ମାସ୍କ ପିନ୍ଧ ନ ଥିବାରୁ ପୋଲିସ-ଯୁବକ ହାତାହାତି: ଯୁବକ ଆହତ

ବନ୍ତ,୯ା୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ଥାନା ଛକଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।  ମାସ୍କ ପିନ୍ଧି ନ ଥିବା ଜଣେ ଯୁବକଙ୍କୁ ପୋଲିସ ତାଗିଦ୍‌ କରିବା ଘଟଣାକୁ ନେଇ ପୋଲିସ ଓ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏବଂ ଏଥିରେ ଯୁବକ ଜଣଙ୍କର ମୁଣ୍ଡ ଫାଟି ଡାକ୍ତରଖାନାରେ ଚିକିତ୍ସିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।  ପୋଲିସର କହିବା ଅନୁଯାୟୀ, ଥାନା ଛକଠାରେ ପୋଲିସ ପେଟ୍ରୋଲିଂ କରିବା ବେଳେ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ରାଜୀବ ସାହୁ ମାସ୍କ ନ ପିନ୍ଧି ବୁଲାବୁଲି କରୁଥିଲେ।  ତାଙ୍କୁ ମାସ୍କ ପିନ୍ଧିବା ପାଇଁ ତାଗିଦ୍‌ କରାଯିବାରୁ ସେ ପୋଲିସ ସହ ଯୁକ୍ତିତର୍କ କରିଥିଲେ।  ଫଳରେ ପୋଲିସ ତାଙ୍କୁ ପିସିଆର ଭ୍ୟାନ୍‌କୁ ନେବା ବେଳେ ସେ ପୋଲିସ ଠାରୁ ଲାଠି ଛଡାଇ ଜଣେ କନଷ୍ଟେବଳଙ୍କୁ ପିଟିଥିଲେ।  ଫଳରେ କନଷ୍ଟେବଳଙ୍କ ପକେଟରେ ଥିବା ଏକ ମୋବାଇଲ ଭାଙ୍ଗି ଯିବା ସହ ଗୋଡ଼ରେ ଆଘାତ ଲାଗିଥିଲା।  ସମ୍ପୃକ୍ତ ଯୁବକଙ୍କଠାରୁ ଲାଠି ଛଡ଼ାଇବା ବେଳେ ଯୁବକ ଜଣକ ତଳେ ପଡି ଯାଇ ମୁଣ୍ଡ ଫାଟି ଯାଇଥିବା କଥା ପୋଲିସ କହିଛି।
ଅପରପକ୍ଷେ ସମ୍ପୃକ୍ତ ଯୁବକ ଜଣକ କହିବା ଅନୁଯାୟୀ, ସେ ଥାନା ଛକରେ ଥିବା ବେଳେ ପୋଲିସ ତାଙ୍କୁ କାହିଁକି ମାସ୍କ ପିନ୍ଧି ନାହଁ ବୋଲି କହି ପ୍ରଥମେ ଲାଠିରେ ପିଟିଥିଲା।  ଫଳରେ ସେ ଲାଠି ଛଡାଇ ପୋଲିସକୁ ଆକ୍ରମଣ କରିଥିବା କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ଜିଲା ମଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।  ସେହିପରି ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ପରିବାର ଲୋକେ କହିଛନ୍ତି।  ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କିମ୍ବା ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

ଆସନ୍ତାକାଲି ଖୋଲିବ ଭିତରକନିକା, ଭ୍ରମଣର ମଜା ନେଇପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା,୩୧ା୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଖୋଲିବ କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ପୁଣି ଥରେ…

‘ଭଞ୍ଜ ସାହିତ୍ୟର ସୃଜନଶୀଳତାକୁ ନେଇ ଚିନ୍ତନର ଆବଶ୍ୟକତା ରହିଛି’

ଭଞ୍ଜନଗର,୩୧ା୭(ବାବୁଲା ପ୍ରଧାନ): ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସୃଜନଶୀଳତାକୁ ନେଇ ଗଭୀର ଆଲୋଚନା ଓ ଚିନ୍ତନର ଆବଶ୍ୟକତା ରହିଛି।…

Odisha Floods: ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ସାଧୁ ବେଶରେ ସଂସଦ ଆସିଲେ ପପ୍ପୁ ଯାଦବ, ଦାନ ଦେଲେ ଏମପି

ପାଟନା,୩୧।୭: ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି ।…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri