Posted inଜାତୀୟ

‘ମୋ ପିତା ପୋଲିସ, କମ୍‌ ପାଠ ପଢିଛନ୍ତି ହେଲେ ଆପଣ ପରା ଓକିଲ ଅଧିକ ପଢିଛନ୍ତି’: ଭାଇରାଲ ହେଉଛି ମେସେଜ୍‌

ନୂଆଦିଲ୍ଲୀ,୫।୧୧: ଏବେ ସୋସିଆଲ ମିଡିଆରେ ଏମିତି ଏକ ମେସେଜ୍‌ ଭାଇରାଲ ହେବାରେ ଲାଗିଛି ଯାହା ସବୁଠି ଆସିଛି ଚର୍ଚ୍ଚାକୁ। ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ସହ ଏହା ଜଡିତ ବୋଲି କୁହାଯାଉଛି। ତେବେ ଦିଲ୍ଲୀ ପୋଲିସକୁ ସହଯୋଗ କଲାଭଳି ଉକ୍ତ ମେସେଜରେ ଲେଖାଯାଇଛି, ‘ ଓକିଲ ଅଙ୍କଲ ମୋ ବାପା ପୋଲିସ। ସମସ୍ତେ କହନ୍ତି ସେ କମ୍‌ ପାଠ ପଢିଛନ୍ତି। ଆଇନ ବିଷୟରେ ସେ ଟିକେ ପଛରେ। ହେଲେ ଆପଣତ ଅଧିକ ପାଠ ପଢିଛନ୍ତି, ଆଇନ ବିଷୟରେ ଅଧିକ ଜାଣିଛନ୍ତି’। ଏମିତି ଏକ ମେସେଜ୍‌ ଏବେ ଭାଇରାଲ ହୋଇଛି। ଏହା ଜଣେ କୋମଳ ମତି ଶିଶୁଙ୍କର ବୋଲି କୁହାଯାଉଛି। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯଦି ମୋ ବାପା ଆପଣଙ୍କର କୌଣସି ସାଥିଙ୍କୁ ଧରିନେଲେ ତେବେ ଆପଣ ୧୦୦ ନମ୍ବରକୁ କଲ୍‌ କରିପାରିଥାଆନ୍ତେ। ଆପଣ ବିଚାରପତିଙ୍କ ପାଖରେ ଅଭିଯୋଗ କରିପାରିଥାଆନ୍ତେ। ଆପଣ ତ ଅନେକ ଥର ପୋଲିସ ପୋଷାକ ଖୋଲି ଦେବାକୁ ଧମକ ବି ଦେଇଛନ୍ତି। ଆପଣଙ୍କ ପାଖେ ଡିସିପିଙ୍କ ନମ୍ବର ବି ଥିଲା ତାଙ୍କୁ ଫୋନରେ ଜଣାଇ ପାରିଥାଆନ୍ତେ। ହେଲେ ଆପଣ ମୋ ବାପାଙ୍କୁ କାହିଁକି ମାରିଲେ କାହିଁକି ଆଇନକୁ ହାତକୁ ନେଲେ। ଏହା ସହ ଆଉ ଏକ ମେସେଜ୍‌ ମଧ୍ୟ ଆସିଛି ଯେଉଁଥିରେ ଆସନ୍ତା ୬ ଓ ୭ ତାରିଖରେ ଦିଲ୍ଲୀ ପୋଲିସ ସେବା ଯୋଗାଇ ପାରିବ ନାହିଁ ବୋଲି ଲେଖାଯାଇଛି। ହେଲେ ଏହା କିଏ ଦେଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଦିଲ୍ଲୀ ପୋଲିସ ମଧ୍ୟ ଏହାର କୌଣସି ଉତ୍ତର ରଖିନାହିଁ। ତେବେ ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଏହା ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri