ମୃତକଙ୍କ ଆଖି କାଢ଼ିନେବା ଘଟଣା: ମାମଲା ରୁଜୁ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ, ୧୭ା୧୧- ପରିବାର ଲୋକଙ୍କ ଅଜାଣତରେ ଚକ୍ଷୁ ଦାନ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରାଇ ନେଇ ମେଡିକାଲରେ ଜଣେ ମୃତବ୍ୟକ୍ତିଙ୍କ ଦୁଇ ଆଖି କାଢି ନିଆଯିବା ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଭଦ୍ରକ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇଛି। ସ୍ଥାନୀୟ ପୌରାଞ୍ଚଳ ଅଧୀନ ବାଗୁରାଇ ଆଦିବାସୀ ସାହିସ୍ଥିତ ମୃତକ ନଣ୍ଡା ଗାଗାରାଇଙ୍କ ଘରକୁ ଶନିବାର ରାତିରେ ପୋଲିସ ଯାଇ ଏ ସମ୍ପର୍କରେ ପରିବାର ଲୋକ, ଗ୍ରାମବାସୀ, ମୃତଦେହ ପୋଡିବାକୁ ଯାଇଥିବା ସମ୍ପର୍କୀୟଙ୍କ ବୟାନ ରେକର୍ଡ କରି ଫେରିଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଖି କାଢିନେବା ଅଭିଯୋଗରେ ପକ୍ଷଭୁକ୍ତ ହୋଇଥିବା କଟକ ଏସ୍‌ସିବି ମେଡିକାଲ ଓ ଭୁବନେଶ୍ୱରର ଏକ ଚକ୍ଷୁ ଚିକିତ୍ସାଳୟକୁ ଯାଇ ତଦନ୍ତ କରିବ ବୋଲି ଟାଉନ ଥାନାଧିକାରୀ ସରୋଜିନୀ ସିଂ ସୂଚନା ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଭଦ୍ରକର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଟୁଇଟର୍‌ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବା ପରେ ଆଇଜି ଏହାର ପ୍ରତ୍ୟୁତ୍ତରରେ ଭଦ୍ରକ ଏସ୍‌ପିଙ୍କୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବା ସକାଶେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୂଚନା ମୁତାବକ ବାଗୁରାଇ ଆଦିବାସୀ କଲୋନୀର ବୀର ଗାଗାରାଇ ଓରଫ୍‌ ନଣ୍ଡା ଗତ ୭ ତାରିଖରେ ବିଷପିଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ ଚିକିସତ୍ା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିସତ୍ାଳୟକୁ ନେଇଥିଲେ। ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଗତ ୮ ତାରିଖରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଥିଲା। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ବୀରଙ୍କର ମୃତ୍ୟୁ ଘଟିଥିଲା। ଗତ ୧୧ ତାରିଖରେ ବୀରଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇ ମୃତଦେହ ବ୍ୟବଚ୍ଛେଦ କରାଇ ସନ୍ଧ୍ୟାରେ ଘରକୁ ଆଣିଥିଲେ। ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆୟୋଜନ କରାଯିବା ସମୟରେ ବୀରଙ୍କର ଦୁଇଟି ଆଖି ନ ଥିବା ପରିବାର ଲୋକେ ଓ ଗାଁ ଲୋକେ ଦେଖିଥିଲେ। ସେମାନେ ଅନ୍ତ୍ୟେଷ୍ଟିକ୍ରିୟା ସାରି ମେଡିକାଲରୁ ଆଣିଥିବା କାଗଜପତ୍ର ଗାଁ ଲୋକଙ୍କୁ ଦେଖାଇବାରୁ ସେଥିରେ ଭୁବନେଶ୍ୱରର ଚକ୍ଷୁ ଚିକିତ୍ସାଳୟକୁ ଏହା ଦାନ କରାଯାଇଥିବାର ଏକ ରସିଦ୍‌ରେ ଉଲ୍ଲେଖ ରହିଥିବା ଦେଖିଥିଲେ ଗାଁ ଲୋକେ। ପରିବାର ଲୋକେ ଏଥିରେ ହତବାକ୍‌ ହୋଇ ଶୁକ୍ରବାର ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ପୋଲିସ ଏକ ମାମଲା (ନଂ ୩୪୫/୧୯) ରୁଜୁ କରି ଏ ନେଇ ତଦନ୍ତ ଚଳାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri