Posted inଜାତୀୟ

ମୋଦି ସରକାରଙ୍କ ୨.୦କୁ ଗୋଟିଏ ବର୍ଷ: ଜାତି ଉଦ୍ଦେଶ୍ୟରେ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରଙ୍କୁ ଏକ ବର୍ଷ ପୂରଣ ହୋଇଛି। ଏହି ବର୍ଷପୂର୍ତ୍ତି ଅବସରରେ ମୋଦି ଜାତି ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସରକାରଙ୍କ ଉପଲବ୍ଧି ଓ ଆଗକୁ ଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ସହ ଏକାଠି ହୋଇ ଲମ୍ବା ଯୁଦ୍ଧରେ ଲଢୁଥିବା ଦେଶବାସୀଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି ମୋଦି। ଦେଶବାସୀ ଏହା ପ୍ରମାଣ କରିଛନ୍ତି ଯେ ସାମୁହିକ ବଳ ଓ ସାମର୍ଥ୍ୟ ବିଶ୍ୱର ଶକ୍ତିଶାଳୀ ଦେଶଠାରୁ ବହୁ ଆଗରେ। ମୋଦି ଲେଖିଛନ୍ତି ଆଜିଠାରୁ ଏକବର୍ଷ ପୂର୍ବରୁ ଭାରତୀୟ ଲୋକତନ୍ତ୍ର ଇତିହାସରେ ଏକ ନୂଆ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଥିଲା। ଦେଶରେ ପ୍ରାୟ ଗୋଟିଏ ଦଶକ ପରେ ପୂର୍ଣ୍ଣ ବହୁମତରେ କୌଣସି ସରକାରକୁ ଲଗାତାର ଦ୍ୱିତୀୟଥର ଜନତା ଶାସନ କ୍ଷମତା ଦେଇଥିଲେ। ଆଉ ଏହି ଅଧ୍ୟାୟକୁ ରଚନା କରିବାକୁ ଦେଶବାସୀଙ୍କର ବହୁତ ବଡ ଭୂମିକା ରହିଛି। ଆପଣମାନଙ୍କ ପାଖରେ ମଥାନତ କରିବାକୁ ଏହା ମୋ ପାଇଁ ଏକ ଅବସର ବୋଲି ମୋଦି କହିଛନ୍ତି। ଯଦି ପରିସ୍ଥିତି ସ୍ବାଭାବିକ ଥାଆନ୍ତା ତେବେ ମୋତେ ଆପଣଙ୍କ ସହ ଦେଖା କରିବାର ସୌଭାଗ୍ୟ ମିଳିଥାଆନ୍ତା। ହେଲେ କରୋନା ମହାମାରୀ ପାଇଁ ଯେଉଁ ପରିସ୍ଥିତି ଉପୁଜିଛି ଏହି ଚିଠି ମାଧ୍ୟମରେ ମୁଁ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି ବୋଲି ମୋଦି କହିଛନ୍ତି। ୨୦୧୫ରେ ଜନତା ଦେଶରେ ଏକ ବଡ ପରିବର୍ତ୍ତନ ଆଶା କରି ଆମକୁ ଭୋଟ ଦେଇଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ଆଉ ୫ ବର୍ଷ ଭିତରେ ଆମ ସରକାର ଦେଶର ବିଗିଡିଥିବା ବ୍ୟବସ୍ଥାକୁ ସଜାଡିବା ସହ ଭଷ୍ଟ୍ରାଚାର ମଧ୍ୟରୁ ଦେଶକୁ ବାହାରକୁ ବାହାର କରିପାରିଥିଲା। ପୁରୁଣା କାର୍ଯ୍ୟପ୍ରଣାଳୀକୁ ଦେଖିଲେ ଆମେ ଗରିବଙ୍କ ବ୍ୟାଙ୍କ ଖାତା ଖୋଲିଲୁ, ମାଗଣା ଗ୍ୟାସ କନେକଶନ ଦେଲୁ, ମାଗଣା ବିଜୁଳି ସଂଯୋଗ ଦେଲୁ, ଶୌଚାଳୟ ଓ ଘର ତିଆରି କରି ଗରିବଙ୍କ ଗାରିମା ବୃଦ୍ଧି କରିଛୁ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ମୋଦି ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ୍‌, ଓ୍ବାନ ର଼୍ୟାଙ୍କ ଓ୍ବାନ ପେନଶନ, ଓ୍ବାନ ନେଶନ ଓ୍ବାନ ଟାକ୍ସ, ଜିଏସ୍‌ଟି, କୃଷକଙ୍କ ଏମ୍‌ଏସ୍‌ପି ଆଦି କଥା ମଧ୍ୟ ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri