ମାର୍ଚ୍ଚ ୧୪ରୁ ମହିମା ଜ୍ୟୋତିଯାତ୍ରା

ଢେଙ୍କାନାଳ ଅଫିସ, ୨୦।୧୧-ମହିମା ଧର୍ମର ମହାନ ବାର୍ତ୍ତା ପ୍ରଚାର କରିବାକୁ ଆସନ୍ତା ମାର୍ଚ୍ଚ ୧୪ରେ ମହିମା ଜ୍ୟୋତି ପରିକ୍ରମାରେ ବାହାରିବ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଡ଼ା ମହିମାଟୁଙ୍ଗୀରୁ ଏହାର ଶୁଭାରମ୍ଭ କରାଯିବ। ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ମାର୍ଚ୍ଚ ୧୫ ଅପରାହ୍ନରେ କପିଳାସସ୍ଥିତ ତପୋପନ ପୀଠକୁ ପବିତ୍ର ଜ୍ୟୋତି ପ୍ରତ୍ୟାବର୍ତ୍ତନ କରିବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଜ୍ୟୋତିଯାତ୍ରା ପରିଚାଳନା ପରିଷଦ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।
୧୩ତାରିଖ ସନ୍ଧ୍ୟାରେ ତପୋବନ ମହିମା ପୀଠରେ ବ୍ରହ୍ମଜ୍ୟୋତିକୁ ଜାଗ୍ରତ କରାଯାଇ ରାତିରେ ଯୋରନ୍ଦାସ୍ଥିତ ମହିମାଗାଦିକୁ ଅଣାଯିବ। ୧୪ତାରିଖ ପୂର୍ବାହ୍ନ ୮ଟା ସୁଦ୍ଧା ସେଠାରୁ ବ୍ରହ୍ମଜ୍ୟୋତି ବାହାରି ଓଡ଼ାପଡ଼ା ବ୍ଲକ୍‌ ଗୁଣ୍ଡିଚାପଡ଼ା ଟୁଙ୍ଗୀରେ ପହଞ୍ଚତ୍ବ। ସେଠାରେ ଅତିଥିମାନେ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବେ। ଏହାପରେ ପର୍ଯ୍ୟାୟକ୍ରମେ ଶଙ୍କରପ୍ରତାପପୁର ଶାସନ ବେରବ, ସୋରତ, ବାବନ୍ଧ, ବେଡ଼ାପଡ଼ା, ଖଣ୍ଡିତିରି ଏବଂ ରଞ୍ଜାଗୋଳ ଟୁଙ୍ଗୀ ପରିକ୍ରମା କରିବା ପରେ ଗାଲପଡ଼ାରେ ରାତ୍ରରହଣି ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧୫ ପୂର୍ବାହ୍ନ ୯ଟା ସୁଦ୍ଧା ମହିମାଜ୍ୟୋତି ଗାଲପଡ଼ା ଛାଡ଼ି ଭାନୁପଡ଼ା ଅଭିମୁଖେ ବାହାରିବ। ସେଠାରୁ ଖଳିବେରଣା, ଗାଙ୍ଗିଯୋଡ଼ି, ଶିରିଡ଼ିହି ଗ୍ରାମ ପରିକ୍ରମା ସାରି ତପୋବନ ପୀଠକୁ ପ୍ରତ୍ୟାବର୍ତ୍ତନ କରିବ। ଜ୍ୟୋତିଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ରବିବାର କୌପିନଧାରୀ ମହିମା ସମାଜର ସଭାପତି ଶ୍ରୀମଦ୍‌ ରଘୁନାଥ ବାବା, ଜ୍ୟୋତିଯାତ୍ରାର ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଆବାହକ ପ୍ରଶାନ୍ତ ମହାପାତ୍ର, ଶତ୍ରୁଘ୍ନ ସାହୁ, ସୁନନ୍ଦ ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ବିଭିନ୍ନ ପୀଠ ବୁଲି ସମୀକ୍ଷା କରିଛନ୍ତି।
ଜ୍ୟୋତିଯାତ୍ରାକୁ ସୁରୁଖୁରୁରେ ସାରିବାକୁ ଗୁଣ୍ଡିଚାପଡ଼ାର ମୀନକେତନ ସାହୁ, ଗୁମାନୀ ସାହୁ, ବିଜୟ ଦାସ, ବାବନ୍ଧର ବାବା ଶ୍ରୀଧର ଦାସ, ଗ୍ରାମସଭାପତି ରାଜକିଶୋର ସାହୁ, ରଞ୍ଜାଗୋଳ ଟୁଙ୍ଗୀର ସରୋଜ ବିଶ୍ୱାଳ, ଗାଲପଡ଼ା ଗ୍ରାମସଭାପତି ଶିଶିର ଦଳେଇ, କୋଠାଳୁ ଗ୍ରାମସଭାପତି ଗଙ୍ଗାଧର ଦାସ, ଭାନୁପଡ଼ାର ସନାତନ ସାହୁ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri