ମୂଳାପାଳ ଗ୍ରାମ ପଞ୍ଚାୟତ: ଆଲୋକୀକରଣ ଦୁର୍ନୀତିର ତଦନ୍ତ ଆରମ୍ଭ

କୋରେଇ,୧ା୯(ଡି.ଏନ.ଏ.)- କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତରେ ଆଲୋକୀକରଣରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ଏହି ଘଟଣା ଉପରେ ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତି, ଜୁନିୟର ଇଞ୍ଜନିୟର ନେହୁର ବେହେରା, ଜେଇ କୋରେଇ ଦେବାଶିଷ ମିଶ୍ର, ଭିଏଲଡବ୍ଲ୍ୟୁ ମୂଳାପାଳ ହୃଷିକେଶ ସିଂ, ଜିଆରଏସ୍‌ ସସ୍ମିତା ସାହୁଙ୍କ ସହିତ ଏକ ଟିମ୍‌ ଏହି ଦୁର୍ନୀତିର ତଦନ୍ତ କରିଥିବା ଜଣାପଡ଼ିଛି। ଏହି ଟିମ୍‌ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡ଼ିକରେ ଲଗାଯାଇଥିବା ଲାଇଟ୍‌ଗୁଡିକୁ ଚିହ୍ନଟ କରି ଗଣନା ଆରମ୍ଭ କରିଥିଲେ। ସର୍ବପ୍ରଥମେ ମୂଳାପାଳ ଗ୍ରାମରେ ୬ଟି ଲାଇଟ୍‌ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ୨ଟି ଲାଇଟରେ ପୁରୁଣା ଷ୍ଟାଣ୍ଡ ଥିବାବେଳେ ବରପଦାରେ ୩ଟି ଲାଇଟ, ରଣପାଳରେ ୭ଟି ଲାଇଟ, ଗୋବିନ୍ଦପୁର ଗ୍ରାମରେ ୩ଟି ଲାଇଟ ଲାଗିଥିବା ତଦନ୍ତରୁ ଜଣାପଡିଥିଲା। ତେବେ ଆହୁରି ୪ଟି ଗ୍ରାମର ତଦନ୍ତ ବାକି ରହିଯାଇଥିବା ଜଣାପଡ଼ିଛି। ଆଉ ଏକ ଦିନ ଅନ୍ୟ ଗ୍ରାମଗୁଡ଼ିକରେ ତଦନ୍ତ କରାଯିବ ବୋଲି ଆସିଷ୍ଟାଣ୍ଡ ଇଞ୍ଜିନିୟର କହିଛନ୍ତି। ଏହି ତଦନ୍ତବେଳେ ଗୋବିନ୍ଦପୁରର ଗ୍ରାମବାସୀ ୩ଏ ନଦୀବନ୍ଧଠାରୁ ହରିଜନ ସାହି ପର୍ଯ୍ୟନ୍ତ ନାଲିଗୋଡି ମାଟି ରାସ୍ତା ନିର୍ମାଣରେ ଦୁର୍ନୀତି ହେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟର ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏ ସମ୍ପର୍କରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତିଙ୍କୁ ପଚାରିବାରୁ, ତଦନ୍ତ ଆରମ୍ଭ ହୋଇଛି। ଯେଉଁ ସବୁ ବିଷୟର ତଦନ୍ତ ପାଇଁ ନିର୍ଦ୍ଦେଶ ଅଛି, ସେ ସବୁ ଉପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?