Posted inଜାତୀୟ

ମୋଦିଙ୍କୁ ପତ୍ର ଲେଖିଲେ ସୁବ୍ରମଣ୍ୟନ: ରାମ ମନ୍ଦିର ପାଇଁ ଅଯୋଧ୍ୟା ଜମି ଦିଆଯାଉ

ନୂଆଦିଲ୍ଲୀ,୩ା୬(ପି.ଟି.): ରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଜମି ଯୋଗାଇ ଦେବା ସହ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବା ଲାଗି ଭାଜପା ଏମ୍‌ପି ସୁବ୍ରମଣ୍ୟନ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ମନ୍ଦିର ନିର୍ମାଣ ଲାଗି ଜମି ପ୍ରଦାନରେ ସୁପ୍ରିମକୋର୍ଟଙ୍କ ଅନୁମତିର ଆବଶ୍ୟକତା ନାହିଁ । ବିବାଦୀୟ ଜମି ପାଖରେ ଥିବା ୬୭ ଏକରରୁ ଊର୍ଦ୍ଧ୍ୱ ଜମି ଏହାର ପ୍ରକୃତ ମାଲିକ ରାମ ଜନ୍ମଭୂମି ନ୍ୟାସକୁ ଫେରାଇ ଦେବା ଲାଗି ଗତ ଜାନୁୟାରୀରେ ମୋଦି ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜମି ନ୍ୟାସ ଦଖଲରେ ଥିବାରୁ କୋର୍ଟଙ୍କ ଅନୁମତି ଲୋଡିବାର ଆବଶ୍ୟକତା ନାହିଁ ବୋଲି ସ୍ବାମୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

ଆହୁରି ବଢିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ: ବ୍ଲୁ କର୍ନର୍‌ ନୋଟିସ ଜାରି

ନୂଆଦିଲ୍ଲୀ,୫।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌...

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri