Posted inଖେଳ

ଫିଟ୍‌ନେସ ପ୍ରମାଣ ଦେଲେ ହାର୍ଦ୍ଦିକ, ଭୁବି, ଧାଓ୍ବନ

ନବି ମୁମ୍ବାଇ,୨୯ା୨- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସିମର ଭୁବନେଶ୍ୱର କୁମାର, ଓପନର ଶିଖର ଧାଓ୍ବନ ଆହତ ସମସ୍ୟାରୁ ଫେରୁଛନ୍ତି। ସମସ୍ତେ ଡିଓ୍ବାଇ ପାଟିଲ ଟି୨୦ ଟୁର୍ନାମେଣ୍ଟରେ ରିଲାଏନ୍ସ ଓ୍ବାନ ପକ୍ଷରୁ ଶୁକ୍ରବାର ଖେଳିଥିଲେ। ସେମାନଙ୍କ ଫିଟ୍‌ନେସକୁ ଯାଞ୍ଚ କରିଥିଲେ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସକେ ପ୍ରସାଦ। ପୂର୍ବତନ ଉଇକେଟକିପର ପ୍ରସାଦଙ୍କ କାର୍ଯ୍ୟକାଳରେ ବୃଦ୍ଧି ହୋଇପାରେ। ସେ ମାର୍ଚ୍ଚ ୧୨ ତାରିଖଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଦଳ ଚୟନ କରିବେ। ହାର୍ଦ୍ଦିକ ଓ ଭୁବି ଭଲ ବୋଲିଂ କରୁଛନ୍ତି। ସମସ୍ତ ଖେଳାଳି ଫିଟ୍‌ ଲାଗୁଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଣ୍ଡ୍ୟା ଅନ୍ତିମ ଥର ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ତାଙ୍କ ଅଣ୍ଟାର ନିମ୍ନ ଭାଗରେ ସଫଳ ଅସ୍ତ୍ରୋପଚାର କରାଇଥିଲେ। ୫ ମାସ ପରେ ଗ୍ରାଉଣ୍ଡକୁ ଫେରିଥିବା ହାର୍ଦ୍ଦିକ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସି ୨୫ ବଲରେ ୩୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୪ ଛକା। ଆଉ ପରେ ୩.୪ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ପିଚ୍‌ରେ ଦୌଡ଼ିବାବେଳେ କିମ୍ବା ବୋଲିଂ ବେଳେ ତାଙ୍କର କୌଣସି ଅସୁବିଧା ହେଉ ନ ଥିଲା। ତାଙ୍କ ଯୋଗୁ ରିଲାଏନ୍ସ ଓ୍ବାନ ୨୫ ରନ୍‌ରେ ବ୍ୟାଙ୍କ ଅଫ୍‌ ବରୋଦାକୁ ହରାଇଥିଲା। ପାଣ୍ଡ୍ୟାଙ୍କ ବ୍ୟତୀତ ଅସ୍ତ୍ରୋପଚାର କରାଇଥିବା ଭୁବି ଓ ଧାଓ୍ବନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଲାଗି ଫିଟ୍‌ନେସ ପ୍ରମାଣ ଦେଇଛନ୍ତି। ସେମାନେ ଅନ୍ତର୍ଜାତୀୟ କ୍ରିକେଟ ଓ ଆଇପିଏଲରେ ଖେଳିପାରିବେ। ଧାଓ୍ବନ ମାତ୍ର ଗୋଟିଏ ଲେଖାଏ ଚୌକା ଓ ଛକା ବଳରେ ୧୪ ରନ୍‌ କରିଥିଲେ। ସେହିଭଳି ଭୁବି ୩ ଓଭର ବୋଲିଂ କରି ଗୋଟିଏ ହେଲେ ଉଇକେଟ ନେଇପାରି ନ ଥିଲେ। ମାତ୍ର ୧୪ ରନ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?