ମୁକ୍ତବାୟୁ ଶିଶୁଙ୍କୁ ନକାରାତ୍ମକ ଭାବନାରୁ ଦୂରରେ ରଖିଥାଏ

ଏବେକା ସମୟରେ ଶିଶୁମାନେ ଖୋଲା ପରିବେଶରେ ଖେଳିବା ଏବଂ ବୁଲିବା ବଦଳରେ ଘର ମଧ୍ୟରେ ମୋବାଇଲ୍‌ ଏବଂ କମ୍ପ୍ୟୁଟର୍‌ରେ ଖେଳିବା ଦେଖିବାକୁ ମିଳୁଛି। ତେବେ ମୁକ୍ତ ବାୟୁ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନକାରାତ୍ମକ ଭାବନାଠାରୁ ଦୂରରେ ରଖିବାରେ ସାହାଯ୍ୟ କରିଥାଏ। ଏହା ଏକ ଗବେଷଣାରୁ ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି। ପିଲାଙ୍କ ମନରେ ଅନେକ ସମୟରେ ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଯଦ୍ଦ୍ବାରା ସେମାନେ ମାନସିକ ଚାପର ଶିକାର ହେବା ସହ ସ୍ବାସ୍ଥ୍ୟ ଖରାପ ହେବା ଆଶଙ୍କା ମଧ୍ୟ ରହିଛି। ଏପରି ସ୍ଥିତିରେ ସେମାନଙ୍କ ମନୋବଳ ମଧ୍ୟ ଦୁର୍ବଳ ହୋଇଥାଏ। ସାଉଥ୍‌ ଚିଲିରେ ୨୭୧ ମାତାପିତା ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ଗବେଷଣା କରାଯାଇଥିବାବେଳେ ଏଥିମଧ୍ୟରୁ ୧୦୬ ଜଣ ସ୍ଥାନୀୟ ଆଦିମ ମାପୁଚେ ଗୋଷ୍ଠୀର ଥିଲେ। ଅଧ୍ୟୟନ ପାଇଁ ପିଲା ଏବଂ ସେମାନଙ୍କ ଭାବନାକୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବାବେଳେ ସେମାନେ ଏହାର ଉତ୍ତର ଦେଇଥିଲେ। ଆମେରିକାର ନର୍ଥ କାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିର ପ୍ରଫେସର୍‌ ଏମି ହୋଲ୍‌ବର୍ଷ୍ଟଙ୍କ କହିବା ହେଲା, ପ୍ରକୃତିର ଖୋଲା ପରିବେଶ ତଥା ମୁକ୍ତ ବାୟୁ ମଧ୍ୟରେ ରହିବା ଦ୍ୱାରା ଶିଶୁମାନେ ଶାନ୍ତ ରହୁଥିବା ମାପୁଚେ ସମ୍ପ୍ରଦାୟର ଅଭିଭାବକମାନଙ୍କ ବିଶ୍ୱାସ। ଏହାଦ୍ୱାରା ପିଲାମାନେ ଶାନ୍ତ ରହିବା ସହ ଚାପ ଓ ନକାରାତ୍ମକ ଭାବନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥାନ୍ତି ବୋଲି ସେମାନେ କହିଛନ୍ତି। ତେଣୁ ଶିଶୁଙ୍କ ବିକାଶ ଓ ସଫଳତା ପାଇଁ ଅଭିଭାବକମାନେ ଏହାକୁ ଅପଣାଇବା ଉଚିତ୍‌ ବୋଲି ପ୍ରଫେସର୍‌ ହୋଲ୍‌ବର୍ଷ୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

କାଲିଠୁ ନୌତପ ଆରମ୍ଭ; ତୁଳା ରାଶି ସମେତ ୪ରାଶିର ଫିଟିବ ଭାଗ୍ୟ, ଧନଲାଭ…

ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସମୟରେ ନୌତପ ଆରମ୍ଭ ହୁଏ। ନୌତପ ସମୟରେ, ନଅ ଦିନ ପ୍ରବଳ ଗରମ ସହ୍ୟ କରିବାକୁ ପଡ଼ିଥାଏ। ନୌତପ ମେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri