଟକୁ ଗଲାଣି ଯେ ନିକଟରେ ସେ ଶ୍ରୀଲଙ୍କାରୁ ଏକ କଲ୍‌ ପାଇଥିବା ମହିତା କହିଛନ୍ତି। ଦିଲ୍ଲୀର ଜଙ୍ଗପୁର ଅଞ୍ଚଳରେ କ୍ୱାରାଣ୍ଟାଇନ୍‌ ବା ଏକାନ୍ତବାସରେ ଥିବା ଜଣେ ଯୁବତୀ ତାଙ୍କ ଗ୍ରୁପ୍‌ର ସହାୟତା ମାଗିଥିଲେ। ତାଙ୍କ ମାସିକ ଋତୁସ୍ରାବ ନିକଟ ହୋଇ ଆସିଥିଲେ ହେଁ ପାଖରେ ସାନିଟାରି ନାପ୍‌କିନ ନ ଥିଲା। ଅନୁରୋଧ ପାଇବା ପରେ ସ୍ବେଚ୍ଛାସେବୀମାନେ ପ୍ୟାଡ୍‌ ପହଞ୍ଚାଇବା ସହ ଆବଶ୍ୟକ ଔଷଧ ଦେଇଥିଲେ। ସେତେବେଳେ ସମ୍ପୃକ୍ତା ଯୁବତୀଙ୍କ ଖୁସି ଗ୍ରୁପ୍‌ର ସମସ୍ତ ସଦସ୍ୟଙ୍କୁ ଆନନ୍ଦ ଦେବା ସ୍ବାଭାବିକ। ତେଣୁ ବିପଦ ବେଳେ ପରସ୍ପର ସହଯୋଗର ହାତ ବଢ଼ାଇଲେ ପ୍ରତ୍ୟେକଙ୍କ କାମ ସହଜ ହୋଇପାରନ୍ତା ବୋଲି କହନ୍ତି ସମସ୍ତଙ୍କ ମନ ମୋହୁଥିବା ମହିତା।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri