ଏଇ ଭାରତରେ

ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ଅସିଥାଏ। ଏହି ଉକ୍ତିକୁ ନିଜ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି କର୍ନାଟକର କୃଷକ ଥମୈହା ପି.ପି.। ଜମି କହିଲେ ୧ ଏକର, କିନ୍ତୁ ସେଥିରେ ୩୦୦ ପ୍ରକାର ଗଛ ଲଗାଇ ବର୍ଷକୁ ୧୦ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ୧୯୮୪ରୁ ସେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ। ମଇଶୂର ତହସିଲର ହୁନସୁର୍‌ ବାସିନ୍ଦା ଥମୈହା ବହୁଦିନ ପରିବେଶଗତ ଓ କୃଷି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରେ ସେ ଏହାକୁୁ ପ୍ରତିହତ କରି ସଫଳ ହୋଇଛନ୍ତି। ପାଣିର ଆବଶ୍ୟକତାକୁ ୫୦ ପ୍ରତିଶତ କମ୍‌ କରିବା ସହ ଉପତ୍ାଦନ ୧୦ ଗୁଣ ବଢ଼ାଇ ପାରିଛନ୍ତି। ଏହି ଜମିରେ ସେ ୫ଟି ପର୍ଯ୍ୟାୟରେ ଚାଷ କରୁଛନ୍ତି। ଜମିର ପଶ୍ଚିମ ପାଖରେ ସେ ୩୦ ଫୁଟ୍‌ ବ୍ୟବଧାନରେ ନଡ଼ିଆ ଗଛ ଲଗାଇଛନ୍ତି। ଦୁଇଟି ନଡିଆ ଗଛ ମଧ୍ୟରେ ସପେଟା ଗଛ ଲଗାଇଛନ୍ତି ଓ ଏହି ମଧ୍ୟରେ ଲଗାଇଛନ୍ତି କଦଳୀ ଗଛ। ନଡ଼ିଆ ଗଛ ତଳେ ଲଗାଇଛନ୍ତି ଆରେକା ନଟ୍‌ ଓ ଗୋଲମରିଚ । ଏହା ମଧ୍ୟରେ ଲଗାଇଛନ୍ତି ବିଭିନ୍ନ ମସଲା ଗଛ। ଥମୈହା ଜମିର ଦକ୍ଷିଣ ପାଖରେ ଆମ୍ବ, ଜାମୁ, ପଣସ ଓ ବେଲ ଲଗାଇବା ସହ ଏହି ଗଛ ତଳେ ଲେମ୍ବୁ ଓ ସଜନା ଗଛ ଲଗାଇଛନ୍ତି। ମୁଗ ଚାଷ ବି ହେଉଛି। ଏହାବାଦ୍‌ ସେ ହଳଦୀ, ଓଲୁଅ, ମାଟିଆଳୁ,ଅଦା, ଗାଜର ଓ ଆଳୁ ଚାଷ ମଧ୍ୟ କରୁଛନ୍ତି। କେବଳ ଏତିକିରେ ସୀମିତ ରହିନି ଥମୈହାଙ୍କ ଚାଷ। ସେ ଫାର୍ମରେ ୧୪୦ ପ୍ରକାର ଓ୍ୟଷଧୀୟ ଗଛ,ଅଁଳା,ରେଶମା ଚେରି,କଫି,ରୋଜଉଡ୍‌,ଆତ, ଚନ୍ଦନ ଓ ଆଖୁ ଚାଷ ବି କରୁଛନ୍ତି। ସେ ଏହି ଫାର୍ମରେ ୬ଟି ଗାଡିଆ କରି ବର୍ଷା ଜଳ ସଂରକ୍ଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?