ମେଡିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କୁ ଦଲାଲ ଆଖ୍ୟାର ପ୍ରତିବାଦ: ଓସ୍ରୁର ବିକ୍ଷୋଭ, ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨ା୧୦-ଓଡ଼ିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ ୟୁନିୟନ (ଓସ୍ରୁ) ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ଶୋଭାଯାତ୍ରା ଏବଂ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ସରକାରୀ ଡ଼ାକ୍ତରଖାନା ଗୁଡିକରେ ମେଡିସିନ ରିପ୍ରେଜେଣ୍ଟେଟିଭ୍‌ମାନଙ୍କ ପ୍ରବେଶ ଉପରେ କଟକଣା ଏବଂ ସେମାନଙ୍କୁ ଦଲାଲ ଆଖ୍ୟା ଦିଆଯାଇଥିବା ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା। ଓସ୍ରୁ ସଭାପତି ଏ. ଭବାନୀ ଶଙ୍କର ମିଶ୍ର ଓ ସମ୍ପାଦକ ନୀଳଲୋହିତ ସାହୁ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବସ୍ତି ସୁନ୍ଦର ସିଅ, ସତ୍ୟବ୍ରତ କର୍ଣ୍ଣ, ରାଜ୍ୟ ସମ୍ପାଦକ ନୃସିଂହ ବ୍ରହ୍ମା, ଯୁଗ୍ମ ସାଧାରଣ ସମ୍ପାଦକ ବି.ଏନ୍‌. ସାହୁଙ୍କ ସମେତ ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।
ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ସଭାରେ ସିଆଇଟିୟୁ ରାଜ୍ୟ ଉପସଭାପତି ଯୁଧିଷ୍ଠିର ବେହେରାଙ୍କ ସମେତ ବସନ୍ତ ନନ୍ଦ, ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଅଶୋକ ଦାସ ଓ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଓସ୍ରୁ ନେତାମାନେ କହିଥିଲେ, ସରକାରୀ ଓ ଘରୋଇ ହସ୍ପିଟାଲରେ ମେଡିସିନ ରିପ୍ରେଜେଣ୍ଟେଟିଭ୍‌ମାନେ କାମ କରିବା ପାଇଁ ଏବଂ ଔଷଧ ସମ୍ପର୍କରେ ଡ଼ାକ୍ତରଙ୍କ ସହ ଆଲୋଚନା କରିବା ଅଧିକାର ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅଛି। ତେବେ ଗତ କିଛିଦିନ ହେବ ସେମାନଙ୍କୁ ଦଲାଲ କୁହାଯାଇ ହସ୍ପିଟାଲ ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହାକୁ ଅଗଣତାନ୍ତ୍ରିକ ଦର୍ଶାଇ କଟକଣା ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ରାଷ୍ଟ୍ରାୟତ୍ତ ଔଷଧ ଶିଳ୍ପର ପୁନରୁଦ୍ଧାର ଏବଂ ଅନ୍‌ଲାଇନ ଔଷଧ ବିକ୍ରି ବନ୍ଦ ସମେତ ଜନସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ନ୍ୟାଯ୍ୟ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଓସ୍ରୁ ପକ୍ଷରୁ ଆନ୍ଦୋଳନ ଜୋରଦାର କରିବାର ସ୍ମାରକପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri